ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ହିଟଲରଙ୍କ ଏଣ୍ଟ୍ରି…

ମସ୍କୋ/କ୍ୱିଭ୍‌, ୪।୫ : ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଏବେ ନାଜିର ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ଏଣ୍ଟ୍ରି ହୋଇଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଓ୍ବରୋଓ୍ବ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହିଟଲରଙ୍କ ସହ ତୁଳନା କରି ଏକ ବିବାଦ ସୃଷ୍ଟି କରିଛନ୍ତି। ଲାଓ୍ବରୋଓ୍ବ କହିଛନ୍ତି ଯେ ଉଭୟ ହିଟଲର ଏବଂ ଜେଲେନସ୍କି ନାଜି ଏବଂ ସେମାନଙ୍କଠାରେ ଇହୁଦୀ ରକ୍ତ ଅଛି। ଲାଓ୍ବରୋଓ୍ବଙ୍କ ଏହି ବିବୃତ୍ତି ଉପରେ ଇସ୍ରାଏଲ, ଆମେରିକା ଏବଂ ୟୁକ୍ରେନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଇସ୍ରାଏଲର ବେଦେଶିକ ମନ୍ତ୍ରୀ ୟାୟର ଲାପିଡ କହିଛନ୍ତି ଯେ ଲାଓ୍ବରୋଓ୍ବଙ୍କ ମନ୍ତବ୍ୟ ଅପମାନଜନକ ଏବଂ କ୍ଷମା ଯୋଗ୍ୟ ନୁହେଁ। ଏହା ମଧ୍ୟ ଏକ ଭୟଙ୍କର ଐତିହାସିକ ଭୁଲ। ଏନେଇ ଇସ୍ରାଏଲ ରୁଷିଆର ରାଷ୍ଟ୍ରଦୂତଙ୍କୁ ଡକାଇ ଏହାର ସ୍ପଷ୍ଟୀକରଣ ମାଗିଛି।

ଆମେରିକା କହିଛି ଏହି ବିବୃତ୍ତି ଘୃଣ୍ୟ। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି ଯେ ଲାଓ୍ବରୋଓ୍ବଙ୍କ ମନ୍ତବ୍ୟ ଇହୁଦୀମାନଙ୍କ ପ୍ରତି ଘୃଣାକୁ ଦର୍ଶାଉଛି। ଏଥି ସହିତ ଆମେରିକାର ଆଇନଜୀବୀ ଚକ ଶୁମର କହିଛନ୍ତି ଯେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ଯଥାର୍ଥ ପ୍ରମାଣ କରିବାକୁ ଚେଷ୍ଟା କରି ରୁଷିଆ କାହାକୁ ବୋକା ବନାଇ ପାରିବ ନାହିଁ। ରୁଷିଆର ଅପରାଧକୁ ବିଶ୍ୱସ୍ତରରେ ସଭିଏଁ ଦେଖୁଛନ୍ତି। ଲାଓ୍ବରୋଓ୍ବଙ୍କ ମନ୍ତବ୍ୟ ନିନ୍ଦନୀୟ। ତାଙ୍କର ଶବ୍ଦ ଅସତ୍ୟ ଏବଂ ଉଦ୍ଦେଶ୍ୟ ଭୁଲ ବୋଲି ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାଫାଲୀ ବେନେଟ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ…

ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

ହାଇୱେରେ ଏକୁଟିଆ ଦେଖି ଲୁଟୁଥିଲେ, ଚାରି ଲୁଟେରାଙ୍କ ସହ ଛଅ ବାଇକ ଜବତ କଲା ପୁଇଁନ୍ତଲା ପୋଲିସ

ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଲା ପୋଲିସକୁ ପୁଣି ମିଳିଛି ସଫଳତା । ପୁଣି ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳତା ହୋଇଛି ପୋଲିସ…

ଭାରତ ପରେ ଏହି ଦେଶ ପାଇଁ ଟାରିଫ କମ୍‌ କଲେ ଟ୍ରମ୍ପ, କିଛି ଉତ୍ପାଦନ ହେଲା ଡ୍ୟୁଟି ଫ୍ରି

ଓ୍ବାଶିଂଟନ,୧୦।୨: ଭାରତ ପରେ, ଆମେରିକା ଏବଂ ବାଂଲାଦେଶ ମଧ୍ୟରେ ଏକ ନୂତନ ବାଣିଜ୍ୟ ଚୁକ୍ତିନାମା ହୋଇଛି, ଯାହା ଅଧୀନରେ ଆମେରିକା ମଧ୍ୟ ବାଂଲାଦେଶୀ ଉତ୍ପାଦ ଉପରେ ଶୁଳ୍କ…

ପ୍ରେମକୁ ମଜଭୁତ କରିବ ଟେଡି ଡେ’

ଭୁବନେଶ୍ୱର,୧୦ା୨(ସୌମ୍ୟରଞ୍ଜନ ରାଉତ):ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିବସ ସୋମବାର ଚକୋଲେଟ୍‌ ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ ଦେଇ ସମ୍ପର୍କରେ ମଧୁରତା ବୃଦ୍ଧି କରିଥିଲେ। ମଙ୍ଗଳବାର ଚତୁର୍ଥ ଦିବସକୁ ଟେଡି…

ରାତିରେ ବିଷମିଶା କ୍ଷୀର ପିଇ ଶୋଇପଡ଼ିଲେ ପୁରା ପରିବାର, ସକାଳୁ ୫ଜଣଙ୍କ…

ଲକ୍ଷ୍ନୌ,୧୦।୨: ଉତ୍ତର ପ୍ରଦେଶର ମଥୁରାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଏହା ସମଗ୍ର ଅଞ୍ଚଳକୁ ଚକିତ କରିଦେଇଛି । ଜିଲାର ମହାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri