ଆଇଏସଆଇ ନଜରରେ ହିଜବୁଲ ମୁଖ୍ୟ ସଲାହୁଦ୍ଦିନ, ମିଳୁଛି ହତ୍ୟା ଧମକ…

ଇସଲାମାବାଦ,୧୩।୯ : ପାକିସ୍ତାନ ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସଆଇ) ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନଙ୍କ ଉପରେ ଭାରତ ସରକାରଙ୍କ ଧାରା ୩୭୦ ରଦ୍ଦ ହେବା ପରେ କଶ୍ମୀରରେ ଅନୁକୂଳ ଫଳାଫଳ ଦେଇ ନ ଥିବାରୁ କ୍ରୋଧିତ ହୋଇଛି। ହିଜବୁଲ ସୂତ୍ର ଅନୁଯାୟୀ, ପାକିସ୍ତାନୀ ସେନା ସହ ଟଙ୍କା ପାଇଁ ଡ୍ରଗ କାରବାରରେ ଭାଗ ନେବାକୁ ମନା କରିବା ପରେ ଉତ୍ତେଜନା ଆହୁରି ବଢ଼ିଛି।

ଧାରା ୩୭୦ ହଟାଇବା ପରେ ସୁରକ୍ଷା ବାହିନୀର କଠୋରତା କାରଣରୁ କଶ୍ମୀରରେ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରାୟ ବନ୍ଦ ହୋଇଯାଇଛି। ଆଇଏସଆଇ ଚାହୁଁଥିଲା ସଲାହୁଦ୍ଦିନ ଉପତ୍ୟକାରେ ହିଜବୁଲଙ୍କ କାର୍ଯ୍ୟକଳାପକୁ ପୁନଃଆରମ୍ଭ କରନ୍ତୁ। ଜୁଲାଇରେ ହୋଇଥିବା ଏକ ବୈଠକରେ ଆଇଏସଆଇ ସାଲାହୁଦ୍ଦିନଙ୍କୁ ହିଜବୁଲ କମାଣ୍ଡର ଆମିର ଖାନଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିବାକୁ କହିଥିଲେ।

ସୂତ୍ରରୁ ପ୍ରକାଶ ଆଇଏସଆଇ ହିଜବୁଲକୁ ଆର୍ଥିକ ସହାୟତା ବନ୍ଦ କରିଦେଇଛି ଏବଂ ଇସଲାମାବାଦରେ ଏହାର କାର୍ଯ୍ୟାଳୟ ମଧ୍ୟ ବିକ୍ରି କରିଛି। ସୂତ୍ରରୁ ପ୍ରକାଶ ସଲାହୁଦ୍ଦିନଙ୍କୁ ଆଇଏସଆଇ ପକ୍ଷରୁ ମୃତ୍ୟୁ ଧମକ ମିଳୁଛି। ସମ୍ପ୍ରତି ସେ ନିଜର ସୁରକ୍ଷାକୁ ୧୨ ଜଣ ରାକ୍ଷୀକୁ ବୃଦ୍ଧି କରିଛନ୍ତି। ସଲାହୁଦ୍ଦିନ ପାକିସ୍ତାନ ଅକ୍ତିଆର ହୋଇଥିବା କଶ୍ମୀରର ନେତା ରାଜା ଫାରୁକ ହାଇଦର ଏବଂ ଅନ୍ୟମାନଙ୍କ ନିକଟକୁ ଯାଇ ତାଙ୍କ ସହ ଆଇଏସଆଇ ବିରୋଧରେ ଏକ ଫ୍ରଣ୍ଟ ଖୋଲିଛନ୍ତି।

ସୂତ୍ରରୁ ପ୍ରକାଶ ଗିଲଗିଟ ବାଲ୍ଟିସ୍ତାନରେ ଭାରତ ସହିତ ମିଶ୍ରଣ ପାଇଁ ମଧ୍ୟ ଦାବି ରହିଛି। କାରଣ ଲୋକମାନେ ଅନୁଭବ କରନ୍ତି ସେମାନେ ବିକାଶର ଦୌଡ଼ରେ ପଛରେ ରହିଯାଇଛନ୍ତି। ସୂତ୍ରରୁ ପ୍ରକାଶ ମୁଶଲ ହୁସେନ ମଲିକଙ୍କୁ ମାନବ ଅଧିକାର ଉପରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହକାରୀ ଭାବେ ନିଯୁକ୍ତ କରିବାର ନିଷ୍ପତ୍ତି ହେଉଛି ସଲାଉଦ୍ଦିନଙ୍କୁ ଏକ ଶିକ୍ଷା ଦେବା। ମଲିକ ଜମ୍ମୁ-କଶ୍ମୀର ଲିବରେଶନ ଫ୍ରଣ୍ଟ ମୁଖ୍ୟ ୟାସିନ ମଲିକଙ୍କ ପତ୍ନୀ।

ଭାରତୀୟ ଗୁପ୍ତଚର ସୂତ୍ର ଅନୁଯାୟୀ, କଶ୍ମୀର ପ୍ରସଙ୍ଗକୁ ଭାରତ ସଫଳତାର ସହ ସମାଧାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri