Posted inଖେଳ

ହୋଲ୍ଡରଙ୍କୁ ୬ ଉଇକେଟ୍‌: ଇଂଲଣ୍ଡ ୨୦୪ରେ ସୀମିତ

ସାଉଥାମ୍ପଟନ, ୯।୭- କରୋନା ଭାଇରସ ସଂକ୍ରମଣ ଯୋଗୁ ୪ ମାସ ବ୍ରେକ୍‌ ପରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ କ୍ରିକେଟରେ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ ରୋଜ୍‌ ବାଓ୍ବଲ ଷ୍ଟାଡିୟମରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଅଧିନାୟକ ଜାସନ ହୋଲ୍ଡରଙ୍କ ୬ ଉଇକେଟ ସଫଳତା ବଳରେ ଓ୍ବେଷ୍ଟଇଣ୍ଡିଜ ଘରୋଇ ଇଂଲଣ୍ଡର ପ୍ରଥମ ଇନିଂସକୁ ୨୦୪ ରନରେ ସୀମିତ ରଖିଛି। ଇଂଲଣ୍ଡ ପକ୍ଷରୁ ଅଧିନାୟକ ବେନ୍‌ ଷ୍ଟୋକ୍ସ ସର୍ବାଧିକ ୪୩ ରନ ସ୍କୋର କରଥିଲେ। ଆଲୋକ କମି ଯିବାରୁ ଖେଳ ବାଧାପ୍ରାପ୍ତ ହେବା ବେଳକୁ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ କୌଣସି ଉଇକେଟ ନ ହରାଇ ୨୧ ରନ ସଂଗ୍ରହ କରିଛି।
ବର୍ଷା ଯୋଗୁ ବୁଧବାର ପ୍ରଥମ ଦିବସରେ ମାତ୍ର ୧୭.୪ ଓଭର ଖେଳ ସମ୍ଭବ ହୋଇଥିଲା। ସେତେବେଳକୁ ଇଂଲଣ୍ଡ ୧ ଉଇକେଟ ହରାଇ ୩୫ ରନ କରିଥିଲା। ଗୁରୁବାର ଦ୍ୱିତୀୟ ଦିବସ ଖେଳରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଭ୍ରମଣକାରୀ ଦଳର ପେସ୍‌ ବୋଲରଙ୍କୁ ସଫଳ ମୁକାବିଲା କରିପାରି ନ ଥିଲେ। ଶାନନ ଗାବ୍ରିଏଲ ୧୬ ରନ ମଧ୍ୟରେ ଘରୋଇ ଦଳର ଆଉ ୨ ଉଇକେଟ ନେଇ ଓ୍ବେଷ୍ଟଇଣ୍ଡିଜକୁ ଫାଇଦାରେ ରଖିଥିଲେ। ଜୋ ଡେନ୍‌ଲି ୧୮ ଓ ରୋରି ବନର୍‌ସ ୩୦ ରନ କରିଥିଲେ। ଏହାପରେ ଘାତକ ସାବ୍ୟସ୍ତ ହୋଇଥିଲେ ହୋଲ୍ଡର। ସେ ଜ୍ୟାକ କ୍ରାଓଲେଙ୍କୁ ୧୦, ଓଲି ପୋପ୍‌ ୧୨, ବେନ୍‌ ଷ୍ଟୋକ୍ସ ୪୩, ଜେସ ବଟଲର ୩୫, ଜୋଫ୍ରା ଆର୍ଚର ୦, ମାର୍କ ଉଡ୍‌ଙ୍କୁ ୫ ରନରେ ଆଉଟ କରି ଇଂଲଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଡୋମିନିକ୍‌ ବେସ୍‌ ଓ ଜେମ୍ସ ଆଣ୍ଡରସନ ଅନ୍ତିମ ଉଇକେଟରେ ୩୦ ରନର ଭାଗୀଦାରି ଗଢ଼ି ଦଳର ରନ ସଂଖ୍ୟାକୁ ୨୦୦ ଅତିକ୍ରମ କରାଇଥିଲେ। ୨୦ ବଲ୍‌ରୁ ୧୦ ରନ କରିଥିବା ଆଣ୍ଡରସନଙ୍କୁ କ୍ଲିନ୍‌ ବୋଲ୍ଡ କରି ଗାବ୍ରିଏଲ ଇଂଲଣ୍ଡ ଇନିଂସର ପରିସମାପ୍ତି ଘଟାଇଥିଲେ। ବେସ୍‌ ୪୪ ବଲ୍‌ରୁ ୪ ଚୌକା ସହ ୩୧ ରନରେ ଅପରାଜିତ ରହିଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ହୋଲ୍ଡର ୬ଟି ଏବଂ ଗାବ୍ରିଏଲ ୪ଟି ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୦୪/ଅଲଆଉଟ(ଷ୍ଟୋକ୍ସ-୪୩, ବଟଲର-୩୫, ବନର୍‌ସ-୩୦, ଡୋମିନିକ୍‌ ବେସ୍‌-୩୧*, ହୋଲ୍ଡର-୬/୪୨, ଗାବ୍ରିଏଲ-୪/୬୨)।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri