ହୋଣ୍ଡା ସାଇନ୍‌ ୧୨୫ ଉନ୍ମୋଚିତ

ନୂଆଦିଲ୍ଲୀ,୨୨।୬(ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ହୋଣ୍ଡା ସାଇନ୍‌ ୧୨୫ ମଡେଲର ନିକଟରେ ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ସଭାପତି, ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ସୁସୁମୁ ଓଟାନି କହିଛନ୍ତି, ୧୨୫ ସିସି ମୋଟରସାଇକେଲ କ୍ଷେତ୍ରର ନେତୃତ୍ୱ ନେଉଥିବା ବ୍ରାଣ୍ଡ୍‌ ସାଇନ୍‌ ହେଉଛି ଆମ ଗ୍ରାହକମାନଙ୍କ ଭଲ ପାଇବା ଓ ବିଶ୍ୱାସର ପ୍ରତିଫଳନ। ୨୦୨୩ ସାଇନ୍‌ ୧୨୫ ଉନ୍ମୋଚନ ଉପରେ ଆମର ବିଶ୍ୱାସ ରହିଛି। ଏପରିକି ବଜାରରେ ଏହା ଏକ ନୂଆ ମାନଦଣ୍ଡ ସୃଷ୍ଟି କରିବ ଏବଂ ଆମର ସ୍ଥିତିକୁ ଆହୁରି ସୁଦୃଢ଼ କରିବ। ସେହିଭଳି ହୋଣ୍ଡା ମୋଟରସାଇକେଲଆଣ୍ଡ୍‌ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ବିକ୍ରି ଓ ମାର୍କେଟିଂ ଯୋଗେଶ ମାଥୁର କହିଛନ୍ତି, ଶୁଭାରମ୍ଭ ହେବା ପରଠାରୁ ବ୍ରାଣ୍ଡ୍‌ ସାଇନ୍‌ ଭରସା ଓ ବିଶ୍ୱାସର ପରିପୂରକ ହୋଇରହିଛି। ହୋଣ୍ଡାର ଉତ୍କୃଷ୍ଟ ପ୍ରଯୁକ୍ତି, ଉନ୍ନତ ସୁବିଧାସୁଯୋଗ ଏବଂ ସ୍ବତନ୍ତ୍ର ୧୦ ବର୍ଷର ୱାରେଣ୍ଟି ସହିତ ନୂଆ ସାଇନ ଗ୍ରାହକମାନଙ୍କୁ ଅଦମ୍ୟ ମୂଲ୍ୟ ଓ ମାନସିକ ଶାନ୍ତି ପ୍ରଦାନ କରୁଛି। ଉଲ୍ଲେଖଯୋଗ୍ୟ, ନ୍ୟୁ ହୋଣ୍ଡା ସାଇନ୍‌ ୧୨୫ରେ ବିଏସ୍‌-୬ ଓବିଡି ୨ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନି ସହିତ ଉନ୍ନତ ସ୍ମାର୍ଟ ପାୱାର ଅନ୍ତର୍ଭୁକ୍ତ ରହିଛି। ହୋଣ୍ଡାର ସ୍ବତନ୍ତ୍ର ଏସିଜି ଷ୍ଟାର୍ଟର ପାଇଁ ଗାଡ଼ି ବିନା ଝଟକାରେ ଷ୍ଟାର୍ଟ ହେଉଛି। ଏଥିରେ ପରବର୍ତ୍ତୀ ସ୍ତରର ସୁବିଧା ସୁଯୋଗ ଯଥା ୫-ସ୍ପିଡ୍‌ ମାନୁଆଲ୍‌ ଟ୍ରାନ୍ସମିସନ୍‌, ଇଞ୍ଜିନ ଷ୍ଟାର୍ଟ/ଷ୍ଟପ୍‌ ସ୍ବିଚ୍‌, ସମନ୍ବିତ ହେଡ୍‌ଲ୍ୟାମ୍ପ୍‌ ବିମ୍‌ ଓ ପାସିଂ ସ୍ବିଚ୍‌, ୫-ସ୍ତରର ଆଡ୍‌ଜଷ୍ଟ୍‌ କରାଯାଇପାରୁଥିବା ପଛ ସସ୍‌ପେନ୍‌ସନ୍‌ ଆଦି ରହିଛି। ସିଲ୍‌ ଚେନ୍‌, କମ୍ବିବ୍ରେକ୍‌ ସିଷ୍ଟମ୍‌ ସହିତ ଇକ୍ୱିଲାଇଜର, ଅଧିକ ଗ୍ରାଉଣ୍ଡ୍‌ କ୍ଲିୟରାନ୍ସ, ବାହ୍ୟ ଇନ୍ଧନ ଟାଙ୍କି ଓ ଟ୍ୟୁବ୍‌ଲେସ୍‌ ଟାୟାର ସହ ଦୃଢ଼ ସାମ୍ନା ଭାଇଜର ସହ କ୍ରୋମ୍‌ ଗାର୍ନିସ୍‌, ପାର୍ଶ୍ୱ କଭରରେ ପ୍ରିମିୟମ୍‌ କ୍ରୋମ୍‌ ଷ୍ଟ୍ରୋକ୍‌, ଚମତ୍କାର ଗ୍ରାଫିକ୍ସ, କ୍ରୋମ୍‌ ମଫଲର କଭର, ସମୃଦ୍ଧ ମିଟର ଡିଜାଇନ୍‌, ସ୍ମାର୍ଟ ଟେଲ୍‌ ଲ୍ୟାମ୍ପ୍‌, ଟ୍ରେଣ୍ଡି ବ୍ଲାକ୍‌ ଆଲୟ ଭଳି ଷ୍ଟାଇଲର ସମାହାର ୨୦୨୩ ସାଇନ୍‌ ୧୨୫ରେ ରହିଛି। ଏହା ଉପରେ କମ୍ପାନୀ ପକ୍ଷରୁ ୧୦ ବର୍ଷର ସ୍ବତନ୍ତ୍ର ୱାରେଣ୍ଟିି (୩ ବର୍ଷ ସାଧାରଣ ଓ ୭ ବର୍ଷ ବର୍ଦ୍ଧିତ ବିକଳ୍ପ ୱାରେଣ୍ଟ ପ୍ରଦାନ କରୁଛି। ଅପରପକ୍ଷରେ ଡ୍ରମ୍‌ ଓ ଡିସ୍କ୍‌ ଭଳି ଦୁଇଟି ଭାରିଆଣ୍ଟରେ ଉପଲବ୍ଧ ହୋଇଥିବା ହୋଣ୍ଡା ସାଇନ୍‌ର ମୂଲ୍ୟ ଯଥାକ୍ରମେ ୭୯,୮୦୦ ଟଙ୍କା ଓ ୮୩,୮୦୦ ଟଙ୍କା ରହିଛି। ସେହିପରି ଏହା ବ୍ଲାକ୍‌, ଜେନି ଗ୍ରେ ମେଟାଲିକ୍‌, ମ୍ୟାଟ୍‌ ଆକ୍ସିସ୍‌ ଗ୍ରେ, ରିବେଲ୍‌ ରେଡ୍‌ ମେଟାଲିକ୍‌ ଓ ଡିସେଣ୍ଟ୍‌ ବ୍ଲୁ ମେଟାଲିକ୍‌ ରଙ୍ଗରେ ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri