ବଜାରରେ ଏଚ୍‌ଏମ୍‌ଏସ୍‌ଆଇର ନୂଆ ଇଞ୍ଜିନ ଅଏଲ

ନୂଆଦିଲ୍ଲୀ,୩।୬: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ନୂଆ ଇଞ୍ଜିନ ଅଏଲ ‘ପ୍ରୋ ହୋଣ୍ଡା’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି କମ୍ପାନୀ ପକ୍ଷରୁ ଏହାର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି, ଯାହାକୁ ଭାରତୀୟ ବଜାରରେ ହୋଣ୍ଡାର ଦୁଇଚକିଆ ଯାନ ପାଇଁ ବ୍ୟବହାର କରାଯିବ। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ନିର୍ଦ୍ଦେଶକ (ବିକ୍ରି ଓ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ଗ୍ରାହକମାନଙ୍କୁ ସଦାସର୍ବଦା ଶ୍ରେଷ୍ଠ ଉପତ୍ାଦ ଓ ସେବା ପ୍ରଦାନ କରିବା ଲାଗି ଆମେ ସବୁବେଳେ ଉଦ୍ୟମ କରୁଛୁ। ଏପରିକି ଗ୍ରାହକମାନଙ୍କ ଲାଗି ନୂଆ ମୂଲ୍ୟ ସୃଷ୍ଟି କରିବା ପାଇଁ ଆମେ ନୂଆ ଇଞ୍ଜିନ ଅଏଲ ବର୍ଗମାଳାକୁ ନିକଟରେ ଉନ୍ମୋଚନ କରିଛୁ। ଉଲ୍ଲେଖଯୋଗ୍ୟ, ଏଚ୍‌ଏମ୍‌ଏସ୍‌ଆଇର ନୂଆ ଇଞ୍ଜିନ ଅଏଲ ଦୁଇଟି ଗ୍ରେଡ୍‌ ଯଥା ପ୍ରୋ ହୋଣ୍ଡା-୧୦ଡବ୍ଲ୍ୟୁ୩୦ ଓ ପ୍ରୋ ହୋଣ୍ଡା-୫ଡବ୍ଲ୍ୟୁ୩୦କୁ ବଜାର ପ୍ରବେଶ କରାଯାଇଛି। ଅପରପକ୍ଷରେ ପ୍ରୋ ହୋଣ୍ଡା-୧୦ଡବ୍ଲ୍ୟୁ୩୦ ଏମ୍‌ଏ ମୋଟରସାଇକେଲ ପାଇଁ ହୋଇଥିବା ବେଳେ ୧୦ଡବ୍ଲ୍ୟୁ୩୦ଏମ୍‌ବି ସ୍କୁଟର ପାଇଁ ଏବଂ ୫ଡବ୍ଲ୍ୟୁ ୩୦ ଏମ୍‌ଏ ମୋଟରସାଇକେଲ ପାଇଁ ହୋଇଥିବା ବେଳେ ୫ଡବ୍ଲ୍ୟୁ୩୦ ଏମ୍‌ବି ସ୍କୁଟର ପାଇଁ ଉପଲବ୍ଧ। ୫ଡବ୍ଲ୍ୟୁ୩୦କୁ ବିଏସ୍‌-୬ ନିୟମ ଅନୁସାରେ ହୋଣ୍ଡା ଦୁଇଚକିଆଗୁଡ଼ିକ ଲାଗି ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏପରିକି ଉଭୟ ଗ୍ରେଡ୍‌ର ଇଞ୍ଜିନ ଅଏଲ ୬୦୦ଏମ୍‌ଏଲ୍‌, ୮୦୦ ଏମ୍‌ଏଲ୍‌, ୯୦୦ଏମ୍‌ଏଲ୍‌, ୧୦୦୦ଏମଏଲ୍‌ ଓ ୧୨୦୦ ଏମ୍‌ଏଲ୍‌ ପ୍ୟାକ୍‌ରେ ଉପଲବ୍ଧ ରହିଛି। ଏପରିକି ପ୍ରୋ ହୋଣ୍ଡା ୧୦ଡବ୍ଲ୍ୟୁ୩୦ ଗ୍ରେଡ୍‌ର ମୂଲ୍ୟ ୩୩୩ ଟଙ୍କା (୮୦୦ ଏମ୍‌ଏଲ୍‌) ଓ ପ୍ରୋ ହୋଣ୍ଡା ୫ଡବ୍ଲ୍ୟୁ୩୦ର ମୂଲ୍ୟ ୩୧୧ ଟଙ୍କା (୬୦୦ ଏମ୍‌ଏଲ୍‌)ରୁ ଆରମ୍ଭ ହେଉଛି।
ସୂଚନାଯୋଗ୍ୟ, ଏଚ୍‌ଏମ୍‌ଏସ୍‌ଆଇର ସ୍ବୀକୃତିପ୍ରାପ୍ତ ଡିଲର ନେଟ୍‌ୱର୍କ ଏସ୍‌ଜିବିଏଲ୍‌ ହୋଣ୍ଡା କଟକରେ ଏହି ତୈଳ ଉପଲବ୍ଧ ହେଉଛି।

Share