Posted inଖେଳ

ହକି ବିଶ୍ୱକପ୍‌: ଆଜି ଟାଇଟଲ ଟକ୍କର

ଭୁବନେଶ୍ୱର, ୨୯ା୧: ଚଳିତ ହକି ବିଶ୍ୱକପ୍‌ର ମେଗା ଫାଇନାଲ ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପରସ୍ପରର ସମ୍ମୁଖୀନ ହେବେ ୟୁରୋପର ଦୁଇ ପାଓ୍ବାର ହାଉସ ଜର୍ମାନୀ ଓ ବେଲ୍‌ଜିୟମ। ଜର୍ମାନୀ ଦଳ ୨ ଥର ଟାଇଟଲ ଜିତିଥିବାବେଳେ ବେଲ୍‌ଜିୟମ ହେଉଛି ଡିଫେଣ୍ଡିଂ ଚାମ୍ପିୟନ। ଏହା ବ୍ୟତୀତ ଏହି ଦଳ ଅଲିମ୍ପିକ୍ସ ଚାମ୍ପିୟନ ମଧ୍ୟ। କଳିଙ୍ଗ ସମେତ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ପ୍ରତିଯୋଗିତାର ୧୫ତମ ସଂସ୍କରଣରେ ଉଭୟ ଜର୍ମାନୀ ଓ ବେଲ୍‌ଜିୟମ ଏ ପର୍ଯ୍ୟନ୍ତ ଅପରାଜିତ ରହିଛନ୍ତି। ପୁଲ୍‌ ‘ବି’ରେ ଶୀର୍ଷ ସ୍ଥାନରେ ରହି ବେଲ୍‌ଜିୟମ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବାବେଳେ ଜର୍ମାନୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ କ୍ରସ୍‌ ଓଭର ମଧ୍ୟଦେଇ ଆଗକୁ ବଢ଼ିଛି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ବେଲ୍‌ଜିୟମ ଦ୍ୱିତୀୟ ଓ ଜର୍ମାନୀ ତୃତୀୟ ସ୍ଥାନରେ ରହିଛି। ତେଣୁ ଦୁଇ ସମକକ୍ଷ ଦଳ ମଧ୍ୟରେ ମୁକାବିଲା ବେଶ୍‌ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।

ପୁଲ୍‌ ପର୍ଯ୍ୟାୟରେ ହୋଇଥିଲା ଭେଟ
ଚଳିତ ସଂସ୍କରଣର ପୁଲ୍‌ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ ଭେଟ ହୋଇଥିଲା। ଉଭୟ ଦଳ ପାଇଁ ଏହାଥିଲା ଦ୍ୱିତୀୟ ମ୍ୟାଚ। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚଟି ୨-୨ ଗୋଲରେ ଡ୍ର ରହିଥିଲା। ସେଡ୍ରିକ ଚାର୍ଲରଙ୍କ ଗୋଲ ବଳରେ ବେଲ୍‌ଜିୟମ ପ୍ରଥମ କ୍ୱାର୍ଟରରେ ଅଗ୍ରଣୀ ନେଇଥିବାବେଳେ ଦ୍ୱିତୀୟ କ୍ୱାର୍ଟରରେ ନିକ୍ଲାସ ଓ୍ବେଲେନଙ୍କ ଗୋଲ ସହାୟତାରେ ଜର୍ମାନୀ ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲା। ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା। ଚତୁର୍ଥ କ୍ୱାର୍ଟରରେ ଜର୍ମାନୀର ଟମ୍‌ ଗ୍ରାମବୁଶ୍ଚ
ଏବଂ ବେଲ୍‌ଜିୟମର ଭିକ୍ଟର ଓ୍ବେଗନେଜ ଗୋଟିଏ ଲେଖାଏ ଗୋଲ ଦେବାରୁ ମ୍ୟାଚ ସମାନ ସ୍ତରକୁ ଚାଲି ଆସିଥିଲା। ପୁଲ୍‌ ପର୍ଯ୍ୟାୟରେ ଉଭୟ ଦଳ ୩ ମ୍ୟାଚରୁ ୭ ପଏଣ୍ଟ ଲେଖାଏ ପାଇଥିଲେ ହେଁ ଗୋଲ ବ୍ୟବଧାନରେ ବେଲ୍‌ଜିୟମ ପ୍ରଥମ ଏବଂ ଜର୍ମାନୀ ଦ୍ୱିତୀୟ ସ୍ଥାନରେ ରହିଥିଲା। ସଂଯୋଗବଶତଃ ଏହି ଦୁଇ ଦଳ ମଧ୍ୟରେ ପୁଣିଥରେ ଫାଇନାଲରେ ମୁକାବିଲା ହେବାକୁ ଯାଉଛି।

ବିରଳ କ୍ଲବରେ ସାମିଲ ହେବାର ସୁଯୋଗ
ବିଶ୍ୱକପ୍‌ ଇତିହାସରେ କେବଳ ୩ଟି ଦଳ ଟାଇଟଲ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ଏହି ୩ ଦଳ ହେଲେ ପାକିସ୍ତାନ, ଅଷ୍ଟ୍ରେଲିଆ ଓ ଜର୍ମାନୀ। ଏହି ବିରଳ କ୍ଲବରେ ସାମିଲ ହେବା ପାଇଁ ବେଲ୍‌ଜିୟମ ନିକଟରେ ସୁଯୋଗ ରହିଛି। ପାକିସ୍ତାନ ୧୯୭୮ ଓ ୧୯୮୨, ଜର୍ମାନୀ ୨୦୦୨ ଓ ୨୦୦୬ ଏବଂ ଅଷ୍ଟ୍ରେଲିଆ ୨୦୧୦ ଓ ୨୦୧୪ରେ ଚାମ୍ପିୟନ ହୋଇଥିଲା। ବେଲ୍‌ଜିୟମ ୨୦୧୮ରେ ଚାମ୍ପିୟନ ହୋଇଥିବାରୁ ସମାନ ପରିବେଶରେ ଟାଇଟଲ ବଜାୟ ରଖିବା ପାଇଁ ବଡ଼ ସୁଯୋଗ ରହିଛି। ବେଲ୍‌ଜିୟମ ଦଳର ୧୧ ଖେଳାଳି ୩୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୩ ଜଣ ୩୫ ବର୍ଷରୁ ଊର୍ଦ୍ଧ୍ୱ। ଏହି ଖେଳାଳିମାନେ ୨୦୧୮ ହକି ବିଶ୍ୱକପ୍‌ ଏବଂ ଟୋକିଓ ଅଲିମ୍ପିକ୍ସ ଖେଳି ଦଳକୁ ଚାମ୍ପିୟନ କରାଇଛନ୍ତି। ବେଲ୍‌ଜିୟମ ହକିରେ ସୁବର୍ଣ୍ଣ ଯୁଗର ଏହି ଖେଳାଳିମାନେ ବୟସ ତୁଳନାରେ ଅଧିକ ଫିଟ୍‌ ବୋଲି ପ୍ରମାଣିତ କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ଏହି ଦଳ ଏ ପର୍ଯ୍ୟନ୍ତ ଚମତ୍କାର ଖେଳି ଆସିଛି। ଦଳର ବଡ଼ ଦୁର୍ବଳତା ଖୋଜି ପାଇବା କଷ୍ଟକର। ଆକ୍ରମଣ ବିଭାଗ ହେଉ କି ରକ୍ଷଣଭାଗ ସବୁଥିରେ ଦଳ ଦୃଢ଼ ରହିଛି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଗୋଲକିପର ଭିନ୍‌ସେଣ୍ଟ ଭାନାଶ୍ଚ ମଧ୍ୟ ଉପଲବ୍ଧ ଅଛନ୍ତି। ବେଲ୍‌ଜିୟମ ଏ ପର୍ଯ୍ୟନ୍ତ ୫ ମ୍ୟାଚରେ ୧୮ଟି ଗୋଲ ସ୍କୋର କରିସାରିଥିବା ବେଳେ କେବଳ ୫ଟି ବରଣ କରିଛି। ଟମ୍‌ ବୁନ୍‌ ଏକାକୀ ୭ଟି ଗୋଲ ଦେଇସାରିଛନ୍ତି। ତେବେ ଜର୍ମାନୀ ଦଳର ନମନୀୟତା ସଂସ୍କୃତିକୁ ନେଇ ବେଲ୍‌ଜିୟମର ଚିନ୍ତା। କାରଣ ଗତ ୨ଟି ନକ୍‌ଆଉଟ ମ୍ୟାଚରେ ଜର୍ମାନୀ ୦-୨ରେ ପଛୁଆ ରହିବା ସତ୍ତ୍ୱେ ସଫଳ ପ୍ରତ୍ୟାବର୍ତ୍ତନ କରି ବିଜୟ ସ୍ବାଦ ଚାଖିଛି। ପୂର୍ବରୁ ଆର୍ଜେଣ୍ଟିନା ପକ୍ଷରୁ ଖେଳି ଅନେକ ରେକର୍ଡର ଅଧିକାରୀ ହୋଇଥିବା ଡ୍ରାଗ୍‌ ଫ୍ଲିକର ଗୋଞ୍ଜାଲୋ ପିଲାଟ ଏବେ ଜର୍ମାନୀର ମୁଖ୍ୟ ଖେଳାଳି। ତାଙ୍କ ଉପରେ ନିଶ୍ଚିତ ବେଲ୍‌ଜିୟମ ଦଳର ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri