ବାସହରା ଖୋଜୁଛନ୍ତି ରାତ୍ରି ଆଶ୍ରୟସ୍ଥଳ

ଜଗତ୍‌ସିଂହପୁର ଅଫିସ, ୧୧।୧: ପ୍ରବଳ ଶୀତ ଯୋଗୁ ଗରିବ ବାସହରାଙ୍କ ଚିନ୍ତା ବଢ଼ିଯାଇଛି। ରାତ୍ରିଯାପନ କରିବା ପାଇଁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତଯୋଗୁ ବାସହରା ହୋଇ କୌଣସି ବ୍ୟକ୍ତିଙ୍କ ଯେପରି ମୃତ୍ୟୁ ନ ହୁଏ ସେଥିପ୍ରତି ଦାୟିତ୍ୱବାନ ହେବାକୁ ସୁପ୍ରିମକୋର୍ଟ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଜଗତ୍‌ସିଂହପୁର ଜିଲାରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନାହିିଁ। ଚଳିତବର୍ଷ ଜିଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ ଜଗତ୍‌ସିଂହପୁର ପୌର ପରିଷଦ କଲ୍ୟାଣ ମଣ୍ଡପରେ ଅସ୍ଥାୟୀ ରାତ୍ରିକାଳୀନ ଆଶ୍ରୟସ୍ଥଳ କରାଯାଇଛି। କିନ୍ତୁ ଜିଲାରେ ଏପର୍ଯ୍ୟନ୍ତ ସ୍ଥାୟୀ ଆଶ୍ରୟସ୍ଥଳ ନାହିଁ। ଅପରପକ୍ଷେ ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଉ ନ ଥିବାରୁ ବାସହରାମାନେ ଅସ୍ଥାୟୀ ଆଶ୍ରୟସ୍ଥଳରେ ପହଞ୍ଚତ୍ପାରୁନାହାନ୍ତି। ଫଳରେ ଏହାର ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ଜଗତ୍‌ସିଂହପୁର ଏବଂ ପାରାଦୀପରେ ଏକାଧିକ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସାଙ୍ଗକୁ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ ହେଉଛି। ଏନେଇ ଅନେକ ଲୋକ ଏଠାକୁ ମୂଲ ଲାଗିବା ପାଇଁ ଆସୁଛନ୍ତି। ମାତ୍ର ଶୀତଦିନେ ରାତ୍ରିଯାପନ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ଅର୍ଥାଭାବ ଯୋଗୁ ହୋଟେଲରେ ରହିବା ସମ୍ଭବ ହେଉ ନ ଥିବାବେଳେ ଫୁଟ୍‌ପାଥ୍‌, ବସ୍‌ଷ୍ଟପ୍‌ କିମ୍ବା ମନ୍ଦିର ପରିସରରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି। କେବଳ ଶ୍ରମିକ ନୁହନ୍ତି, ବିଭିନ୍ନ କାମରେ ଏହି ସହରକୁ ଆସୁଥିବା ଲୋକେ ଗାଁକୁ ଫେରି ନ ପାରି ଅନୁରୂପ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭିକ୍ଷାବୃତ୍ତି କରି ବଞ୍ଚୁଥିବା ଲୋକେ ଶୀତରେ ପରିବାର ସହ କିପରି ଚଳିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ତେଣୁ ଜଗତ୍‌ସିଂହପୁର ଓ ପାରାଦୀପରେ ପୌର ପରିଷଦ ପକ୍ଷରୁ ସ୍ଥାୟୀ ରାତ୍ରକାଳୀନ ଆଶ୍ରୟସ୍ଥଳ କରିବାକୁ ଦାବି ହେଉଛି।
ସୂଚନାଯୋଗ୍ୟ, ପ୍ରବଳ ଶୀତ ଯୋଗୁ ଅତୀତରେ ଦିଲ୍ଲୀରେ କେତେଜଣ ବାସହରାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ପିପୁଲ୍‌ସ ୟୁନିୟନ ଫର୍‌ ସିଭିଲ ଲିବର୍ଟିଜ୍‌ (ପିୟୁସିଏଲ୍‌) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହି ମାମଲାର ବିଚାର କରି ଜଷ୍ଟିସ୍‌ ଦଲ୍‌ଭୀର ଭଣ୍ଡାରି ଏବଂ ଜଷ୍ଟିସ୍‌ ଗ୍ୟାନ୍‌ ସୁଧା ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ତୁରନ୍ତ ବାସହରାଙ୍କ ରହଣି ପାଇଁ ରାତ୍ରିକାଳୀନ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଆଶ୍ରୟସ୍ଥଳରେ ମୌଳିକ ଆବଶ୍ୟକତା ଯଥା ଖାଦ୍ୟ, ପାନୀୟ ଜଳ, ଶଯ୍ୟା, ବ୍ଲାଙ୍କେଟ୍‌ ଓ ପାଇଖାନା ଆଦିର ବ୍ୟବସ୍ଥା କରିବାକୁ ଉଲ୍ଲେଖ କରିଥିଲେ। ଏଥିମଧ୍ୟରେ ଓଡ଼ିଶା ସରକାର ଭୁବନେଶ୍ୱରରେ ସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରି ସାରିଛନ୍ତି। ମାତ୍ର ଜଗତ୍‌ସିଂହପୁରରେ ଏହା ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ପୁଅ ପାଇଁ ନିଜ ଝିଅର ବଳି ଦେଲେ ମା’, ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ…ପୂରା ଘଟଣା ଜାଣିଲେ ଥରିଉଠିବ ଦେହ

ରାଞ୍ଚି,୨।୪: ଝାଡ଼ଖଣ୍ଡର ହଜାରୀବାଗ ଜିଲାର ବିଷ୍ଣୁଗଡ଼ ଥାନା ଅଞ୍ଚଳର କୁସୁମ୍ଭା ଗାଁରେ ଜଣେ ୧୩ ବର୍ଷୀୟା ଝିଅର ହତ୍ୟା ଘଟଣାରେ ପୋଲିସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି।…

ଗ୍ୟାସ, ତେଲ ପରେ କଣ୍ଡୋମ ଅଭାବ: ୫୦% ପର୍ଯ୍ୟନ୍ତ ଦର ବୃଦ୍ଧି ସମ୍ଭାବନା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶରେ କଣ୍ଡୋମ ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେଲ ଏବଂ…

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

ଯୁଦ୍ଧ ମଧ୍ୟରେ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି : ଏହି ଉତ୍ପାଦ ଉପରେ ଜୁନ ଯାଏ…

ନୂଆଦିଲ୍ଲୀ,୨।୪: ଆଜି ମଧ୍ୟପ୍ରାଚ୍ୟ ଯୁଦ୍ଧର ୩୪ତମ ଦିନ। ଏହି ଯୁଦ୍ଧ ବିଶ୍ୱ ବାଣିଜ୍ୟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଏହି ସମୟରେ, ଭାରତ ସରକାର ଏକ…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

ହର୍ମୁଜକୁ ଟ୍ରମ୍ପ ନେଲେ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି: ସାରା ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ତାର ସହିତ…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri