Categories: ଫୁରସତ

ଘରକୁ କଲେ ଆକ୍ୱାରିୟମ

ଇସ୍ରାଏଲ୍‌ର ଏଲି ନାମକ ଜଣେ ବ୍ୟକ୍ତି ତିଆରି କରିଛନ୍ତି ପୃଥିବୀର ସବୁଠାରୁ ବଡ଼ ହୋମ ରିଫ୍‌ ଆକ୍ୱାରିୟମ୍‌। ନିଜ ଲିଭିଂ ରୁମ୍‌ରେ ସେ ଏହି ଆକ୍ୱାରିୟମ୍‌ଟିକୁ ତିଆରି କରିଛନ୍ତି। ଏହା ଏତେ ବଡ଼ ଯେ, ଏଲି ନିଜେ ତା’ ଭିତରେ ପଶି ମାଛଙ୍କ ସହ ପହଁରିପାରିବେ। ୨୦୧୨ରେ ସେ ଏହି ହୋମ ରିଫ୍‌ ଆକ୍ୱାରିୟମଟିକୁ ତିଆରି କରିଥିଲେ। ଏଥିରେ ୩୦,୦୦୦ ଲିଟର ପାଣି ଧରିଥାଏ। ଆକ୍ୱାରିୟମ୍‌ର ଫିଲ୍ଟର ସିଷ୍ଟମ୍‌ ସମ୍ପକୁ ମିଶାଇଲେ ଏଥିରେ ୩୭୦୦୦ ଲିଟର ପାଣି ରହେ। ସେ ଏହି ଆକ୍ୱାରିୟମ୍‌ ଉପରେ ସୂର୍ଯ୍ୟକିରଣ ପଡିବାର ବ୍ୟବସ୍ଥା ବି କରିଛନ୍ତି। ଯେମିତିକି ସାମୁଦ୍ରକି ଜୀବଗୁଡିକ ଭଲଭାବେ ବଢିପାରିବେ।

Share