ହୋଣ୍ଡା ସାଇନ୍‌ ୧୨୫ ଉନ୍ମୋଚିତ

ନୂଆଦିଲ୍ଲୀ,୨୨।୬(ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ହୋଣ୍ଡା ସାଇନ୍‌ ୧୨୫ ମଡେଲର ନିକଟରେ ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ସଭାପତି, ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ସୁସୁମୁ ଓଟାନି କହିଛନ୍ତି, ୧୨୫ ସିସି ମୋଟରସାଇକେଲ କ୍ଷେତ୍ରର ନେତୃତ୍ୱ ନେଉଥିବା ବ୍ରାଣ୍ଡ୍‌ ସାଇନ୍‌ ହେଉଛି ଆମ ଗ୍ରାହକମାନଙ୍କ ଭଲ ପାଇବା ଓ ବିଶ୍ୱାସର ପ୍ରତିଫଳନ। ୨୦୨୩ ସାଇନ୍‌ ୧୨୫ ଉନ୍ମୋଚନ ଉପରେ ଆମର ବିଶ୍ୱାସ ରହିଛି। ଏପରିକି ବଜାରରେ ଏହା ଏକ ନୂଆ ମାନଦଣ୍ଡ ସୃଷ୍ଟି କରିବ ଏବଂ ଆମର ସ୍ଥିତିକୁ ଆହୁରି ସୁଦୃଢ଼ କରିବ। ସେହିଭଳି ହୋଣ୍ଡା ମୋଟରସାଇକେଲଆଣ୍ଡ୍‌ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ବିକ୍ରି ଓ ମାର୍କେଟିଂ ଯୋଗେଶ ମାଥୁର କହିଛନ୍ତି, ଶୁଭାରମ୍ଭ ହେବା ପରଠାରୁ ବ୍ରାଣ୍ଡ୍‌ ସାଇନ୍‌ ଭରସା ଓ ବିଶ୍ୱାସର ପରିପୂରକ ହୋଇରହିଛି। ହୋଣ୍ଡାର ଉତ୍କୃଷ୍ଟ ପ୍ରଯୁକ୍ତି, ଉନ୍ନତ ସୁବିଧାସୁଯୋଗ ଏବଂ ସ୍ବତନ୍ତ୍ର ୧୦ ବର୍ଷର ୱାରେଣ୍ଟି ସହିତ ନୂଆ ସାଇନ ଗ୍ରାହକମାନଙ୍କୁ ଅଦମ୍ୟ ମୂଲ୍ୟ ଓ ମାନସିକ ଶାନ୍ତି ପ୍ରଦାନ କରୁଛି। ଉଲ୍ଲେଖଯୋଗ୍ୟ, ନ୍ୟୁ ହୋଣ୍ଡା ସାଇନ୍‌ ୧୨୫ରେ ବିଏସ୍‌-୬ ଓବିଡି ୨ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନି ସହିତ ଉନ୍ନତ ସ୍ମାର୍ଟ ପାୱାର ଅନ୍ତର୍ଭୁକ୍ତ ରହିଛି। ହୋଣ୍ଡାର ସ୍ବତନ୍ତ୍ର ଏସିଜି ଷ୍ଟାର୍ଟର ପାଇଁ ଗାଡ଼ି ବିନା ଝଟକାରେ ଷ୍ଟାର୍ଟ ହେଉଛି। ଏଥିରେ ପରବର୍ତ୍ତୀ ସ୍ତରର ସୁବିଧା ସୁଯୋଗ ଯଥା ୫-ସ୍ପିଡ୍‌ ମାନୁଆଲ୍‌ ଟ୍ରାନ୍ସମିସନ୍‌, ଇଞ୍ଜିନ ଷ୍ଟାର୍ଟ/ଷ୍ଟପ୍‌ ସ୍ବିଚ୍‌, ସମନ୍ବିତ ହେଡ୍‌ଲ୍ୟାମ୍ପ୍‌ ବିମ୍‌ ଓ ପାସିଂ ସ୍ବିଚ୍‌, ୫-ସ୍ତରର ଆଡ୍‌ଜଷ୍ଟ୍‌ କରାଯାଇପାରୁଥିବା ପଛ ସସ୍‌ପେନ୍‌ସନ୍‌ ଆଦି ରହିଛି। ସିଲ୍‌ ଚେନ୍‌, କମ୍ବିବ୍ରେକ୍‌ ସିଷ୍ଟମ୍‌ ସହିତ ଇକ୍ୱିଲାଇଜର, ଅଧିକ ଗ୍ରାଉଣ୍ଡ୍‌ କ୍ଲିୟରାନ୍ସ, ବାହ୍ୟ ଇନ୍ଧନ ଟାଙ୍କି ଓ ଟ୍ୟୁବ୍‌ଲେସ୍‌ ଟାୟାର ସହ ଦୃଢ଼ ସାମ୍ନା ଭାଇଜର ସହ କ୍ରୋମ୍‌ ଗାର୍ନିସ୍‌, ପାର୍ଶ୍ୱ କଭରରେ ପ୍ରିମିୟମ୍‌ କ୍ରୋମ୍‌ ଷ୍ଟ୍ରୋକ୍‌, ଚମତ୍କାର ଗ୍ରାଫିକ୍ସ, କ୍ରୋମ୍‌ ମଫଲର କଭର, ସମୃଦ୍ଧ ମିଟର ଡିଜାଇନ୍‌, ସ୍ମାର୍ଟ ଟେଲ୍‌ ଲ୍ୟାମ୍ପ୍‌, ଟ୍ରେଣ୍ଡି ବ୍ଲାକ୍‌ ଆଲୟ ଭଳି ଷ୍ଟାଇଲର ସମାହାର ୨୦୨୩ ସାଇନ୍‌ ୧୨୫ରେ ରହିଛି। ଏହା ଉପରେ କମ୍ପାନୀ ପକ୍ଷରୁ ୧୦ ବର୍ଷର ସ୍ବତନ୍ତ୍ର ୱାରେଣ୍ଟିି (୩ ବର୍ଷ ସାଧାରଣ ଓ ୭ ବର୍ଷ ବର୍ଦ୍ଧିତ ବିକଳ୍ପ ୱାରେଣ୍ଟ ପ୍ରଦାନ କରୁଛି। ଅପରପକ୍ଷରେ ଡ୍ରମ୍‌ ଓ ଡିସ୍କ୍‌ ଭଳି ଦୁଇଟି ଭାରିଆଣ୍ଟରେ ଉପଲବ୍ଧ ହୋଇଥିବା ହୋଣ୍ଡା ସାଇନ୍‌ର ମୂଲ୍ୟ ଯଥାକ୍ରମେ ୭୯,୮୦୦ ଟଙ୍କା ଓ ୮୩,୮୦୦ ଟଙ୍କା ରହିଛି। ସେହିପରି ଏହା ବ୍ଲାକ୍‌, ଜେନି ଗ୍ରେ ମେଟାଲିକ୍‌, ମ୍ୟାଟ୍‌ ଆକ୍ସିସ୍‌ ଗ୍ରେ, ରିବେଲ୍‌ ରେଡ୍‌ ମେଟାଲିକ୍‌ ଓ ଡିସେଣ୍ଟ୍‌ ବ୍ଲୁ ମେଟାଲିକ୍‌ ରଙ୍ଗରେ ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri