Posted inଜାତୀୟ

ଡରେଇଲାଣି ଏଚ୍‌ଏମ୍‌ପିଭି : ୪ ରାଜ୍ୟରେ ୬ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୭।୧: କୋଭିଡ ମହାମାରୀର ପ୍ରାୟ ୫ ବର୍ଷ ପରେ ଚାଇନାରୁ ଆଉ ଏକ ସଂକ୍ରାମକ ଭୂତାଣୁ ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ୍‌ (ଏଚ୍‌ଏମ୍‌ପିଭି) ଏବେ ଭାରତରେ ପହଞ୍ଚତ୍ଛି। ଦେଶରେ ୬ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କର୍ନାଟକରେ ୨ ଶିଶୁଙ୍କଠାରେ ଏଭଳି ଭୂତାଣୁ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସର୍ବସାଧାରଣରେ ମାସ୍କ ବ୍ୟବହାର ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗୁଜରାଟରୁ ଜଣେ ଏବଂ କୋଲକାତାରୁ ୧ ଏବଂ ଚେନ୍ନାଇରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସଂକ୍ରମଣକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ଭାରତର ସ୍ବାସ୍ଥ୍ୟସେବା

ବ୍ୟବସ୍ଥା ଏବଂ ସର୍ଭିଲାନ୍ସ ନେଟ୍‌ଓ୍ବର୍କ ସବୁପ୍ରକାର ସ୍ବାସ୍ଥ୍ୟଜନିତ ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) କର୍ନାଟକରେ ନିୟମିତ ସର୍ଭିଲାନ୍ସ ପରେ ୨ ଏଚ୍‌ଏମ୍‌ପିଭି ସଂକ୍ରମିତଙ୍କୁ ଚିହ୍ନଟ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ବ୍ରୋଞ୍ଚୋନିମୋନିଆରେ ଆକ୍ରାନ୍ତ ଥିବା ଜଣେ ୩ ମାସର ଶିଶୁକନ୍ୟା ବେଙ୍ଗାଲୁରୁର ବାପ୍‌ଟିଷ୍ଟ ହସ୍ପିଟାଲରେ ଭର୍ତ୍ତି ହେବାପରେ ତାଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ଗତ ୩ ତାରିଖରେ ବାପ୍‌ଟିଷ୍ଟ ହସ୍ପିଟାଲରେ ଜଣେ ୮ ମାସର ଶିଶୁପୁତ୍ରଠାରେ ଏଚ୍‌ଏମ୍‌ପିଭି ଭୂତାଣୁ ଚିହ୍ନଟ ହୋଇଥିବାବେଳେ ସେ ଏବେ ସୁସ୍ଥ ହେଉଛନ୍ତି। ଗତମାସ ୨୪ରେ ଗୁଜରାଟ ଅହମଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨ ମାସର ଶିଶୁଠାରେ ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଚେନ୍ନାଇର ୨ଟି ହସ୍ପିଟାଲରୁ ୨ ଜଣ ଶିଶୁ ଏଚ୍‌ଏମ୍‌ପିଭିରେ ସଂକ୍ରମିତ ହୋଇ ଖବର ପ୍ରକାଶ ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏନେଇ ଜରୁରୀ ବୈଠକ ଡାକିଛି। କୋଲକାତାରେ ସୋମବାର ଜଣେ ସଂକ୍ରମିତଙ୍କ ମିଶାଇ ଗତ ନଭେମ୍ବରରୁ ୩ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ ହେଲେଣି ବୋଲି ପିଅର୍ଲେସ୍‌ ହସ୍ପିଟାଲର ସିଇଓ ସୁଦୀପ୍ତ ମିତ୍ର କହିଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଖଣ୍ଡନ କରିଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ଏଚ୍‌ଏମ୍‌ପିଭିରେ କେହି ସଂକ୍ରମିତ ହୋଇ ନ ଥିବା ସେ କହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କର ବିଦେଶ ଭ୍ରମଣ ସହ କୌଣସି ସମ୍ପର୍କ ନାହିଁ। ଭାରତ ସମେତ ସାରା ବିଶ୍ୱରେ ଏହି ଭୂତାଣୁ ପୂର୍ବରୁ ବ୍ୟାପିଥିଲା। ବିଭିନ୍ନ ଦେଶରେ ଶ୍ୱାସକ୍ରିୟାଜନିତ ରୋଗ ବିଭିନ୍ନ ସମୟରେ ଚିହ୍ନଟ ହୋଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ଇନ୍‌ଫ୍ଲୁଏଞ୍ଜା କିମ୍ବା ଅତ୍ୟଧିକ ଶ୍ୱାସକ୍ରିୟାଜନିତ ଅସୁସ୍ଥତା ବଢ଼ିବା ଆଦୌ ଅସାଧାରଣ ଘଟଣା ନୁହେଁ ବୋଲି ଆଇସିଏମ୍‌ଆର ଏବଂ ଇଣ୍ଟିଗ୍ରେଟେଡ୍‌ ଡିଜିଜ୍‌ ସର୍ଭିଲାନ୍ସ ପ୍ରୋଗ୍ରାମ୍‌ (ଆଇଡିଏସ୍‌ପି) ନେଟ୍‌ଓ୍ବର୍କ ପକ୍ଷରୁ କୁହାଯାଇଛି। ସମସ୍ତ ସର୍ଭିଲାନ୍ସ ଚ୍ୟାନେଲ ଜରିଆରେ ମନ୍ତ୍ରଣାଳୟ ସ୍ଥିତି ଉପରେ ନଜର ରଖିଛି। ବର୍ଷସାରା ଏଚ୍‌ଏମ୍‌ପିଭି ସଂକ୍ରମଣ ଚିହ୍ନଟ ଧାରା ଆଇସିଏମ୍‌ଆର୍‌ ଜାରି ରଖିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଆମେରିକାର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେଣ୍ଟେଶନ (ସିଡିସି) ସୂଚନା ଅନୁଯାୟୀ, ଏଚ୍‌ଏମ୍‌ପିଭି ହେଉଛି ନିମୋଭାଇରିଡା ବା ରେସ୍ପିରେଟୋରି ସିନ୍‌ସାଇଟାଲ ଭାଇରସ୍‌ (ଆର୍‌ଏସ୍‌ଭି) ପରିବାରର। ସଂକ୍ରମିତ ବ୍ୟକ୍ତିଙ୍କଠାରେ ଥଣ୍ଡା ଓ ଜ୍ୱର ସଦୃଶ ଲକ୍ଷଣ ଦେଖାଯାଉଛି। ସଂକ୍ରମିତମାନେ କଫ, ଜ୍ୱର, ନାକ ବନ୍ଦ ଓ ଗଳାରୁଦ୍ଧ ହୋଇଯିବା ଭଳି ଅସୁବିଧା ଭୋଗୁଛନ୍ତି। ଅନେକ ସ୍ଥଳେ ଏଥିଯୋଗୁ ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ବୋଙ୍କାଇଟିସ୍‌ (ଶ୍ୱାସନଳୀରେ ପ୍ରଦାହ) ବା ନିମୋନିଆ (ଫୁସ୍‌ଫୁସ୍‌ ସଂକ୍ରମଣ) ହୋଇପାରେ। ରୋଗ ପ୍ରତିଷେଧକ ଶକ୍ତି କମ୍‌ ଥିବା ବ୍ୟକ୍ତିମାନେ ମଧ୍ୟ ଏଥିରେ ସଂକ୍ରମିତ ହେବା ଆଶଙ୍କା ରହିଛି।

କର୍ନାଟକ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜନସାଧାରଣଙ୍କୁ ସର୍ବସାଧାରଣ ସ୍ଥାନରେ କାଶିବା ଓ ଛିଙ୍କିବା ସମୟରେ ମୁହଁ ଓ ନାକକୁ ଘୋଡ଼ାଇ ରଖିବା ପାଇଁ ପରାମର୍ଶ ଦେବା ସହ ହାତକୁ ବାରମ୍ବାର ସାବୁନରେ ଧୋଇବା ଏବଂ ଲକ୍ଷଣ ଥିଲେ ସର୍ବସାଧାରଣ ସ୍ଥାନକୁ ନ ଯିବା ପାଇଁ ପରାମର୍ଶ ଦେଇଛି। ସଂକ୍ରମିତ ସମ୍ପର୍କୀୟଙ୍କ ରୁମାଲ, ଟାଓ୍ବେଲ ଆଦିକୁ ବ୍ୟବହାର ନ କରିବା ପାଇଁ ମନ୍ତ୍ରଣାଳୟ ସୁପାରିସ୍‌ କରିଛି। ଗତ ଡିସେମ୍ବର ୧୬ରୁ ଚାଇନାରେ ସର୍ବାଧିକ ଏଚ୍‌ଏମ୍‌ପିଭି ସଂକ୍ରମଣ ବ୍ୟାପିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଏଚ୍‌ଏମ୍‌ପିଭି ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ ଚିକିତ୍ସା ପଦ୍ଧତି କିମ୍ବା ଟିକା ନ ଥିବାରୁ ଏହାର ଲକ୍ଷଣ ଦୂର କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଶୀତଋତୁରେ ଶ୍ୱାସଜନିତ ରୋଗର ମୁକାବିଲା ପାଇଁ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri