Categories: ବାଣିଜ୍ୟ

ହୋଣ୍ଡା ଟୁହ୍ବିଲର୍ସର ନୂଆ ହର୍ନେଟ ୨.୦

ନୂଆଦିଲ୍ଲୀ,୨୮।୮: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ଭାରତ ବଜାରରେ ଏହାର ନୂଆ ହର୍ନେଟ ୨.୦ ମଡେଲଟିକୁ ଶୁଭାରମ୍ଭ କରିଛି। ନୂଆ ଯାନଟିରେ ଗ୍ରାହକ ମସ୍କୁଲାର, ସ୍ପୋର୍ଟି ଏବଂ ଆଡଭାନ୍ସ ଭଳି ବୈଶିଷ୍ଟ୍ୟ ଲାଭ କରିପାରିବେ। ଏହା ୧୮୦ରୁ ୨୦୦ ସିସି ବର୍ଗରେ ଆସିଛି। ଏହାର ବିଲ୍‌ଟ ଇନ୍‌ ପରଫର୍‌ମାନ୍ସ ଡିଜାଇନ କୋଡ୍‌ରେ ପରିଣତ ହୋଇ ସମ୍ଭ୍ରାନ୍ତର ଏକ ଭାବ ପ୍ରଦାନ କରୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ପିଢି ଗ୍ରାହକଙ୍କ ଗାଡି ଚାଳନା ଅଭିଳାଷକୁ ବିଚାରକରି ଏହି ଯାନଟିକୁ ଡିଜାଇନ କରାଯାଇଥିବା କମ୍ପାନୀର ସିଇଓ ଆତସୁସି ଓଗାଟା ସୂଚନା ଦେଇଛନ୍ତି। ଏଥିରେ ଗ୍ରାହକ ଅତ୍ୟାଧୁନିକ ପ୍ରଯୁକ୍ତି ଏବଂ ରୋମାଞ୍ଚ ଲାଭ କରିପାରିବେ। ଭାରତରେ ବ୍ୟାପକ ବର୍ଗ ଗ୍ରାହକଙ୍କ ଚାହିଦା ପୂରଣ ଦିଗରେ ଏହା ସହାୟକ ହେବ ବୋଲି ଓଗାତା ଆଶାବାଦୀ ରହିଥିବା ମତ ରଖିଛନ୍ତି। କମ୍ପାନୀର ବିକ୍ରି ଓ ମାର୍କେଟିଂ ବିଭାଗ ନିର୍ଦ୍ଦେଶକ ୟଦବିନ୍ଦର ସିଂ ଗୁଲେରିଆ କହିଛନ୍ତି, ହୋଣ୍ଡାର ରେସିଂ ଡିଏନ୍‌ଏକୁ ଯାନଟିରେ ସ୍ଥାନୀତ କରାଯାଇଛି। ଏହା ଗାଡି ଚାଳନାକୁ ରୋମାଞ୍ଚରେ ରୂପାନ୍ତରିତ କରିପାରିବ। ଏଥିରେ ଏଚ୍‌ଇଟି ବିଏସ୍‌-୬ ଇଞ୍ଜିନ, ଗୋଲଡେନ ୟୁଏସ୍‌ଡି ସାମ୍ନା ଫର୍କ, ସମ୍ପୂର୍ଣ୍ଣ ଡିଜିଟାଲ ନେଗେଟିଭ ଲିକ୍ୟୁଡ କ୍ରିଷ୍ଟାଲ ମିଟର, ଡୁଆଲ ପେଟାଲ ଡିସ୍କ ବ୍ରେକ ଏବଂ ଅନ୍ୟ ଆକର୍ଷଣୀୟ ବୈଶିଷ୍ଟ୍ୟ ସାମିଲ ରହିଛି। ଏଥିରେ ୬ ବର୍ଷିଆ ଓ୍ବାରେଣ୍ଟି ପ୍ୟାକେଜ ପ୍ରଦାନ କରାଯାଇଛି। ଏହାର ଏକ୍ସଶୋ’ରୁମ୍‌ ବଜାର ଦର ୧.୨୬ ଲକ୍ଷ ଟଙ୍କାର ରହିଛି।

Share