ଘରୋଇ ଫେସ୍‌ ପ୍ୟାକ୍‌

ବର୍ତ୍ତମାନ ପରିବେଶ ପ୍ରଦୂଷଣ, ଜୀବନଶୈଳୀ ପରିବର୍ତ୍ତନ, ଅସନ୍ତୁଳିତ ଖାଦ୍ୟାଭ୍ୟାସ ଆଦି କାରଣରୁ ତ୍ୱଚା ମଧ୍ୟ ପ୍ରଭାବିତ ହେଉଛି। ଏମିତିରେ ତ୍ୱଚାକୁ ସୁନ୍ଦର ଏବଂ ଫିଟ୍‌ ରଖିବାକୁ ବିଭିନ୍ନ ଘରୋଇ ଫେସ୍‌ ପ୍ୟାକ୍‌ ବ୍ୟବହାର କରିପାରିବେ। ଜାଣି ରଖନ୍ତୁ ବିଭିନ୍ନ ପ୍ୟାକ୍‌ ସମ୍ପର୍କରେ …

ଗାଜର- ଆଳୁ ପ୍ୟାକ୍‌: ଏହି ପ୍ୟାକ୍‌ ବ୍ରଣ, ଦାଗ, ଟ୍ୟାନ୍‌ ଏବଂ ରିଙ୍କଲ୍‌ ମାର୍କ ଭଳି ବିଭିନ୍ନ ସମସ୍ୟା ଦୂର କରିବାରେ ବେଶ୍‌ ସହାୟକ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଗୋଟିଏ ଲେଖାଏ ଗାଜର ଏବଂ ଆଳୁ ନେଇ ସିଝାଇ ଦିଅନ୍ତୁ। ଏହାକୁ ଥଣ୍ଡା କରି ବାଟି ଦିଅନ୍ତୁ। ଏଥିରେ ଏକ ଚାମଚ ମହୁ, ଅଧା ଚାମଚ ହଳଦୀ ଗୁଣ୍ଡ, ଅଧା ଚାମଚ ଲେମ୍ବୁ ରସ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ମୁହଁ ଏବଂ ବେକକୁ ଭଲ ଭାବେ ପୋଛି ଏହି ପ୍ୟାକ୍‌ ଲଗାନ୍ତୁ। ୩୦ ମିନିଟ୍‌ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହି ପ୍ୟାକ୍‌ ବ୍ୟବହାର କଲେ ଉପକୃତ ହୋଇପାରିବେ।
ନିମ୍ବ, ତୁଳସୀ ଏବଂ ହଳଦୀ ପ୍ୟାକ୍‌: ତ୍ୱଚାର ବିଭିନ୍ନ ସମସ୍ୟା ଦୂର କରିବା ଲାଗି ଏହି ପ୍ୟାକ୍‌ ସର୍ବୋତ୍ତମ। କାରଣ ଏହା ଏକ ଆୟୁର୍ବେଦିକ ଉପଚାର। ସ୍କିନ୍‌ ଏଜିଂ ଦୂର କରିବାରେ ବି ଏହା ଲାଭଦାୟକ। ଏହାକୁ ପ୍ରସ୍ତୁତ କରିବା ଲାଗି ୪ଟି ଲେଖାଏ ତୁଳସୀ ଏବଂ ନିମ୍ବ ପତ୍ର, ଏକ ଚାମଚ ଲେଖାଏ ହଳଦୀ ଗୁଣ୍ଡ ଏବଂ ଦହି ନେଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାଇ ଦିଅନ୍ତୁ। ପ୍ୟାକ୍‌ ଶୁଖିବା ପରେ ପାଣିରେ ଧୀରେ ଧୀରେ ଘଷି ଛଡ଼ାନ୍ତୁ। ଦିନେ ଛଡ଼ା ଦିନେ କିମ୍ବା ସପ୍ତାହରେ ୨-୩ ଥର ଏହାକୁ ବ୍ୟବହାର କଲେ ତ୍ୱଚାର ସମସ୍ତ ସମସ୍ୟା ଦୂର ହୋଇପାରିବ।
ଟମାଟୋ ଏବଂ ମୁଲତାନୀ ମାଟି ପ୍ୟାକ୍‌: ସୂର୍ଯ୍ୟ କିରଣରେ କଳା ପଡ଼ିଥିବା ବା ଟ୍ୟାନ୍‌ ହୋଇଥିବା ତ୍ୱଚାକୁ ପୁନର୍ବାର ଗୋରା କରିବା ଲାଗି ଏହି ପ୍ୟାକ୍‌ ଭଲ କାମ କରିଥାଏ। ଏହାକୁ ପ୍ରସ୍ତୁତ କରିବା ଲାଗି ଏକ ଚାମଚ ମୁଲତାନୀ ମାଟିରେ ଦୁଇ ଚାମଚ ଟମାଟୋ ଜୁସ୍‌ ମିଶାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ମୁହଁରେ ଲଗାନ୍ତୁ। ପ୍ୟାକ୍‌ ଶୁଖିଯିବା ପରେ ପାଣିରେ ଅଙ୍ଗୁଳି ସାହାଯ୍ୟରେ ଧୀରେ ଧୀରେ ଘଷି ଧୋଇଦିଅନ୍ତୁ। ମନେରଖନ୍ତୁ ମୁହଁକୁ କେବେ ରଗଡ଼ନ୍ତୁ ନାହିଁ ନଚେତ୍‌ ତ୍ୱଚା ଡ୍ରାଏ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri