Posted inଖେଳ

ହକି ଇଣ୍ଡିଆ ସିଇଓଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୮ା୨(ପି.ଟି.): ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏଲେନା ନର୍ମାନ ମଙ୍ଗଳବାର ଇସ୍ତଫା ପ୍ରଦାନ କରିଛନ୍ତି। ହକି ଇଣ୍ଡିଆ ପକ୍ଷରୁ ତାଙ୍କର ବେତନ ଦିଆଯାଇ ନ ଥିବା ଅଭିଯୋଗ କରିବା ସହ ସେ ନିଜ ପଦରୁ ଓହରି ଯାଇଛନ୍ତି। ୪୯ ବର୍ଷୀୟ ଏହି ଅଷ୍ଟ୍ରେଲୀୟ ଜଣଙ୍କ ଦୀର୍ଘ ବର୍ଷ ଧରି ଭାରତୀୟ ହକି ପାଇଁ କାମ କରି ଆସୁଛନ୍ତି। ଦୀର୍ଘ ୧୩ ବର୍ଷ ହେବ ସେ ସିଇଓ ପଦରେ ରହିଥିବା ବେଳେ ଭାରତୀୟ ହକି ସଫଳତାର ନୂଆ ଶିଖର ଛୁଇଁଥିଲା। ବିଗତ ୩ ମାସ ଧରି ମୋର ବେତନ ମିଳି ନ ଥିବା ବେଳେ ବିଗତ ସପ୍ତାହରେ ଏହା ମିଳିଥିଲା। ଏହାପରେ ଏଲେନା ଇସ୍ତଫା ଦେଇଥିବା କୁହାଯାଇଛି। ଇସ୍ତଫା ଦେବା ସହ ହକି ଇଣ୍ଡିଆରେ ଗୋଷ୍ଠୀ ବିବାଦ ଚାଲିଥିବା ନେଇ ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଓ ମୁଁ ଗୋଟିଏ ଗୋଷ୍ଠୀରେ ଥିବା ବେଳେ ମହାସଚିବ ଭୋଲାନାଥ ସିଂ, କାର୍ଯ୍ୟକାରୀ ନିର୍ଦ୍ଦେଶକ କମୋଡର ଆର୍‌. କେ. ଶ୍ରୀବାସ୍ତବ ଓ କୋଷାଧ୍ୟକ୍ଷ ଜେ. ମନୋହରନ ଅନ୍ୟ ଏକ ଗୋଷ୍ଠୀରେ ରହିଥିଲେ। ଦୁଇଟି ଗୋଷ୍ଠୀ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିବା ବେଳେ ଆବଶ୍ୟକ ଫଳାଫଳ ମିଳିବା କଷ୍ଟକର ବୋଲି କହିଛନ୍ତି ଏଲେନା।
୨୦୦୭ରେ ଅଷ୍ଟ୍ରେଲିଆ ଛାଡି ଏକ ସ୍ପୋଟର୍‌ସ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରିବା ପାଇଁ ଭାରତ ଆସିଥିଲେ ଏଲେନା । ୨୦୧୧ରେ ହକି ଇଣ୍ଡିଆର ପ୍ରଥମ ସିଇଓ ଭାବରେ କାର୍ଯ୍ୟଭାର ଗ୍ରହଣ କରିବା ସହ ସଫଳତା ହାସଲ କରିଥିଲେ। ପୂର୍ବରୁ ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍‌ ଜାନେକ ସ୍କୁପମାନ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ତାଙ୍କ ଇସ୍ତଫା ଗ୍ରହଣ କରିଥିବା ବେଳେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। କେବଳ ହକି ଇଣ୍ଡିଆର ସଭାପତି ଭାବେ ନୁହେଁ ବରଂ ଜଣେ ପୂର୍ବତନ ଖେଳାଳି ଭାବରେ ମୁଁ ଏଲେନାଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି। ବିଗତ ୧୨-୧୩ ବର୍ଷ ମଧ୍ୟରେ ଭାରତୀୟ ହକି ପ୍ରତି ତାଙ୍କର ଅବଦାନ ଉଲ୍ଲେଖନୀୟ। ଭାରତରେ ହକିର ବିକାଶରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବା ବେଳେ ଭବିଷ୍ୟତ ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି କହିଛନ୍ତି ତିର୍କୀ। ନର୍ମାନଙ୍କ କାର୍ଯ୍ୟକାଳ ସମୟରେ ଭାରତୀୟ ପୁରୁଷ ଦଳ ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ମହିଳା ଦଳ ଚତୁର୍ଥ ସ୍ଥାନରେ ରହିଥିଲା। ଏହା ବ୍ୟତୀତ ଭାରତରେ ୨୦୧୮ ଓ ୨୦୨୩ରେ ପୁରୁଷ ହକି ବିଶ୍ୱକପ ଓ ୨୦୧୬, ୨୧ରେ ଜୁନିୟର ପୁରୁଷ ହକି ବିଶ୍ୱକପ ଆୟୋଜନ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସେହିପରି ଫ୍ରାଞ୍ଚାଇଜ ବେସ୍‌ଡ ହକି ଇଣ୍ଡିଆ ଲିଗ୍‌ର ୫ଟି ସଂସ୍କରଣ ସେ ସଫଳତାର ସହ ଆୟୋଜନ କରିଥିଲେ। ଏହା ବ୍ୟତୀତ ୨୦୧୫ ଓ ୧୭ରେ ହକି ଓ୍ବାଲର୍‌ଡ ଲିଗ୍‌ର ଫାଇନାଲ ଆୟୋଜନ କରିବା ସହ୨୦୧୯ ଓ ୨୪ରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ କରିଥିଲେ। ଭାରତରେ ମହିଳା ହକିକୁ ଲୋକପ୍ରିୟ କରିବା ପଛରେ ନର୍ମାନଙ୍କ ବଡ ଭୂମିକା ରହିଥିବା ହକି ଇଣ୍ଡିଆ ପକ୍ଷରୁ ଏକ ବିବୃତି ଜାରି କରାଯାଇ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri