ବାସହରା ଖୋଜୁଛନ୍ତି ରାତ୍ରି ଆଶ୍ରୟସ୍ଥଳ

ଜଗତ୍‌ସିଂହପୁର ଅଫିସ, ୧୧।୧: ପ୍ରବଳ ଶୀତ ଯୋଗୁ ଗରିବ ବାସହରାଙ୍କ ଚିନ୍ତା ବଢ଼ିଯାଇଛି। ରାତ୍ରିଯାପନ କରିବା ପାଇଁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତଯୋଗୁ ବାସହରା ହୋଇ କୌଣସି ବ୍ୟକ୍ତିଙ୍କ ଯେପରି ମୃତ୍ୟୁ ନ ହୁଏ ସେଥିପ୍ରତି ଦାୟିତ୍ୱବାନ ହେବାକୁ ସୁପ୍ରିମକୋର୍ଟ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଜଗତ୍‌ସିଂହପୁର ଜିଲାରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନାହିିଁ। ଚଳିତବର୍ଷ ଜିଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ ଜଗତ୍‌ସିଂହପୁର ପୌର ପରିଷଦ କଲ୍ୟାଣ ମଣ୍ଡପରେ ଅସ୍ଥାୟୀ ରାତ୍ରିକାଳୀନ ଆଶ୍ରୟସ୍ଥଳ କରାଯାଇଛି। କିନ୍ତୁ ଜିଲାରେ ଏପର୍ଯ୍ୟନ୍ତ ସ୍ଥାୟୀ ଆଶ୍ରୟସ୍ଥଳ ନାହିଁ। ଅପରପକ୍ଷେ ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଉ ନ ଥିବାରୁ ବାସହରାମାନେ ଅସ୍ଥାୟୀ ଆଶ୍ରୟସ୍ଥଳରେ ପହଞ୍ଚତ୍ପାରୁନାହାନ୍ତି। ଫଳରେ ଏହାର ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ଜଗତ୍‌ସିଂହପୁର ଏବଂ ପାରାଦୀପରେ ଏକାଧିକ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସାଙ୍ଗକୁ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ ହେଉଛି। ଏନେଇ ଅନେକ ଲୋକ ଏଠାକୁ ମୂଲ ଲାଗିବା ପାଇଁ ଆସୁଛନ୍ତି। ମାତ୍ର ଶୀତଦିନେ ରାତ୍ରିଯାପନ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ଅର୍ଥାଭାବ ଯୋଗୁ ହୋଟେଲରେ ରହିବା ସମ୍ଭବ ହେଉ ନ ଥିବାବେଳେ ଫୁଟ୍‌ପାଥ୍‌, ବସ୍‌ଷ୍ଟପ୍‌ କିମ୍ବା ମନ୍ଦିର ପରିସରରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି। କେବଳ ଶ୍ରମିକ ନୁହନ୍ତି, ବିଭିନ୍ନ କାମରେ ଏହି ସହରକୁ ଆସୁଥିବା ଲୋକେ ଗାଁକୁ ଫେରି ନ ପାରି ଅନୁରୂପ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭିକ୍ଷାବୃତ୍ତି କରି ବଞ୍ଚୁଥିବା ଲୋକେ ଶୀତରେ ପରିବାର ସହ କିପରି ଚଳିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ତେଣୁ ଜଗତ୍‌ସିଂହପୁର ଓ ପାରାଦୀପରେ ପୌର ପରିଷଦ ପକ୍ଷରୁ ସ୍ଥାୟୀ ରାତ୍ରକାଳୀନ ଆଶ୍ରୟସ୍ଥଳ କରିବାକୁ ଦାବି ହେଉଛି।
ସୂଚନାଯୋଗ୍ୟ, ପ୍ରବଳ ଶୀତ ଯୋଗୁ ଅତୀତରେ ଦିଲ୍ଲୀରେ କେତେଜଣ ବାସହରାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ପିପୁଲ୍‌ସ ୟୁନିୟନ ଫର୍‌ ସିଭିଲ ଲିବର୍ଟିଜ୍‌ (ପିୟୁସିଏଲ୍‌) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହି ମାମଲାର ବିଚାର କରି ଜଷ୍ଟିସ୍‌ ଦଲ୍‌ଭୀର ଭଣ୍ଡାରି ଏବଂ ଜଷ୍ଟିସ୍‌ ଗ୍ୟାନ୍‌ ସୁଧା ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ତୁରନ୍ତ ବାସହରାଙ୍କ ରହଣି ପାଇଁ ରାତ୍ରିକାଳୀନ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଆଶ୍ରୟସ୍ଥଳରେ ମୌଳିକ ଆବଶ୍ୟକତା ଯଥା ଖାଦ୍ୟ, ପାନୀୟ ଜଳ, ଶଯ୍ୟା, ବ୍ଲାଙ୍କେଟ୍‌ ଓ ପାଇଖାନା ଆଦିର ବ୍ୟବସ୍ଥା କରିବାକୁ ଉଲ୍ଲେଖ କରିଥିଲେ। ଏଥିମଧ୍ୟରେ ଓଡ଼ିଶା ସରକାର ଭୁବନେଶ୍ୱରରେ ସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରି ସାରିଛନ୍ତି। ମାତ୍ର ଜଗତ୍‌ସିଂହପୁରରେ ଏହା ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri