କଡ଼ା ସୁରକ୍ଷା ମଧ୍ୟରେ ହୋମଗାର୍ଡ ପରୀକ୍ଷା; ଏମବିଏ, ବି ଟେକ ଆବେଦନକାରୀ ପରୀକ୍ଷା ଦେଉଛନ୍ତି

ଭଞ୍ଜନଗର,୭।୯(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ରବିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ଲିଖିତ ପରୀକ୍ଷା ଆରମ୍ଭ ହୋଇଛି। ସକାଳ ୧୦ ଟା ରୁ ୧୨ ଟା ମଧ୍ୟରେ ପରୀକ୍ଷା ହେଉଛି। ଏହା ପୁର୍ବରୁ ଆବେଦନକାରୀମାନଙ୍କୁ କଡ଼ାକଡି ଭାବେ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ରକୁ ଛଡାଯାଉଛି। ଗଞ୍ଜାମ ପୋଲିସ ଜିଲାର ସମସ୍ତ ଥାନା ଅଞ୍ଚଳରେ ଗୋଟିଏ ଗୋଟିଏ ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏମବିଏ, ବି ଟେକ ଆବେଦନକାରୀ ପରୀକ୍ଷା ଦେଉଛନ୍ତି।

ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି। ଗଞ୍ଜାମ ପୋଲିସ ଜିଲାରେ ୧୩୫ ଟି ପଦବୀ ପାଇଁ ୭୫୦୦ ରୁ ଉର୍ଦ୍ଧ ଆବେଦନ କରିଛନ୍ତି। ଆଜି ପରୀକ୍ଷା ସରିବା ପରେ ୯ ତାରିଖରେ ଲିଖିତ ପରୀକ୍ଷାର ଫଳ ପ୍ରକାଶିତ ହେବ। ଚଳିତ ମାସ ଶେଷ ସୁଦ୍ଧା ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ଆରମ୍ଭ ହୋଇଛି। ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ପରୀକ୍ଷା ଚାଲିଛି। ସେହିଭଳି ଭଞ୍ଜନଗର ଏସ ଡି ପି ଓ ଡ ଦୀପକ ମିଶ୍ର, ଭଞ୍ଜନଗର
ଏ ଏସ ପି ରଞ୍ଜନ କୁମାର ଦେଓ ମଧ୍ୟ ନିଜ ଅଞ୍ଚଳରେ ଥିବା ପରୀକ୍ଷା କେନ୍ଦ୍ର ବୁଲି ସୁରକ୍ଷା ବ୍ୟବସ୍ଥା ବୁଲି ଦେଖିଥିଲେ। ୧୩୫ ଟି ପଦବୀ ମଧ୍ୟରୁ ୧୦୧ ପୁରୁଷ ଏବଂ ୩୪ ଜଣ ମହିଳା ଗୃହରକ୍ଷୀ ଚୟନ ହେବେ। ସେଥିମଧ୍ୟରୁ ସାମୁଦ୍ରିକ ଥାନା ପାଇଁ ୧୫ ଜଣ, ସାଧାରଣ ଡ୍ୟୁଟି ୫୫ ଜଣ, କମ୍ପ୍ୟୁଟର ୪୦, ଡ୍ରାଇଭର ୧୦, ରୋଷେୟା ୬, ବୈଦ୍ୟୁତିକ ମିସ୍ତ୍ରୀ ୨, ମେସ ସହାୟକ ୨ ଓ ଧୋବୀ, ବାରିକ, ଦରଜୀ, ପାଣି ପାଇପ ମିସ୍ତ୍ରୀ, ମୋଚି ପଦବୀ ପାଇଁ ଜଣେ ଲେଖାଁଏ ନିଯୁକ୍ତି ହେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri