Posted inଖେଳ

ଅଲିମ୍ପିକ ଦିବସ ପାଳିଲା ହକି ଇଣ୍ଡିଆ

ନୂଆଦିଲ୍ଲୀ, ୨୪ା୬: ଶୁକ୍ରବାର ସମଗ୍ର ବିଶ୍ୱରେ ଅଲିମ୍ପିକ ଦିବସ ପାଳନ ହୋଇଛି। ଏହି ଅବସରରେ କ୍ରୀଡ଼ାବିତ୍‌ଙ୍କ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ହକି ଇଣ୍ଡିଆ ଦ୍ୱାରା ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଅଲିମ୍ପିକ ଦିବସ ପାଳନର ବିଷୟବସ୍ତୁ ‘ଲେଟ୍‌ ଅସ୍‌ ମୁଭ୍‌’ ରଖାଯାଇଥିଲା। ହକି ଇଣ୍ଡିଆର ସଦସ୍ୟ ୟୁନିଟ୍‌ଗୁଡ଼ିକ ତରଫରୁ ବିଭିନ୍ନ କାର୍ଯ୍ୟକଳାପର ଆୟୋଜନ ହୋଇଥିଲା, ଯଥା ପ୍ରଦର୍ଶନୀ ହକି ମ୍ୟାଚ, ମିନି ହକି ଟୁର୍ନାମେଣ୍ଟ, କାୟାକିଂ, ରୋଲର ସ୍କେଟିଂ, ଅଲିମ୍ପିକ ଦିବସ ଉପରେ କୁଇଜ୍‌, ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା। ଆଥଲେଟିକ ସାମର୍ଥ୍ୟ ଥାଉ ଅବା ନ ଥାଉ ପୁରୁଷ ହେଉ ଅବା ମହିଳା ସମସ୍ତ ବୟସବର୍ଗର ବ୍ୟକ୍ତି ବିଶେଷଙ୍କୁ କ୍ରୀଡ଼ା ସହ ସଂଶ୍ଳିଷ୍ଟ କରିବା ଲାଗି ଉତ୍ସାହିତ କରିବା ହେଉଛି ଅଲିମ୍ପିକ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପୁଡୁଚେରୀ ହକି ପକ୍ଷରୁ ଚିତ୍ରାଙ୍କନ, କୁଇଜ୍‌ ପ୍ରତିଯୋଗିତା ଏବଂ ହକି ଟୁର୍ନାମେଣ୍ଟ କରାଯାଇଥିଲା। ଖେଳର ପ୍ରମୋଟ ପାଇଁ ହକି ଝାଡ଼ଖଣ୍ଡ ଓ ହକି ରାଞ୍ଚତ୍ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚର ଆୟୋଜନ କରାଯାଇଥିଲା। ଆହୁରି ମଧ୍ୟ ବହୁ ସଦସ୍ୟ ୟୁନିଟ ଯଥା ହରିୟାଣା, ଆସାମ, ଗୋଆ, ଓଡ଼ିଶା, ଜମ୍ମୁ ଓ କଶ୍ମୀର, ଛତିଶଗଡ଼, ଦାଦ୍ରା ନଗର ହାବେଲି ଏବଂ ଦାମନ ଓ ଦିଉ, ଆନ୍ଧ୍ର ପ୍ରଦେଶ, ଅରୁଣାଞ୍ଚଳ ଏବଂ ମିଜୋରାମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ହକି ବେଙ୍ଗଲ ପକ୍ଷରୁ ଆୟୋଜିତ ଏକ ଗଣଦୌଡ଼ରେ ପୋଲିସ କର୍ମଚାରୀ ଭାଗ ନେଇଥିଲେ। ହକି ରାଜସ୍ଥାନ ଅଲିମ୍ପିକ ଦିବସ ସଚେତନତା ଗଣ ଦୌଡ଼, ବୃକ୍ଷରୋପଣ ଏପରକି କାୟାକିଂର ଆୟୋଜନ କରିଥିଲା। ହକି କୋଲକାତା ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଟ୍ରେନିଂ ସେସନରେ ପେନାଲ୍ଟି ଷ୍ଟ୍ରୋକ୍‌କୁ ଅଟକାଇବା ଲାଗି ବିଭିନ୍ନ ପ୍ରକାର କୌଶଳ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ କହିଛନ୍ତି, ଲୋକେ କ୍ରୀଡ଼ାକୁ ଯେପରି ସେମାନଙ୍କର ଏକ ଜୀବନ ଶୈଳୀର ଏକ ଅଂଶବିଶେଷ ଭାବେ ଗ୍ରହଣ କରିବା ଲାଗି ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିବେ ସେ ଦିଗରେ ଆମ ସଦସ୍ୟ ୟୁନିଟ୍‌ଗୁଡ଼ିକର କାର୍ଯ୍ୟକଳାପ ପ୍ରଶଂସନୀୟ। ଶାରିରୀକ ଦକ୍ଷିା, ଶିକ୍ଷା, ସଂସ୍କୃତିର ବିକାଶ ଏବଂ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି ହେଉଛି ଅଲିମ୍ପିକ ଦିବସ ପାଳନର ଉଦ୍ଧେଶ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍‌

ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଖୋଲୁଛି ସ୍କୁଲ, ଧାର ଚାଉଳରେ ଚାଲିଛି ମଧ୍ୟାହ୍ନ ଭୋଜନ

ଥୁଆମୂଳ ରାମପୁର,୧୯।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। କେଉଁଠି ଶିକ୍ଷକଙ୍କ ଅଭାବ ତ କେଉଁଠି ମଧ୍ୟାହ୍ନ…

ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍‌…

ସରିଲା ଆଜିର ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ଆନନ୍ଦ ମନରେ ପିଲାମାନେ…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ…

ସୁଧୀରଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର….

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

ଆଜିଠୁ ମାଟ୍ରିକ ପରୀକ୍ଷା, ସ୍ଥିତି ପରଖିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୯ା୨(ଦିଲ୍ଲୀପ ସାମଲ): ଗୁରୁବାରଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ମାତୃଭାଷାରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର । ସକାଳ ୯…

ନାନା ସମସ୍ୟା ଦେଇ ଗତି କରୁଛି ବଳରାମପୁର ଗାଁ, ଅଭିଯୋଗ କରି ଗ୍ରାମବାସୀ…

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ପଞ୍ଚାୟତ ବଳରାମପୁର ଗ୍ରାମ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ରାସ୍ତାଘାଟଠାରୁ ଆରମ୍ଭ କରି ବହୁ କ୍ଷେତ୍ରରେ ଅବହେଳିତ ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri