Categories: ଫୁରସତ

ଅଟୋରିକ୍ସାରେ ଘର: ନାଁହେଉଛି ସୋଲୋ ୦.୧

ଅଟୋରିକ୍ସାରେ ପୁଣି ଭ୍ରାମ୍ୟମାଣଘର! କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏକଥା ସତ । ଏହି ପରି ଆକର୍ଷଣୀୟ ଭ୍ରାମ୍ୟମାଣ ଘରକୁ ଡିଜାଇନ୍‌ କରିଛନ୍ତି ତାମିଲନାଡୁର ୨୩ ବର୍ଷୀୟ ଯୁବକ ଏନ୍‌.ଜି.ଅରୁନ୍‌ ପ୍ରଭୁ ।ଏହା ଭାରତର ପ୍ରଥମ ଭ୍ରାମ୍ୟମାଣ ଘର । ଏହା ଫ୍ଲାଟ, ଆପାର୍ଟମେଣ୍ଟ ଓ ଗାଁଘର ମିଶ୍ରଣରେ ଡିଜାଇନ ହେଇଛି । ଏହି ଘରର ନାଁହେଉଛି ସୋଲୋ ୦.୧ । ଏହା ୩୬ ବର୍ଗ ଫୁଟ୍‌ ଜାଗାରେ ତିଆରି । ଯେଉଁଥିରେ ଗୋଟିଏ ବେଡ୍‌ରୁମ ସହିତ ଲିଭିଙ୍ଗରୁମ,ରୋଷେଇ ଘର, ପାଇଖାନା, ବାଥଟବ୍‌, କାମ କରିବା ପାଇଁ ଖାଲିଜାଗା ଓ ଏକ ୨୫୦ଲିଟରର ପାଣିଟାଙ୍କି ମଧ୍ୟ ରହିଛି । ଏଥିରେ ପ୍ରାୟ ୨-୩ ଜଣ ବ୍ୟକ୍ତି ଆରାମରେ ରହିପାରିବେ । ଏହି ପ୍ରୋଜେକ୍ଟର ଲକ୍ଷ୍ୟ ହେଉଛି ଯୁବ ଇଞ୍ଜିନିୟରମାନଙ୍କୁ ଉସତ୍ାହିତ କରିବା ।

Share