Posted inଜାତୀୟ

ଡରେଇଲାଣି ଏଚ୍‌ଏମ୍‌ପିଭି : ୪ ରାଜ୍ୟରେ ୬ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୭।୧: କୋଭିଡ ମହାମାରୀର ପ୍ରାୟ ୫ ବର୍ଷ ପରେ ଚାଇନାରୁ ଆଉ ଏକ ସଂକ୍ରାମକ ଭୂତାଣୁ ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ୍‌ (ଏଚ୍‌ଏମ୍‌ପିଭି) ଏବେ ଭାରତରେ ପହଞ୍ଚତ୍ଛି। ଦେଶରେ ୬ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କର୍ନାଟକରେ ୨ ଶିଶୁଙ୍କଠାରେ ଏଭଳି ଭୂତାଣୁ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସର୍ବସାଧାରଣରେ ମାସ୍କ ବ୍ୟବହାର ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗୁଜରାଟରୁ ଜଣେ ଏବଂ କୋଲକାତାରୁ ୧ ଏବଂ ଚେନ୍ନାଇରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସଂକ୍ରମଣକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ଭାରତର ସ୍ବାସ୍ଥ୍ୟସେବା

ବ୍ୟବସ୍ଥା ଏବଂ ସର୍ଭିଲାନ୍ସ ନେଟ୍‌ଓ୍ବର୍କ ସବୁପ୍ରକାର ସ୍ବାସ୍ଥ୍ୟଜନିତ ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) କର୍ନାଟକରେ ନିୟମିତ ସର୍ଭିଲାନ୍ସ ପରେ ୨ ଏଚ୍‌ଏମ୍‌ପିଭି ସଂକ୍ରମିତଙ୍କୁ ଚିହ୍ନଟ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ବ୍ରୋଞ୍ଚୋନିମୋନିଆରେ ଆକ୍ରାନ୍ତ ଥିବା ଜଣେ ୩ ମାସର ଶିଶୁକନ୍ୟା ବେଙ୍ଗାଲୁରୁର ବାପ୍‌ଟିଷ୍ଟ ହସ୍ପିଟାଲରେ ଭର୍ତ୍ତି ହେବାପରେ ତାଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ଗତ ୩ ତାରିଖରେ ବାପ୍‌ଟିଷ୍ଟ ହସ୍ପିଟାଲରେ ଜଣେ ୮ ମାସର ଶିଶୁପୁତ୍ରଠାରେ ଏଚ୍‌ଏମ୍‌ପିଭି ଭୂତାଣୁ ଚିହ୍ନଟ ହୋଇଥିବାବେଳେ ସେ ଏବେ ସୁସ୍ଥ ହେଉଛନ୍ତି। ଗତମାସ ୨୪ରେ ଗୁଜରାଟ ଅହମଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨ ମାସର ଶିଶୁଠାରେ ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଚେନ୍ନାଇର ୨ଟି ହସ୍ପିଟାଲରୁ ୨ ଜଣ ଶିଶୁ ଏଚ୍‌ଏମ୍‌ପିଭିରେ ସଂକ୍ରମିତ ହୋଇ ଖବର ପ୍ରକାଶ ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏନେଇ ଜରୁରୀ ବୈଠକ ଡାକିଛି। କୋଲକାତାରେ ସୋମବାର ଜଣେ ସଂକ୍ରମିତଙ୍କ ମିଶାଇ ଗତ ନଭେମ୍ବରରୁ ୩ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ ହେଲେଣି ବୋଲି ପିଅର୍ଲେସ୍‌ ହସ୍ପିଟାଲର ସିଇଓ ସୁଦୀପ୍ତ ମିତ୍ର କହିଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଖଣ୍ଡନ କରିଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ଏଚ୍‌ଏମ୍‌ପିଭିରେ କେହି ସଂକ୍ରମିତ ହୋଇ ନ ଥିବା ସେ କହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କର ବିଦେଶ ଭ୍ରମଣ ସହ କୌଣସି ସମ୍ପର୍କ ନାହିଁ। ଭାରତ ସମେତ ସାରା ବିଶ୍ୱରେ ଏହି ଭୂତାଣୁ ପୂର୍ବରୁ ବ୍ୟାପିଥିଲା। ବିଭିନ୍ନ ଦେଶରେ ଶ୍ୱାସକ୍ରିୟାଜନିତ ରୋଗ ବିଭିନ୍ନ ସମୟରେ ଚିହ୍ନଟ ହୋଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ଇନ୍‌ଫ୍ଲୁଏଞ୍ଜା କିମ୍ବା ଅତ୍ୟଧିକ ଶ୍ୱାସକ୍ରିୟାଜନିତ ଅସୁସ୍ଥତା ବଢ଼ିବା ଆଦୌ ଅସାଧାରଣ ଘଟଣା ନୁହେଁ ବୋଲି ଆଇସିଏମ୍‌ଆର ଏବଂ ଇଣ୍ଟିଗ୍ରେଟେଡ୍‌ ଡିଜିଜ୍‌ ସର୍ଭିଲାନ୍ସ ପ୍ରୋଗ୍ରାମ୍‌ (ଆଇଡିଏସ୍‌ପି) ନେଟ୍‌ଓ୍ବର୍କ ପକ୍ଷରୁ କୁହାଯାଇଛି। ସମସ୍ତ ସର୍ଭିଲାନ୍ସ ଚ୍ୟାନେଲ ଜରିଆରେ ମନ୍ତ୍ରଣାଳୟ ସ୍ଥିତି ଉପରେ ନଜର ରଖିଛି। ବର୍ଷସାରା ଏଚ୍‌ଏମ୍‌ପିଭି ସଂକ୍ରମଣ ଚିହ୍ନଟ ଧାରା ଆଇସିଏମ୍‌ଆର୍‌ ଜାରି ରଖିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଆମେରିକାର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେଣ୍ଟେଶନ (ସିଡିସି) ସୂଚନା ଅନୁଯାୟୀ, ଏଚ୍‌ଏମ୍‌ପିଭି ହେଉଛି ନିମୋଭାଇରିଡା ବା ରେସ୍ପିରେଟୋରି ସିନ୍‌ସାଇଟାଲ ଭାଇରସ୍‌ (ଆର୍‌ଏସ୍‌ଭି) ପରିବାରର। ସଂକ୍ରମିତ ବ୍ୟକ୍ତିଙ୍କଠାରେ ଥଣ୍ଡା ଓ ଜ୍ୱର ସଦୃଶ ଲକ୍ଷଣ ଦେଖାଯାଉଛି। ସଂକ୍ରମିତମାନେ କଫ, ଜ୍ୱର, ନାକ ବନ୍ଦ ଓ ଗଳାରୁଦ୍ଧ ହୋଇଯିବା ଭଳି ଅସୁବିଧା ଭୋଗୁଛନ୍ତି। ଅନେକ ସ୍ଥଳେ ଏଥିଯୋଗୁ ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ବୋଙ୍କାଇଟିସ୍‌ (ଶ୍ୱାସନଳୀରେ ପ୍ରଦାହ) ବା ନିମୋନିଆ (ଫୁସ୍‌ଫୁସ୍‌ ସଂକ୍ରମଣ) ହୋଇପାରେ। ରୋଗ ପ୍ରତିଷେଧକ ଶକ୍ତି କମ୍‌ ଥିବା ବ୍ୟକ୍ତିମାନେ ମଧ୍ୟ ଏଥିରେ ସଂକ୍ରମିତ ହେବା ଆଶଙ୍କା ରହିଛି।

କର୍ନାଟକ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜନସାଧାରଣଙ୍କୁ ସର୍ବସାଧାରଣ ସ୍ଥାନରେ କାଶିବା ଓ ଛିଙ୍କିବା ସମୟରେ ମୁହଁ ଓ ନାକକୁ ଘୋଡ଼ାଇ ରଖିବା ପାଇଁ ପରାମର୍ଶ ଦେବା ସହ ହାତକୁ ବାରମ୍ବାର ସାବୁନରେ ଧୋଇବା ଏବଂ ଲକ୍ଷଣ ଥିଲେ ସର୍ବସାଧାରଣ ସ୍ଥାନକୁ ନ ଯିବା ପାଇଁ ପରାମର୍ଶ ଦେଇଛି। ସଂକ୍ରମିତ ସମ୍ପର୍କୀୟଙ୍କ ରୁମାଲ, ଟାଓ୍ବେଲ ଆଦିକୁ ବ୍ୟବହାର ନ କରିବା ପାଇଁ ମନ୍ତ୍ରଣାଳୟ ସୁପାରିସ୍‌ କରିଛି। ଗତ ଡିସେମ୍ବର ୧୬ରୁ ଚାଇନାରେ ସର୍ବାଧିକ ଏଚ୍‌ଏମ୍‌ପିଭି ସଂକ୍ରମଣ ବ୍ୟାପିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଏଚ୍‌ଏମ୍‌ପିଭି ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ ଚିକିତ୍ସା ପଦ୍ଧତି କିମ୍ବା ଟିକା ନ ଥିବାରୁ ଏହାର ଲକ୍ଷଣ ଦୂର କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଶୀତଋତୁରେ ଶ୍ୱାସଜନିତ ରୋଗର ମୁକାବିଲା ପାଇଁ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଓଡ଼ିଆରେ ନବୀନଙ୍କୁ ଟାର୍ଗେଟ କଲେ ମୋଦି, ସମସ୍ତେ କାବା!

ନୂଆଦିଲ୍ଲୀ,୧୩।୧: ଆୟୁଷ୍ମାନ ଭାରତ ଯୋଜନା ପାଇଁ ସୋମବାର ଏମଓୟୁ ସ୍ବାକ୍ଷର ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।...

କ’ଣ ବିନା ପୋଷାକରେ ଶିବଙ୍କୁ ପୂଜା କରନ୍ତି? ନିଜ ପିଣ୍ଡଦାନ ନିଜେ କରନ୍ତି, ଜାଣନ୍ତୁ ମହିଳା ନାଗାସାଧୁଙ୍କୁ ଭୟଙ୍କର ଜୀବନ ବିଷୟରେ…

ଉତ୍ତର ପ୍ରଦେଶର ପ୍ରୟାଗରାଜର ସଙ୍ଗମ ନଗରୀରେ ମହାକୁମ୍ଭ ଜାନୁଆରୀ ୧୩ରୁ ଆରମ୍ଭ ହୋଇଛି। ଆଜିଠାରୁୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଏହି କୁମ୍ଭମେଳା ଚାଲିବ।...

ଧାର୍ମିକ ସହରରେ ବିକ୍ରି ହୋଇପାରିବନି ମଦ! ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

ଭୋପାଳ,୧୩।୧: ମଧ୍ୟପ୍ରଦେଶରେ ମଦ ବନ୍ଦ ପ୍ରସଙ୍ଗ ବାରମ୍ବାର ଉଠୁଛି, ରାଜ୍ୟରେ ଅନେକ ଥର ମଦ ବନ୍ଦ ପାଇଁ ଦାବି ହୋଇଆସୁଛି। ଏହି ସମୟରେ, ମୁଖ୍ୟମନ୍ତ୍ରୀ ମୋହନ...

ସାବଧାନ: ଗ୍ରାହକ ଭାବେ ଆସି କ୍ୟୁଆର୍‌ କୋଡ୍‌ ବଦଳାଇ ଦେଉଛନ୍ତି ସାଇବର ଅପରାଧୀ

ଭୋପାଳ,୧୩।୧: ସାଇବର ଅପରାଧୀମାନେ ଏବେ ଦୋକାନର କ୍ୟୁଆର୍‌ କୋଡ୍‌ ବଦଳାଇ ଠକିବାର ନୂଆ କୌଶଳ ଆପଣାଇଛନ୍ତି। ମଧ୍ୟପ୍ରଦେଶର ଖଜୁରାହୋରେ ବହୁ ବ୍ୟବସାୟ ପ୍ରତିଷ୍ଠାନର କ୍ୟୁଆର୍‌ କୋଡ୍‌...

ଖଟ୍ଟରଙ୍କ ବିବାଦୀୟ ବୟାନକୁ ନେଇ ରାଗିଲା କଂଗ୍ରେସ

ନୂଆଦିଲ୍ଲୀ,୧୩।୧: କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ରବିବାର ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ ଜବାହରଲାଲ ନେହେରୁ ‘ଆକ୍ସିଡେଣ୍ଟାଲି’ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ।...

ନିଜ ନିର୍ବାଚନୀ ଖର୍ଚ୍ଚ ପାଇଁ ପାଣ୍ଠି ସଂଗ୍ରହ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ: ୬ ଘଣ୍ଟାରେ ୧୫ ଲକ୍ଷ ସଂଗ୍ରହ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ନିଜ ନିର୍ବାଚନୀ ଖର୍ଚ୍ଚ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। ସେ କ୍ରାଉଡ୍‌ ଫଣ୍ଡିଂ ଜରିଆରେ ନିର୍ବାଚନ ଖର୍ଚ୍ଚ...

‘ଅମିତ ଶାହାଙ୍କୁ ତୁରନ୍ତ ଗିରଫ କରାଯାଉ’, ବଡ଼ ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୧୩।୧: ଭାରତୀୟ ଜନତା ପାର୍ଟି ନେତ୍ରୀ ସ୍ମୃତି ଇରାନୀ ରବିବାର ଏକ ଖବରଦାତା ସମ୍ମିଳନୀ କରି ଆମ ଆଦମୀ ପାର୍ଟି (ଏଏପି) ଉପରେ ଜାତୀୟ ସୁରକ୍ଷା...

ମହାକୁମ୍ଭର ଶୁଭାରମ୍ଭରେ କ’ଣ କାମନା କଲେ ମୋଦି, କାହାକୁ ଜଣାଇଲେ ଅଭିନନ୍ଦନ ଜାଣନ୍ତୁ

ନୂଆଦିଲ୍ଲୀ,୧୩।୧: ବିଶ୍ୱର ସର୍ବବୃହତ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ‘ମହାକୁମ୍ଭ ୨୦୨୫’ ସୋମବାର ପବିତ୍ର ନଗରୀ ପ୍ରୟାଗରାଜରେ ଆରମ୍ଭ ହୋଇଛି। ଏହି ପବିତ୍ର ଅବସରରେ, ପ୍ରଧାନମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri