‘ହୋମବାଉଣ୍ଡ’: ୨ ବାଲ୍ୟ ବନ୍ଧୁଙ୍କ କାହାଣୀ

ମୁମ୍ବାଇ: ଫିଲ୍ମ ନିର୍ମାତା କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ହୋମବାଉଣ୍ଡ’ର ପ୍ରଥମ ପୋଷ୍ଟରକୁ ଗୁରୁବାର ଜାରି କରାଯାଇଛି। କରନଙ୍କ ଧର୍ମା ପ୍ରଡକ୍ସନ ପକ୍ଷରୁ ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଛି। ଉକ୍ତ ପୋଷ୍ଟରରେ ଅଭିନେତା ଇଶାନ ଖଟ୍ଟରଙ୍କ କାନ୍ଧରେ ଅଭିନେତା ବିଶାଲ ଜେଠଓ୍ବା ଖୁସିରେ ଝୁଲୁଥିବାର ଦେଖିବାକୁ ମିଳିଛି। ଏହାସହ ଫିଲ୍ମରେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ଏହି ପୋଷ୍ଟରରେ ସୂଚନା ଦିଆଯାଇଛି। ଧର୍ମା ପ୍ରଡକ୍ସନ ପକ୍ଷରୁ କରାଯାଇଥିବା ଏହି ପୋଷ୍ଟର କ୍ୟାପ୍‌ଶନ୍‌ରେ ଲେଖାଯାଇଛି, ଆସନ୍ତା ୨୧ ତାରିଖରେ ପ୍ରସିଦ୍ଧ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନୀରଜ ଘାୟଓ୍ବାନଙ୍କ ନିର୍ଦ୍ଦେଶିତ ‘ହୋମବାଉଣ୍ଡ’କୁ ପ୍ରଦର୍ଶିତ କରାଯିବ। ଏହି ଫିଲ୍ମରେ ଉତ୍ତର ଭାରତର ଏକ ଛୋଟ ଗ୍ରାମରେ ପୋଲିସ ଅଫିସର ହେବାକୁ ସ୍ବପ୍ନ ଦେଖୁଥିବା ୨ ବାଲ୍ୟ ବନ୍ଧୁଙ୍କର କାହାଣୀକୁ ଦେଖିବାକୁ ମିଳିବ। ତେବେ ପୋଲିସ ଅଫିସର ଭାବେ ସ୍ଥାନୀୟ ଲୋକଙ୍କଠାରୁ ସମ୍ମାନ ପାଇବାର ସ୍ବପ୍ନ ଦେଖୁଥିବା ଏହି ୨ ବାଳକ ସମୟ କ୍ରମେ ବଡ଼ ହେବା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥାଏ। ଏହି ଫିଲ୍ମରେ ଯୁବପିଢ଼ିଙ୍କ ଆଶା, ମହତ୍ତ୍ୱକାଂକ୍ଷା ଏବଂ ଭାଙ୍ଗିଯାଇଥିବା ବନ୍ଧୁତାର ଭାବନାକୁ ଭଲ ଭାବେ ଚିତ୍ରଣ କରାଯାଇଛି ବୋଲି ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri