ହୋଣ୍ଡା ନ୍ୟୁ ୟୁନିକର୍ଣ୍ଣର ବଜାର ପ୍ରବେଶ

ଭୁବନେଶ୍ୱର,୧୯।୬ (ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ନ୍ୟୁ ୟୁନିକର୍ଣ୍ଣର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ୟୁନିକର୍ଣ୍ଣକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଥିଲା। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ସଭାପତି, ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ସୁସୁମୁ ଓଟାନି କହିଛନ୍ତି, ୟୁନିକର୍ଣ୍ଣ ବିଗତ ଦୁଇ ଦଶନ୍ଧିର ବ୍ୟାପକ ଅନୁଭୂତିରୁ ଭାରତୀୟ ମୋଟରସାଇକେଲ୍‌ ଚାଳକଙ୍କ ପସନ୍ଦ ହୋଇରହିଛି। ବିଶେଷ କରି ଶକ୍ତି, ଦକ୍ଷତା ଓ ଆରାମର ମିଶ୍ରଣ ଥିବା ମଡେଲ୍‌ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାକୁ ଏହି ମଡେଲ୍‌ ସୁଦୃଢ଼ କରୁଥିବା ବେଳେ ଏହା ସଦ୍ୟତମ ନିର୍ଗମନ ନିୟମକୁ ମଧ୍ୟ ପାଳନ କରୁଛି। ଆମ ଉପରେ ଦୀର୍ଘଦିନରୁ ଭରସା ରଖିଥିବା ଗ୍ରାହକମାନଙ୍କୁ ଆମେ କୃତଜ୍ଞତା ଜଣାଉଛୁ। ସେହିଭଳି ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ବିକ୍ରି ଓ ମାର୍କେଟିଂ ଯୋଗେଶ ମାଥୁର କହିଛନ୍ତି, ଅତୁଳନୀୟ ଷ୍ଟାଇଲ, ଡିଜାଇନ, ଶକ୍ତି ଓ ଉନ୍ନତ ଏର୍ଗୋନୋମିକ୍‌କୁ ନେଇ ହୋଣ୍ଡା ୟୁନିକର୍ଣ୍ଣ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି କରିଛି। ନୂଆ ଓବିଡି୨ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ ଏହାକୁ ଆହୁରି ଆଗକୁ ବଢ଼ାଇବା ସହ ତା’ର ଦକ୍ଷତା, ନିରବଚ୍ଛିନ୍ନ ଶକ୍ତି ପ୍ରଦାନରେ ମଧ୍ୟ ଉନ୍ନତି ଆଣିଥିବା ବେଳେ ସଦ୍ୟତମ ମାନକକୁ ମଧ୍ୟ ପୂରଣ କରୁଛି। ଉଲ୍ଲେଖଯୋଗ୍ୟ, ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ୟୁନିକର୍ଣ୍ଣରେ ୧୬୦ ସିସିର ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ ଯାହା ଉତ୍କୃଷ୍ଟ ପ୍ରଦର୍ଶନ ଓ ଦକ୍ଷତା ପ୍ରଦାନ କରୁଛି। ଏହା ସହିତ ଆରାମ ଓ ସୁବିଧା ପାଇଁ ଏଥିରେ ଆଣ୍ଟି ବ୍ରେକ୍‌ ସିଷ୍ଟମ, ଟ୍ୟୁବ୍‌ଲେସ୍‌ ଟାୟାର, ରିଅର ମନୋ ସକ୍‌, ଅଧିକ ଗ୍ରାଉଣ୍ଡ୍‌ କ୍ଲିୟରାନ୍ସ, ଲମ୍ବା ହ୍ବିଲ୍‌ ବେସ୍‌, ଲମ୍ବା ସିଟ୍‌, ସିଲ୍‌ ଚେନ୍‌ ଓ ଇଞ୍ଜିନ୍‌ ଷ୍ଟପ୍‌ ସ୍ବିଚ୍‌ ଆଦି ରହିଛି। ଏହାର ପାର୍ଶ୍ୱ କଭରରେ କ୍ରୋମ୍‌ ଷ୍ଟ୍ରୋକ୍‌ ଏବଂ ଟାଙ୍କିରେ ୩ଡି ହୋଣ୍ଡା ୱିଙ୍ଗ୍‌ ଚିହ୍ନ ବେଶ ଆକର୍ଷଣୀୟ ଦେଖାଯାଉଛି। ଏହା ଉପରେ ୧୦ବର୍ଷର ସ୍ବତନ୍ତ୍ର ୱାରେଣ୍ଟି (୩ ବର୍ଷ ସାଧାରଣ ସହିତ ୭ ବର୍ଷର ବର୍ଦ୍ଧିତ ୱାରେଣ୍ଟି ବିକଳ୍ପ) ପ୍ରଦାନ କରାଯାଉଛି। ଏପରିକି ପର୍ଲ ଇଗ୍ନିଅସ୍‌ ବ୍ଲାକ୍‌, ଇମ୍ପରିଆଲ୍‌ ରେଡ୍‌ ମେଟାଲିକ୍‌, ମ୍ୟାଟ୍‌ ଆକ୍ସିସ୍‌ ଗ୍ରେ ମେଟାଲିକ୍‌ ଓ ପର୍ଲ ସାଇରନ୍‌ ବ୍ଲୁ୍‌ ଭଳି ଚାରିଟି ରଙ୍ଗରେ ଏହା ଉପଲବ୍ଧ। ଏହାର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୧,୦୯,୮୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri