Posted inଖେଳ

ହକି ବିଶ୍ୱକପ୍‌: ଆଜି ଟାଇଟଲ ଟକ୍କର

ଭୁବନେଶ୍ୱର, ୨୯ା୧: ଚଳିତ ହକି ବିଶ୍ୱକପ୍‌ର ମେଗା ଫାଇନାଲ ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପରସ୍ପରର ସମ୍ମୁଖୀନ ହେବେ ୟୁରୋପର ଦୁଇ ପାଓ୍ବାର ହାଉସ ଜର୍ମାନୀ ଓ ବେଲ୍‌ଜିୟମ। ଜର୍ମାନୀ ଦଳ ୨ ଥର ଟାଇଟଲ ଜିତିଥିବାବେଳେ ବେଲ୍‌ଜିୟମ ହେଉଛି ଡିଫେଣ୍ଡିଂ ଚାମ୍ପିୟନ। ଏହା ବ୍ୟତୀତ ଏହି ଦଳ ଅଲିମ୍ପିକ୍ସ ଚାମ୍ପିୟନ ମଧ୍ୟ। କଳିଙ୍ଗ ସମେତ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ପ୍ରତିଯୋଗିତାର ୧୫ତମ ସଂସ୍କରଣରେ ଉଭୟ ଜର୍ମାନୀ ଓ ବେଲ୍‌ଜିୟମ ଏ ପର୍ଯ୍ୟନ୍ତ ଅପରାଜିତ ରହିଛନ୍ତି। ପୁଲ୍‌ ‘ବି’ରେ ଶୀର୍ଷ ସ୍ଥାନରେ ରହି ବେଲ୍‌ଜିୟମ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବାବେଳେ ଜର୍ମାନୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ କ୍ରସ୍‌ ଓଭର ମଧ୍ୟଦେଇ ଆଗକୁ ବଢ଼ିଛି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ବେଲ୍‌ଜିୟମ ଦ୍ୱିତୀୟ ଓ ଜର୍ମାନୀ ତୃତୀୟ ସ୍ଥାନରେ ରହିଛି। ତେଣୁ ଦୁଇ ସମକକ୍ଷ ଦଳ ମଧ୍ୟରେ ମୁକାବିଲା ବେଶ୍‌ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।

ପୁଲ୍‌ ପର୍ଯ୍ୟାୟରେ ହୋଇଥିଲା ଭେଟ
ଚଳିତ ସଂସ୍କରଣର ପୁଲ୍‌ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ ଭେଟ ହୋଇଥିଲା। ଉଭୟ ଦଳ ପାଇଁ ଏହାଥିଲା ଦ୍ୱିତୀୟ ମ୍ୟାଚ। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚଟି ୨-୨ ଗୋଲରେ ଡ୍ର ରହିଥିଲା। ସେଡ୍ରିକ ଚାର୍ଲରଙ୍କ ଗୋଲ ବଳରେ ବେଲ୍‌ଜିୟମ ପ୍ରଥମ କ୍ୱାର୍ଟରରେ ଅଗ୍ରଣୀ ନେଇଥିବାବେଳେ ଦ୍ୱିତୀୟ କ୍ୱାର୍ଟରରେ ନିକ୍ଲାସ ଓ୍ବେଲେନଙ୍କ ଗୋଲ ସହାୟତାରେ ଜର୍ମାନୀ ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲା। ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା। ଚତୁର୍ଥ କ୍ୱାର୍ଟରରେ ଜର୍ମାନୀର ଟମ୍‌ ଗ୍ରାମବୁଶ୍ଚ
ଏବଂ ବେଲ୍‌ଜିୟମର ଭିକ୍ଟର ଓ୍ବେଗନେଜ ଗୋଟିଏ ଲେଖାଏ ଗୋଲ ଦେବାରୁ ମ୍ୟାଚ ସମାନ ସ୍ତରକୁ ଚାଲି ଆସିଥିଲା। ପୁଲ୍‌ ପର୍ଯ୍ୟାୟରେ ଉଭୟ ଦଳ ୩ ମ୍ୟାଚରୁ ୭ ପଏଣ୍ଟ ଲେଖାଏ ପାଇଥିଲେ ହେଁ ଗୋଲ ବ୍ୟବଧାନରେ ବେଲ୍‌ଜିୟମ ପ୍ରଥମ ଏବଂ ଜର୍ମାନୀ ଦ୍ୱିତୀୟ ସ୍ଥାନରେ ରହିଥିଲା। ସଂଯୋଗବଶତଃ ଏହି ଦୁଇ ଦଳ ମଧ୍ୟରେ ପୁଣିଥରେ ଫାଇନାଲରେ ମୁକାବିଲା ହେବାକୁ ଯାଉଛି।

ବିରଳ କ୍ଲବରେ ସାମିଲ ହେବାର ସୁଯୋଗ
ବିଶ୍ୱକପ୍‌ ଇତିହାସରେ କେବଳ ୩ଟି ଦଳ ଟାଇଟଲ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ଏହି ୩ ଦଳ ହେଲେ ପାକିସ୍ତାନ, ଅଷ୍ଟ୍ରେଲିଆ ଓ ଜର୍ମାନୀ। ଏହି ବିରଳ କ୍ଲବରେ ସାମିଲ ହେବା ପାଇଁ ବେଲ୍‌ଜିୟମ ନିକଟରେ ସୁଯୋଗ ରହିଛି। ପାକିସ୍ତାନ ୧୯୭୮ ଓ ୧୯୮୨, ଜର୍ମାନୀ ୨୦୦୨ ଓ ୨୦୦୬ ଏବଂ ଅଷ୍ଟ୍ରେଲିଆ ୨୦୧୦ ଓ ୨୦୧୪ରେ ଚାମ୍ପିୟନ ହୋଇଥିଲା। ବେଲ୍‌ଜିୟମ ୨୦୧୮ରେ ଚାମ୍ପିୟନ ହୋଇଥିବାରୁ ସମାନ ପରିବେଶରେ ଟାଇଟଲ ବଜାୟ ରଖିବା ପାଇଁ ବଡ଼ ସୁଯୋଗ ରହିଛି। ବେଲ୍‌ଜିୟମ ଦଳର ୧୧ ଖେଳାଳି ୩୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୩ ଜଣ ୩୫ ବର୍ଷରୁ ଊର୍ଦ୍ଧ୍ୱ। ଏହି ଖେଳାଳିମାନେ ୨୦୧୮ ହକି ବିଶ୍ୱକପ୍‌ ଏବଂ ଟୋକିଓ ଅଲିମ୍ପିକ୍ସ ଖେଳି ଦଳକୁ ଚାମ୍ପିୟନ କରାଇଛନ୍ତି। ବେଲ୍‌ଜିୟମ ହକିରେ ସୁବର୍ଣ୍ଣ ଯୁଗର ଏହି ଖେଳାଳିମାନେ ବୟସ ତୁଳନାରେ ଅଧିକ ଫିଟ୍‌ ବୋଲି ପ୍ରମାଣିତ କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ଏହି ଦଳ ଏ ପର୍ଯ୍ୟନ୍ତ ଚମତ୍କାର ଖେଳି ଆସିଛି। ଦଳର ବଡ଼ ଦୁର୍ବଳତା ଖୋଜି ପାଇବା କଷ୍ଟକର। ଆକ୍ରମଣ ବିଭାଗ ହେଉ କି ରକ୍ଷଣଭାଗ ସବୁଥିରେ ଦଳ ଦୃଢ଼ ରହିଛି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଗୋଲକିପର ଭିନ୍‌ସେଣ୍ଟ ଭାନାଶ୍ଚ ମଧ୍ୟ ଉପଲବ୍ଧ ଅଛନ୍ତି। ବେଲ୍‌ଜିୟମ ଏ ପର୍ଯ୍ୟନ୍ତ ୫ ମ୍ୟାଚରେ ୧୮ଟି ଗୋଲ ସ୍କୋର କରିସାରିଥିବା ବେଳେ କେବଳ ୫ଟି ବରଣ କରିଛି। ଟମ୍‌ ବୁନ୍‌ ଏକାକୀ ୭ଟି ଗୋଲ ଦେଇସାରିଛନ୍ତି। ତେବେ ଜର୍ମାନୀ ଦଳର ନମନୀୟତା ସଂସ୍କୃତିକୁ ନେଇ ବେଲ୍‌ଜିୟମର ଚିନ୍ତା। କାରଣ ଗତ ୨ଟି ନକ୍‌ଆଉଟ ମ୍ୟାଚରେ ଜର୍ମାନୀ ୦-୨ରେ ପଛୁଆ ରହିବା ସତ୍ତ୍ୱେ ସଫଳ ପ୍ରତ୍ୟାବର୍ତ୍ତନ କରି ବିଜୟ ସ୍ବାଦ ଚାଖିଛି। ପୂର୍ବରୁ ଆର୍ଜେଣ୍ଟିନା ପକ୍ଷରୁ ଖେଳି ଅନେକ ରେକର୍ଡର ଅଧିକାରୀ ହୋଇଥିବା ଡ୍ରାଗ୍‌ ଫ୍ଲିକର ଗୋଞ୍ଜାଲୋ ପିଲାଟ ଏବେ ଜର୍ମାନୀର ମୁଖ୍ୟ ଖେଳାଳି। ତାଙ୍କ ଉପରେ ନିଶ୍ଚିତ ବେଲ୍‌ଜିୟମ ଦଳର ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri