Categories: ବାଣିଜ୍ୟ

ହୋଣ୍ଡା କାର୍‌ସର ନୂତନ ସମାଧାନ ଉନ୍ମୋଚିତ

ନୂଆଦିଲ୍ଲୀ,୧।୨: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ଗୁଣାତ୍ମକ ଉତ୍ପାଦ ତଥା ନୂତନ ସମାଧାନ ‘ଅଲ୍‌ଟ୍ରା ବଡି କୋଟିଂ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ଏହି ଉତ୍ପାଦ ନୂତନ ଗାଡ଼ିର ସୁରକ୍ଷା ସହ ଚମକକୁ ସତେଜ କରିଥାଏ। ଏ ସମ୍ପର୍କରେ ଏଚ୍‌ସିଆଇଏଲ୍‌ର ଉପସଭାପତି (ମାକେର୍ଟିଂ ଆଣ୍ଡ ସେଲ୍‌ସ) କୁନାଲ ବେହଲ କହିଛନ୍ତି, ଆମେ ସର୍ବଦା ଆମର ଗ୍ରାହକଙ୍କର ଆବଶ୍ୟକତା ସହିତ ବଜାର ଚାହିଦାକୁ ପୂରଣ କରିବାକୁ ପ୍ରୟାସ କରିଥାଉ। ଏପରିକି ବ୍ରାଣ୍ଡ୍‌ର ନୂତନ ସମାଧାନ ଗ୍ରାହକଙ୍କୁ ଗୁଣାତ୍ମକ ସେବା ଓ ଗାଡ଼ିର ଯତ୍ନରେ ବେଶ୍‌ ସହାୟକ ହେବ। ଏହି ଉତ୍ପାଦ ଗାଡ଼ିର ଚମକକୁ ନୂଆ ଭଳି କରି ରଖିଥାଏ। ଉଲ୍ଲେଖଯୋଗ୍ୟ, ଦେଶର ସମସ୍ତ ହୋଣ୍ଡା କାର୍‌ସ ଡିଲର୍ସ ପଏଣ୍ଟ ବା ଶୋ’ରୁମ୍‌ରେ ଏହି ନୂତନ ଉତ୍ପାଦ ଉପଲବ୍ଧ। ଏହାର ମୂଲ୍ୟ ୨୮,୯୦୦ ଟଙ୍କା ରହିଥିଲାବେଳେ ସ୍ବତନ୍ତ୍ର ଭାବେ ଏହି ଉତ୍ପାଦ ହୋଣ୍ଡା ମଡେଲଗୁଡିକ ପାଇଁ ବ୍ୟବହାର ଯୋଗ୍ୟ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

Share