Posted inଖେଳ

ହକି ଅଲିମ୍ପିକ କ୍ୱାଲିଫାୟର୍ସ: କଷ୍ଟସାଧ୍ୟ ଗ୍ରୁପ୍‌ରେ ଭାରତ

ନୂଆଦିଲ୍ଲୀ, ୭।୧୧ : ଏଫ୍‌ଆଇଏଚ୍‌ ହକି ଅଲିମ୍ପିକ କ୍ୱାଲିଫାୟର୍ସ ଜାନୁୟାରୀ ୧୩ରୁ ୧୯ ପର୍ଯ୍ୟନ୍ତ ରାଞ୍ଚତ୍ଠାରେ ଖେଳାଯିବ। ଭାରତ ଏକ କଷ୍ଟସାଧ୍ୟ ଗ୍ରୁପ୍‌ରେ ସ୍ଥାନ ପାଇଛି। ଏହି ଗ୍ରୁପ୍‌ରେ ବିଶ୍ୱର ୫ ନମ୍ବର ଜର୍ମାନୀ ରହିଛି। ଭାରତ ପର୍ଯ୍ୟାୟ ପ୍ରତିଯୋଗିତାରେ ବିଶ୍ୱର ୬ନମ୍ବର ମାନ୍ୟତାପ୍ରାପ୍ତ ଭାରତ ଅଲିମ୍ପିକ କ୍ୱାଲିଫାୟର୍ସରେ ଭେଟିବାକୁ ଥିବା ଅନ୍ୟ ଦଳଜୁଡ଼ିକ ହେଲେ ନ୍ୟୁଜିଲାଣ୍ଡ (୯ମ), ଜାପାନ (୧୧ତମ), ଚିଲି (୧୪ତମ), ଯୁକ୍ତରାଷ୍ଟ୍ର ଆମେରିକା (୧୫ତମ), ଇଟାଲୀ (୧୯ତମ) ଏବଂ ଚେକ୍‌ ରିପବ୍ଲିକ୍‌ (୨୫ତମ)। ଅଲିମ୍ପିକରେ ସ୍ଥାନ ପାଇଁ ସ୍ପେନର ଭାଲେନ୍‌ସିଆରେ ଲଢେଇ କରୁଥିବା ଅନ୍ୟ ୮ଟି ଦଳ ହେଲେ ବେଲଜିୟମ, ଗ୍ରେଟ୍‌ ବ୍ରିଟେନ, ଜର୍ମାନୀ, ନ୍ୟୁଜିଲାଣ୍ଡ, ମାଲେସିଆ, ପାକିସ୍ତାନ, କାନାଡା, ଚିଲି ଓ ଚାଇନା। ପୁରୁଷ କ୍ୱାଲିଫାୟର୍ସ ମସ୍କାଟ ଓ ଭାଲେନ୍‌ସିଆରେ ହେବ। ମସ୍କାଟଠାରେ ଅନୁଷ୍ଠିତ ହେବାକୁଥିବା ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିବେ। ସେଗୁଡ଼ିକ ହେଲା ଗ୍ରେଟ୍‌ ବ୍ରିଟେନ, ଜର୍ମାନୀ, ନ୍ୟୁଜିଲାଣ୍ଡ, ମାଲେସିଆ, ପାକିସ୍ତାନ, କାନାଡା, ଚିଲି ଓ ଚାଇନା। ସେହିପରି ଭାଲେନ୍‌ସିଆରେ ଭାଗନେବାକୁ ଥିବା ଦଳଗୁଡ଼ିକ ହେଲେ ବେଲଜିୟମ, ସ୍ପେନ, କୋରିଆ, ଆୟର୍ଲାଣ୍ଡ, ଜାପାନ, ଅଷ୍ଟ୍ରିଆ, ଇଜିପ୍ଟ ଓ ୟୁକ୍ରେନ। ସମସ୍ତ କଣ୍ଟିନେଣ୍ଟାଲ ଚାମ୍ପିୟନଶିପ୍‌ ଶେଷ ହେବା ପରେ ବିଶ୍ୱ ର଼୍ୟାଙ୍କିଙ୍ଗ ଭିତ୍ତିରେ ପୁରୁଷ ଓ ମହିଳା ଦଳଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପାନ୍‌ ଆମେରିକାନ ଗେମ୍ସ ଏବଂ ଆଫ୍ରିକାନ ହକି ରୋଡ୍‌ ଟୁ ପ୍ୟାରିସ ୨୦୨୪ରେ ହକି ଇଭେଣ୍ଟଗୁଡ଼ିକ ଶେଷ ହେବାପରେ କଣ୍ଟିନେଣ୍ଟାଲ ଚାମ୍ପିୟନ ହିସାବରେ ୫ ପୁରୁଷ ଏବଂ ମହିଳା ଦଳ ଆସନ୍ତାବର୍ଷ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଆୟୋଜକ ଫ୍ରାନ୍ସ ଆପେ ଯୋଗ୍ୟତା ହାସଲ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଅଲ ମାଡ୍ରିଡ୍‌ର ବଢ଼ିଲା ଚିନ୍ତା: ଏମ୍‌ବାପେ ଆହତ

ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍‌ ଫରଓ୍ବାର୍ଡ କିଲିଆନ ଏମ୍‌ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର...

ନୂଆବର୍ଷରେ ଖୁସି ଖବର, ଶସ୍ତା ହେଲା ଘରୋଇ ଗ୍ୟାସ

ନୂଆଦିଲ୍ଲୀ,୨।୧: ନୂଆବର୍ଷ ଆରମ୍ଭ ହେବା ପୂର୍ୱରୁ, ଗ୍ୟାସ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର। ସାର୍ୱଜନୀନ କ୍ଷେତ୍ରର କମ୍ପାନୀ ଗେଲ ଗ୍ୟାସ ଲିମିଟେଡ ଘରୋଇ ରୋଷେଇ...

ଉଠୁଛିପଡ଼ୁଛି ବଡ଼ଦାଣ୍ଡ: ମେଡିକାଲ ଛକରେ ମୃତଦେହ ରଖି…

ପୁରୀ,୨।୧(ଅଜିତ୍‌ ମହାନ୍ତି): ପୁରୀ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମେଡିକାଲ ଛକରେ ମୃତଦେହ ରଖି ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି।...

ପୁରୀ ବଡ଼ଦାଣ୍ଡରେ ନାବାଳକଙ୍କ ମୃତ୍ୟୁ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ,୨।୧: ପୁରୀ ବଡ଼ଦାଣ୍ଡରେ ବୋଲେରୋ ଓ ସ୍କଟି ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ...

ଏହି ନୂଆବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର, ବ୍ୟାଗ୍‌ ପିଛା…

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନିରାଶାଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

୧୫ ଅଗଷ୍ଟରୁ ଚାଲିବ ଦେଶର ପ୍ରଥମ ବୁଲେଟ ଟ୍ରେନ, ଜାଣନ୍ତୁ କେତେ ହେବ ଏହାର ଭଡ଼ା

ନୂଆଦିଲ୍ଲୀ,୨।୧: ଭାରତୀୟ ରେଲଓ୍ବେ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା, ଏବଂ ଲକ୍ଷ ଲକ୍ଷ ଯାତ୍ରୀ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। ସମୟ ସହିତ, ରେଲଓ୍ବେ...

LICକୁ ଲାଗିଲା ଝଟକା: ୨ ଦିନରେ ବୁଡିଗଲା ୧୧୪୦୦ କୋଟି ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୧: ସରକାରଙ୍କ ସିଗାରେଟ୍‌ ବିଡ଼ି ଏବଂ ପାନ ମସଲା ଗୁଟଖାର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପରେ, ITC ଶେୟାରରେ ତୀବ୍ର ହ୍ରାସ ଘଟୁଛି। ଏହା ଉଲ୍ଲେଖନୀୟ...

ହାଇ ରିଟର୍ଣ୍ଣ ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ: ଅଭିଯୁକ୍ତଙ୍କୁ ବାନ୍ଧିଲା EOW

ଭୁବନେଶ୍ୱର,୨।୧: ଗ୍ରାହକଙ୍କୁ ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଟଙ୍କା ଠକେଇ କରିଥିବା ଅଭିଯୋଗରେ EOW ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri