Categories: ବାଣିଜ୍ୟ

ହୋଣ୍ଡାର ରେପ୍‌ସଲ୍‌ ଏଡିସନ୍‌ ଉନ୍ମୋଚିତ

ଭୁବନେଶ୍ୱର,୨୨।୯:ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ରେପ୍‌ସଲ୍‌ ଏଡିସନ୍‌’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ୨୦୨୩ ରେପ୍‌ସଲ୍‌ ଏଡିସନ୍‌ର ହର୍ନେଟ୍‌ ୨.୦ ଓ ଡିଓ ୧୨୫କୁ ନିକଟରେ ଉନ୍ମୋଚନ କରାଯାଇଛି।
ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ସୁସୃମୁ ଓଟାନି କହିଛନ୍ତି, ରେସିଂ ହେଉଛି ହୋଣ୍ଡାର ହୃତ୍‌ପିଣ୍ଡ। ପ୍ରଥମ ଥର ପାଇଁ ଭାରତରେ ରେସିଂର ଶିଖର ଭାବେ ପରିଚିତ ମୋଟୋ ଜିପି ପ୍ରଥମ ଥର ପାଇଁ ଭାରତରେ ଆୟୋଜନ ହେଉଥିବା ବେଳେ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିବା ଲାଗି ଭାରତୀୟ ଯୁବ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ସେହି ଉତ୍ସାହକୁ ଆହୁରି ବଢ଼ାଇବା ପାଇଁ ଆମେ ହର୍ନେଟ୍‌ ୨.୦ ଓ ଡିଓ ୧୨୫ର ୨୦୨୩ ରେପ୍‌ସଲ୍‌ ଏଡିସନ୍‌କୁ ଉନ୍ମୋଚନ କରିଛୁ। ଆମେ ଆଗାମୀ ଭାରତ ଜିପିର ବଡ଼ ସଫଳତା କାମନା କରୁଛୁ। ସେହିଭଳି ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ (ବିକ୍ରି ଓ ବିପଣନ) ଯୋଗେଶ ମାଥୁର କହିଛନ୍ତି,ହର୍ନେଟ୍‌ ୨.୦ ଓ ଡିଓ ୧୨୫ର ୨୦୨୩ ରେପ୍‌ସଲ୍‌ ଏଡିସନ୍‌କୁ ଉନ୍ମୋଚନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଉଭୟ ମଡେଲ ନିଜ ନିଜ କ୍ଷେତ୍ରରେ ଗ୍ରାହକଙ୍କୁ ଉଲ୍ଲସିତ କରିଛନ୍ତି ଏବଂ ତାହାର ଲିମିଟେଡ୍‌ ଏଡିସନ୍‌ ଭର୍ସନ ଉନ୍ମୋଚନକରି ଭାରତରେ ମୋଟୋଜିପି ପ୍ରଶଂସକଙ୍କ ପାଇଁ ଭାରତୀୟ ରାସ୍ତାରେ ହୋଣ୍ଡାର ରେସିଂ ଡିଏନ୍‌ରେ ପରିବର୍ତ୍ତନ ଆଣି ଆମେ ଆନନ୍ଦିତ। ପ୍ରଥମ ଭାରତ ଜିପି ପାଇଁ ରେପ୍‌ସଲ୍‌ ହୋଣ୍ଡା ଟିମ୍‌କୁ ଆମେ ଶୁଭକାମନା ଜଣାଉଛୁ।

Share