ପବିତ୍ର ପଞ୍ଚକ ବ୍ରତ ଆରମ୍ଭ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ସୋରଡା,୪।୧୧(ଡି.ଏନ୍‌.ଏ.): ପବିତ୍ର କାର୍ତ୍ତିକ ମାସର ପଞ୍ଚକ ଆରମ୍ଭ ହୋଇଛି। ଶୁକ୍ରବାର ବଡ଼ ଏକାଦଶୀରେ ଜଗନ୍ନାଥଙ୍କ ଦୁର୍ଲଭ ବେଶ, ଆଳତି ଦେଖିବାକୁ ଭୋରରୁ ମହିଳାଙ୍କ ଭଡ଼ ଦେଖିବାକୁ ମିଳିଥିଲା। ଠାକୁରଙ୍କୁ ତୁଳସୀ ମାଳରେ ଅତ୍ୟନ୍ତ ସୁନ୍ଦର ଭାବେ ସଜା ଯାଇଛି। ଭୋର ୪ ଟାରୁ ପଞ୍ଚୁକ ବ୍ରତ ପାଳୁଥିବା ମହିଳାମାନେ ଠାକୁରଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମନ୍ଦିରରେ ଭିଡ ଲାଗିରହିଥିବା ବେଳେ ପଞ୍ଚାନନ ମନ୍ଦିର, ଗୋପୀନାଥ, ରଘୁନାଥ, ବୃଧଲିଙ୍ଗେଶର, ପୁଡୁଗେଶର, ବାଲୁଙ୍କେଶର, ଦକ୍ଷିଣେଶ୍ବର ମନ୍ଦିରରେ ମଧ୍ୟ ଅନୁରୂପ ଭିଡ଼ ନଜର ଆସିଥିଲା।