Posted inଖେଳ

ବେରୋଜଗାର ଖେଳାଳିଙ୍କୁ ହକି ଇଣ୍ଡିଆ ଆର୍ଥିକ ସହାୟତା ପ୍ରଦାନ କରିବ

ନୂଆଦିଲ୍ଲୀ,୧୮।୮(ପି.ଟି.): କୋଭିଡ୍‌-୧୯ କାରଣରୁ ସମସ୍ୟାରେ ପଡିଥିବା ୬୧ଜଣ ବେରୋଜଗାର ଖେଳାଳିଙ୍କୁ ହକି ଇଣ୍ଡିଆ (ଏଚ୍‌ଆଇ) ଆର୍ଥିକ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ୩୪ଜଣ ମହିଳା ଖେଳାଳି ସାମିଲ ରହିଛନ୍ତି। ମହାମାରୀ କାରଣରୁ ଏମାନେ ଖେଳଠାରୁ ଦୂରେଇ ରହିଥିଲେ। ଆର୍ଥିକ ସହାୟତା ଦ୍ୱାରା ଏହି ଖେଳାଳିମାନେ ପୁଣି ଥରେ କ୍ରୀଡ଼ା କାର୍ଯ୍ୟକଳାପକୁ ପ୍ରତ୍ୟାବର୍ତ୍ତନ କରିବେ ହକି ଇଣ୍ଡିଆ ତରଫରୁ କୁହାଯାଇଛି।
ଯେଉଁ ଆଥଲେଟମାନେ ଚାକିରି କରି ନାହାନ୍ତି ସେମାନେ ମହାମାରୀ ଦ୍ୱାରା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ କ୍ରୀଡ଼ା କାର୍ଯ୍ୟକଳାପରେ ଭାଗ ନେଇ ପାରୁନାହାନ୍ତି। ତେଣୁ ଏହି କଷ୍ଟକର ସମୟରେ ସେମାନଙ୍କୁ ସାହଯ୍ୟ କରିବା ପାଇଁ ପ୍ରତ୍ୟେକ ଖେଳାଳିଙ୍କୁ ୧୦,୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ ବୋଲି ହକି ଇଣ୍ଡିଆ ମଧ୍ୟବର୍ତ୍ତୀକାଳୀନ ସଭାପତି ଜ୍ଞାନେନ୍ଦ୍ରୋ ନିଙ୍ଗୋମ୍‌ବାମ୍‌ କହିଛନ୍ତି। ଖେଳାଳିମାନଙ୍କୁ ମୈଳିକ ଭାବେ କିଛି ସହାଯ୍ୟ କରିବା ଉଦ୍ୟେଶରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ୬୧ ଜଣଙ୍କ ମଧ୍ୟରେ ସିନିୟର ଓ ଜୁନିୟର ପୁରୁଷ ସମ୍ଭାବ୍ୟ, ମହିଳା ସମ୍ଭାବ୍ୟ ଖେଳାଳି ସାମଲ ରହିଛନ୍ତି। ଏମାନଙ୍କ ମଧ୍ୟରେ ୩୦ ଜୁନିୟର ମହିଳା, ୨୬ ଜୁନିୟର ପୁରୁଷ, ୪ ସିନିୟୀର ମହିଳାଓ ଜଣେ ସିନିୟର ପୁରୁଷ ଟିମ୍‌ କୋର ପ୍ରୋବାବଲ୍‌ ରହିଛନ୍ତି। ଏହି ପଦକ୍ଷେପ ଦ୍ୱାରା ଖେଳାଳିମାନେ ପୁଣି ଥରେ ସେମାନଙ୍କ କ୍ରୀଡ଼ା କାର୍ଯକଳାପ ଆରମ୍ଭ କରିପାରିବେ, ସେମାନଙ୍କ ଆତ୍ମବିଶ୍ୱାସ ବଢିପାରିବ ଓ ସେମୋନ କ୍ରୀଡ଼ାରେ ମନୋନିବେଶ କରିପାରିବେ ବୋଲି ନିଙ୍ଗୋମ୍‌ବାମ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri