Posted inଖେଳ

ହକି ଅଲିମ୍ପିକ କ୍ୱାଲିଫାୟର୍ସ: କଷ୍ଟସାଧ୍ୟ ଗ୍ରୁପ୍‌ରେ ଭାରତ

ନୂଆଦିଲ୍ଲୀ, ୭।୧୧ : ଏଫ୍‌ଆଇଏଚ୍‌ ହକି ଅଲିମ୍ପିକ କ୍ୱାଲିଫାୟର୍ସ ଜାନୁୟାରୀ ୧୩ରୁ ୧୯ ପର୍ଯ୍ୟନ୍ତ ରାଞ୍ଚତ୍ଠାରେ ଖେଳାଯିବ। ଭାରତ ଏକ କଷ୍ଟସାଧ୍ୟ ଗ୍ରୁପ୍‌ରେ ସ୍ଥାନ ପାଇଛି। ଏହି ଗ୍ରୁପ୍‌ରେ ବିଶ୍ୱର ୫ ନମ୍ବର ଜର୍ମାନୀ ରହିଛି। ଭାରତ ପର୍ଯ୍ୟାୟ ପ୍ରତିଯୋଗିତାରେ ବିଶ୍ୱର ୬ନମ୍ବର ମାନ୍ୟତାପ୍ରାପ୍ତ ଭାରତ ଅଲିମ୍ପିକ କ୍ୱାଲିଫାୟର୍ସରେ ଭେଟିବାକୁ ଥିବା ଅନ୍ୟ ଦଳଜୁଡ଼ିକ ହେଲେ ନ୍ୟୁଜିଲାଣ୍ଡ (୯ମ), ଜାପାନ (୧୧ତମ), ଚିଲି (୧୪ତମ), ଯୁକ୍ତରାଷ୍ଟ୍ର ଆମେରିକା (୧୫ତମ), ଇଟାଲୀ (୧୯ତମ) ଏବଂ ଚେକ୍‌ ରିପବ୍ଲିକ୍‌ (୨୫ତମ)। ଅଲିମ୍ପିକରେ ସ୍ଥାନ ପାଇଁ ସ୍ପେନର ଭାଲେନ୍‌ସିଆରେ ଲଢେଇ କରୁଥିବା ଅନ୍ୟ ୮ଟି ଦଳ ହେଲେ ବେଲଜିୟମ, ଗ୍ରେଟ୍‌ ବ୍ରିଟେନ, ଜର୍ମାନୀ, ନ୍ୟୁଜିଲାଣ୍ଡ, ମାଲେସିଆ, ପାକିସ୍ତାନ, କାନାଡା, ଚିଲି ଓ ଚାଇନା। ପୁରୁଷ କ୍ୱାଲିଫାୟର୍ସ ମସ୍କାଟ ଓ ଭାଲେନ୍‌ସିଆରେ ହେବ। ମସ୍କାଟଠାରେ ଅନୁଷ୍ଠିତ ହେବାକୁଥିବା ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିବେ। ସେଗୁଡ଼ିକ ହେଲା ଗ୍ରେଟ୍‌ ବ୍ରିଟେନ, ଜର୍ମାନୀ, ନ୍ୟୁଜିଲାଣ୍ଡ, ମାଲେସିଆ, ପାକିସ୍ତାନ, କାନାଡା, ଚିଲି ଓ ଚାଇନା। ସେହିପରି ଭାଲେନ୍‌ସିଆରେ ଭାଗନେବାକୁ ଥିବା ଦଳଗୁଡ଼ିକ ହେଲେ ବେଲଜିୟମ, ସ୍ପେନ, କୋରିଆ, ଆୟର୍ଲାଣ୍ଡ, ଜାପାନ, ଅଷ୍ଟ୍ରିଆ, ଇଜିପ୍ଟ ଓ ୟୁକ୍ରେନ। ସମସ୍ତ କଣ୍ଟିନେଣ୍ଟାଲ ଚାମ୍ପିୟନଶିପ୍‌ ଶେଷ ହେବା ପରେ ବିଶ୍ୱ ର଼୍ୟାଙ୍କିଙ୍ଗ ଭିତ୍ତିରେ ପୁରୁଷ ଓ ମହିଳା ଦଳଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପାନ୍‌ ଆମେରିକାନ ଗେମ୍ସ ଏବଂ ଆଫ୍ରିକାନ ହକି ରୋଡ୍‌ ଟୁ ପ୍ୟାରିସ ୨୦୨୪ରେ ହକି ଇଭେଣ୍ଟଗୁଡ଼ିକ ଶେଷ ହେବାପରେ କଣ୍ଟିନେଣ୍ଟାଲ ଚାମ୍ପିୟନ ହିସାବରେ ୫ ପୁରୁଷ ଏବଂ ମହିଳା ଦଳ ଆସନ୍ତାବର୍ଷ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଆୟୋଜକ ଫ୍ରାନ୍ସ ଆପେ ଯୋଗ୍ୟତା ହାସଲ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ପୀଠରେ ଅପବିତ୍ର କାଯର୍ର୍‌ୟ: ଦୀପଘର ପଛପଟେ ଜମୁଥିଲା…

ସମ୍ବଲପୁର,୭ା୩(ପ୍ରମୋଦ ବହିଦାର):ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସର ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପ୍ରତୀକ…

ଭାରତ ବିପକ୍ଷ ଫାଇନାଲ ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ବିସ୍ଫୋରକ ବୟାନ, ବୁମ୍‌ରାଙ୍କୁ ନେଇ କହିଲେ ଆଶ୍ଚର୍ଯ୍ୟଜନକ କଥା

ନୂଆଦିଲ୍ଲୀ,୭।୩: ୨୦୨୬ ଟି୨୦ ବିଶ୍ୱକପ ଫାଇନାଲ ଏକ ରୋମାଞ୍ଚକର ମୁକାବିଲା ହେବାକୁ ଯାଉଛି। ସେମିଫାଇନାଲରେ ଏକ ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଟାଇଟଲଠାରୁ ମାତ୍ର ଗୋଟିଏ…

ଜଣ୍ଡିସ୍‌ରେ ୬ ସ୍କୁଲ ପିଲା ଆକ୍ରାନ୍ତ

ଖଇରା,୭।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ୍‌ ଝିଙ୍କିରିଆ ପଞ୍ଚାୟତ ଅଧୀନ ଅରଖପଦା ଗଁାରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ପ୍ରଥମେ ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬…

ବେକରେ ଧୋତି ବାନ୍ଧି ଝୁଲିପଡ଼ିଲେ ଜେଲ ଓ୍ବାର୍ଡର

ଭୁବନେଶ୍ୱର,୭ା୩(ତ୍ରିନାଥ ମହାନ୍ତି):ଝାରପଡ଼ା ଜେଲ ପରିସର ସରକାରୀ କ୍ୱାର୍ଟର୍ସରେ ଜଣେ ଜେଲ ଓ୍ବାର୍ଡର ବେକରେ ଧୋତି ବାନ୍ଧି ଫ୍ୟାନ୍‌ରେ ଝୁଲି ଆମତ୍ହତ୍ୟା କରିଛନ୍ତି। ମୃତ ଓ୍ବାର୍ଡର ଜଣକ ହେଲେ…

ଇରାନ୍‌ର ଆତ୍ମସମର୍ପଣ ଲୋଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ୍‌/ଦୁବାଇ,୭ା୩: ଇରାନ୍‌ ବିରୋଧୀ ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ଇରାନ୍‌ର ନିଃସର୍ତ୍ତ ଆତ୍ମସମର୍ପଣ ଦାବି କରିଛନ୍ତି। ତେହରାନ୍‌ ଆତ୍ମସମର୍ପଣ…

ନୂତନ ପ୍ରଜାତିର ଆମ୍ଫିପୋଡ ଚିହ୍ନଟ: ପ୍ରଥମ ଥର…

ବ୍ରହ୍ମପୁର,୭ା୩(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରଜାତିର ଉଭୟଚର ପ୍ରାଣୀ ଛୋଟ ଚିଙ୍ଗୁଡ଼ି ଆମ୍ଫିପୋଡ ଚିହ୍ନଟ ହୋଇଛି। ଗତ ଅକ୍ଟୋବରରେ ବିଶ୍ୱବିଦ୍ୟାଳୟ…

ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ

ନୂଆପଡା/ସିନାପାଲି,୬ା୩(ମକାରୁ ବେମାଲ/ମନଫୁଲ ମେହେର)- ସିନାପାଲି- ଖଡ଼ିଆଳ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶୁକ୍ରବାର ଜିଲା ଓ ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ମୁତାବକ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ…

ବୁମରାଙ୍କ ବ୍ରହ୍ମାସ୍ତ୍ର ଆଗରେ ସବୁ ଫେଲ୍‌! କେଉଁ ସ୍ପେଶାଲ୍ ପ୍ଲାନରେ ବ୍ୟାଟରଙ୍କୁ ନାକେଦମ୍ କରୁଛନ୍ତି ଏହି ୟର୍କର କିଙ୍ଗ?

ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍‌ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri