Posted inଖେଳ

ନୂଆ ରୂପରେ ଫେରିବ ହକି ଇଣ୍ଡିଆ ଲିଗ୍‌

ନୂଆଦିଲ୍ଲୀ, ୩ା୭(ପି.ଟି.): ଆସନ୍ତା ବର୍ଷ ଶେଷ ଭାଗରେ କିମ୍ବା ୨୦୨୫ ପ୍ରଥମ ଭାଗରେ ନୂଆ ରୂପରେ ଆୟୋଜନ କରିବା ଲାଗି ବିଚାର କରୁଛି ଉଭୟ ପୁରୁଷ ଓ ମହିଳା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ।
ଫ୍ରାଞ୍ଚାଇଜଭିତ୍ତିକ ଏହି ଲିଗ୍‌ ୭ବର୍ଷ ହେଲା ବନ୍ଦ ରହିଛି। ଆର୍ଥିକ ପ୍ରସଙ୍ଗ ଏବଂ ଟିମ୍‌ ମାଲିକମାନଙ୍କ ଅସହଯୋଗ ଯୋଗୁ ୨୦୧୭ରେ ଏଚ୍‌ଆଇଏଲ୍‌କୁ ସ୍ଥଗିତ ରଖାଯାଇଥିଲା। ପ୍ୟାରିସରେ ଅଲିମ୍ପିକ୍ସ ହକି ଇଣ୍ଡିଆ ଲିଗ୍‌ ଖେଳାଯାଇପାରେ ବୋଲି ଆଶା କରାଯାଉଛି। ଅଲିମ୍ପିଆନ ଦିଲୀପ ତିର୍କୀଙ୍କ ଅଧୀନରେ ହକି ଇଣ୍ଡିଆ ପରିଚାଳନା ପରିଷଦ ଦେଶରେ ହକି ଦୃଶ୍ୟପଟ୍ଟର ପରିବର୍ତ୍ତନ ଆଣିବା ଲାଗି ଯୋଜନା ଚଳାଇଛି। ଏଚ୍‌ଆଇଏଲ୍‌ ଉଦୀୟମାନ ଖେଳାଳିଙ୍କ ଲାଗି ଏକ ବଡ଼ ପ୍ଲାଟଫର୍ମ ହେବ। କାରଣ ସେମାନେ ବିଶ୍ୱର ଟପ୍‌ ଖେଳାଳିମାନଙ୍କ ସହ ଖେଳିବା ସୁଯୋଗ ପାଇବେ। ଆସନ୍ତାବର୍ଷ ଟୁର୍ନାମେଣ୍ଟ ଆୟୋଜନ ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)କୁ ସମୟ ଦେବାକୁ ହକି ଇଣ୍ଡିଆ ଅନୁରୋଧ କରିଛି, ହେଲେ ଏପର୍ଯ୍ୟନ୍ତ ଜବାବ ମିଳି ନାହିଁ। ଅଲିମ୍ପିକ୍ସ ପରେ ଆସନ୍ତା ବର୍ଷ ଡିସେମ୍ବର କିମ୍ବା ୨୦୨୫ ଜାନୁୟାରୀରେ ସମୟ ଦେବାକୁ ଅନୁରୋଧ କରାଯାଇଥିବା ହକି ଇଣ୍ଡିଆ ସଭାପତି ପ୍ରକାଶ କରିଛନ୍ତି। ହକି ଇଣ୍ଡିଆ ଯୋଜନା ଅନୁସାରେ ଆଗାମୀ ଏଚ୍‌ଆଇଏଲ୍‌ରେ ୮ ପୁରୁଷ ଓ ୪ ମହିଳା ଦଳ ରହିବ। ହକି ଇଣ୍ଡିଆ ଇତିମଧ୍ୟରେ ବିଗ୍‌ ବ୍ୟାଙ୍ଗ୍‌ ମେଡିଆ ଭେଞ୍ଚର୍ସକୁ ଏହାର କମର୍ସିଆଲ ଓ ମାର୍କେଟିଂ ପାର୍ଟନର କରିଛି। ଲିଗ୍‌କୁ ପୁନର୍ଜୀବିତ କରିବା ଲାଗି ବିଗ୍‌ ବ୍ୟାଙ୍ଗ୍‌ ଯୁଦ୍ଧକାଳୀନ ଭିତ୍ତିରେ ଏହାର କାର୍ଯ୍ୟ ଆରମ୍ଭ କରିଛି। ଖବର ଅନୁସାରେ ହକି ଇଣ୍ଡିଆ ଏହାର କମର୍ସିଆଲ ପାର୍ଟନର ସମେତ ଖେଳର ସମସ୍ତ ଅଂଶୀଦାରଙ୍କ ସହ ଏକ ବୈଠକ ଜୁଲାଇ ୫ରେ ଆୟୋଜନ କରିଛି। ଏଥିରେ ଲିଗ୍‌କୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ହକି ଇଣ୍ଡିଆ ସଭାପତି ଭୋଳାନାଥ ସିଂ କହିଛନ୍ତି, ନୂଆ ହକି ଇଣ୍ଡିଆ ଲିଗ୍‌ ପୂର୍ବ ତୁଳନାରେ ଆହୁରି ବଡ଼ ଆକାରରେ ହେବ। ସୂଚନାଯୋଗ୍ୟ, ପ୍ରଥମ ଏଚ୍‌ଆଇଏଲ୍‌ ୨୦୧୩ରେ ୬ଟି ଦଳକୁ ନେଇ ହୋଇଥିଲା। ଏହା ଜାନୁୟାରୀରୁ ଫେବୃୟାରୀ ୨ ମାସ ଧରି ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଦଳକୁ ୧୦ଟି ଲେଖାଏ ଗେମ୍‌ ଖେଳିବାକୁ ହୋଇଥିଲା। ସିଜନ ଶେଷରେ ଶ୍ରେଷ୍ଠ ୪ ଦଳ ପ୍ଲେ-ଅଫ୍‌କୁ ଉନ୍ନୀତ ହୋଇଥିଲେ। ଏଥିରୁ ବିଜେତା ନିରୂପିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri