Posted inଖେଳ

ପ୍ୟାରିସ ୨୦୨୪ ଅଲମ୍ପିକ୍ସ ପାଇଁ ଘୋଷଣା ହେଲା ଭାରତୀୟ ହକି ପୁରୁଷ ଦଳ, ଓଡ଼ିଶାରୁ ଅମିତ ରୋହିଦାସଙ୍କୁ ସୁଯୋଗ

ବେଙ୍ଗାଲୁରୁ, ୨୬।୦୬: ପ୍ୟାରିସ ଅଲମ୍ପିକ୍ସ ପାଇଁ ଘୋଷଣା ହୋଇଛି ଭାରତୀୟ ହକି ପୁରୁଷ ଦଳ। ୧୬ ଜଣିଆ ଦଳ ଘୋଷଣା ହୋଇଥିଲା ବେଳେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି। ବେଙ୍ଗାଲୁରୁ କ୍ୟାମ୍ପରେ ଦୀର୍ଘ ଦିନର ପ୍ରସ୍ତୁତି ପରେ ଦଳରେ ୫ ନବାଗତଙ୍କ ସହିତ ଅଭିଜ୍ଞ ଖେଳାଳିଙ୍କୁ ନେଇ ଏକ ଶକ୍ତିଶାଳୀ ଟିମ୍ ଘୋଷଣା କରାଯାଇଛି।

ଡ୍ରାଗ-ଫ୍ଲିକର ତଥା ଡିଫେଣ୍ଡର ହର୍ମନପ୍ରୀତ ଦଳର ନେତୃତ୍ୱ ନେଉଥିଲା ବେଳେ ମାଧ୍ୟ୍ୟକ୍ରମର ଖେଳାଳି ହାର୍ଦିକ ସିଂହ ଉପ-ଅଧିନାୟକ ଦାୟିତ୍ୱ ମିଳିଛି।

ଦଳରେ ଭେଟେରାନ ଗୋଲକିପର ପି.ଆର ଶ୍ରୀଜେଶ ଏବଂ ମିଡଫିଲ୍ଡର ମନପ୍ରୀତ ସିଂ ମଧ୍ୟ ରହିଛନ୍ତି, ଉଭୟେ ଚତୁର୍ଥ ଥର ପାଇଁ ଅଲିମ୍ପିକ୍ ଖେଳିବେ। ପ୍ରତିରକ୍ଷାରେ ହରମାନପ୍ରୀତ ସିଂ, ଜରମନପ୍ରୀତ ସିଂ, ଅମିତ ରୋହିଦାସ, ସୁମିତ ଏବଂ ସଞ୍ଜୟ ଥିବାବେଳେ ମିଡଫିଲ୍ଡରେ ରାଜ କୁମାର ପାଲ, ଶ୍ୟାମଶର ସିଂ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ଏବଂ ବିବେକ ସାଗର ପ୍ରସାଦଙ୍କ ଅବଦାନ ଦେଖିବାକୁ ମିଳିବ। ସେହିପରି ଫରୱାର୍ଡ ଲାଇନରେ ଅଭିଷେକ, ସୁଖଜିତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ଏବଂ ଗୁରୁଜନ୍ତ ସିଂଙ୍କ ଭଳି ଖେଳାଳି ରହିଛନ୍ତି।

ଏଥିସହ ଗୋଲକିପର କୃଷ୍ଣ ବାହାଦୂର ପଠକ, ମିଡଫିଲ୍ଡର ନୀଲାକାନ୍ତ ଶର୍ମା ଏବଂ ଡିଫେଣ୍ଡର ଜୁରାଜ ସିଂଙ୍କୁ ବିକଳ୍ପ ଭାବେ ଦଳରେ ସାମିଲ କରାଯାଇଛି।

ନବାଗତ ଭାବେ ଜରମନପ୍ରୀତ ସିଂ, ସଞ୍ଜୟ, ରାଜ କୁମାର ପାଲ, ଅଭିଷେକ ଏବଂ ସୁଖଜିତ ସିଂ ଅଲିମ୍ପିକ୍ ଡେବ୍ୟୁ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri