Posted inଖେଳ

ଇତିହାସ ରଚିଲେ ଯଶସ୍ବୀ ଜୟଶଓ୍ବାଲ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ବର୍ତ୍ତମାନର ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳ ବିଜୟୀ ହୋଇଛି। ଭାରତର ଏହି ସଫଳତାରେ ଯଶସ୍ବୀ ଜୟସୱାଲ ସବୁଠାରୁ ବଡ ଭୂମିକା ଗ୍ରହଣ କରିଛନ୍ତି। ସେ ମଧ୍ୟ ଡବଲ ଶତକ ହାସଲ କରିଛନ୍ତି। ବର୍ତ୍ତମାନ ଯଶସ୍ବୀ ପଞ୍ଚମ ଟେଷ୍ଟରେ ୨୯ରନ ସ୍କୋର କରି ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ୧୦୦୦ରନ ସ୍କୋର କରିବାରେ ଦ୍ରୁତତମ ଭାରତୀୟ ଖେଳାଳି ହୋଇପାରିଛନ୍ତି। ୧୦୦୦ ରନ ପୂରଣ କରିବା ପାଇଁ ଯଶାସ୍ବୀଙ୍କୁ ୯ ଟି ମ୍ୟାଚ ଆବଶ୍ୟକ ଥିଲା ।

ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ୨୯ ରନ ସ୍କୋର କରି ଯଶସ୍ବୀ ଜୟସୱାଲ ଟେଷ୍ଟ କ୍ରିକେଟରେ ନିଜର ୧୦୦୦ରନ ପୂରଣ କରିଛନ୍ତି। ଏହା ବ୍ୟତୀତ ସେ ବର୍ତ୍ତମାନର ଆଇସିସି ଟେଷ୍ଟ ଚାମ୍ପିଅନସିପ ୨୦୨୩-୨୦୨୫ ଚକ୍ରରେ ୧୦୦୦ରନ ସ୍କୋର କରିଥିବା ପ୍ରଥମ ଖେଳାଳି ହୋଇପାରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଜଶସ୍ବୀ ୯ ଟି ମ୍ୟାଚରେ ୧୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଟେଷ୍ଟ କ୍ରିକେଟରେ ୧୦୦୦ ରନ ସ୍କୋର କରିବାରେ ଦ୍ରୁତତମ ଭାରତୀୟ ଖେଳାଳି ଭାବେ ଯଶସ୍ବୀ ଜୟସୱାଲ ପ୍ରଥମ ହୋଇଛନ୍ତି।
ଏହାପୂର୍ବରୁ ଏହି ରେକର୍ଡ ଚେତେଶ୍ୱର ପୂଜାରାଙ୍କ ନାମରେ ଥିଲା। ଯିଏ ୧୧ ଟି ମ୍ୟାଚରେ ୧୦୦୦ ରନ ପୂରଣ କରିଥିଲେ। ବିନୋଦ କାମ୍ବଲିଙ୍କ ପାଇଁ ୧୦୦୦ ରନ ପୂରଣ କରିବାକୁ ୧୨ଟି ମ୍ୟାଚ ଲାଗିଥିଲା। ଏଥିସହିତ ମୟଙ୍କ ଅଗ୍ରୱାଲଙ୍କୁ ୧୨ ଟି ମ୍ୟାଚ ଏବଂ ସୁନୀଲ ଗାଭାସ୍କରଙ୍କୁ ୧୦୦୦ ରନ ପୂରଣ କରିବାକୁ ୧୧ ଟି ମ୍ୟାଚ ଆବଶ୍ୟକ ଥିଲା। ଏହିପରି ଯଶସ୍ବୀ ଜୟସୱାଲ ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି। ସେ ଖୁବ କମ ବୟସରେ ଏହି ସଫଳତା ହାସଲ କରିଛନ୍ତି।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ସେ ଏପର୍ଯ୍ୟନ୍ତ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛନ୍ତି। ହାଇଦ୍ରାବାଦ ଟେଷ୍ଟର ପ୍ରଥମ ଇନିଂସରେ ଶତକ ହାସଲ କରିବାରେ ବଞ୍ଚିତ ଏହି ଯୁବ ବ୍ୟାଟ୍ସମ୍ୟାନ ବିଶାଖାପାଟନମରେ ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରିଥିଲେ ଏବଂ ପରେ ରାଜକୋଟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଦ୍ୱିଶତକ ହାସଲ କରିଥିଲେ। ଏହି ପରି ଭାବରେ ଇଂଲଣ୍ଡ ବିପକ୍ଷରେ ଲଗାତାର ଦୁଇଟି ଟେଷ୍ଟ ମ୍ୟାଚରେ ସେ ପ୍ରଥମ ଭାରତୀୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯାଇ ନିଖୋଜ ଥିଲେ ଦଶମ ଶ୍ରେଣୀ ଛାତ୍ରୀ: ଜଙ୍ଗଲରୁ ମିଳିଲା…

ରାଉରକେଲା,୬।୨(ଦୀନେଶ କୁମାର ମିଶ୍ର): ସୁନ୍ଦରଗଡ଼ ଜିଲା ବିସ୍ରା ଥାନା ଅନ୍ତର୍ଗତ ଜାମ୍ବେର୍ନା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏ ଘଟଣା…

ଆଉ ରହିବ ନାହିଁ ଘର ଭଡ଼ା ଟେନସନ: ଭଡ଼ାରେ ଘର ଦେବେ ସରକାର

ଭୁବନେଶ୍ୱର,୬।୨: ଗରିବ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଆଣୁଛନ୍ତି ମୋହନ ସରକାର। ଏଣିକି ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ। ଏଣିକି ସହରୀ…

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର: ବଢିଲା ଟଙ୍କା ଫେରସ୍ତ ପ୍ରକ୍ରିୟା ଅବଧି

ଭୁବନେଶ୍ୱର,୬।୨: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର। ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର। ଫଳରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଟଙ୍କା…

ବରଗଡରେ ଚାଞ୍ଚଲ୍ୟ: ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି, ଚାଲିଗଲା ୨ ଯୁବକଙ୍କ ଜୀବନ

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ ହାଟପଦା ସାଇ ମନ୍ଦିର ପାଖରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ, ସ୍ଥାନୀୟ କଲେଜ ରୋଡ ବାସିନ୍ଦା ପ୍ରଦୀପ…

ଶିକ୍ଷା ବ୍ୟବସ୍ଥା ପ୍ରଶ୍ନକୁ ଏଡାଇ ଚାଲିଗଲେ ଜିଲାପାଳ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ନୀତି ଆୟୋଗଙ୍କ ‘ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ’ (Aspirational Blocks Programme) ଅଧୀନରେ…

ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି…

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

RCBର ଚମତ୍କାର ବିଜୟ ପରେ କହୁ କହୁ ଏମିତି କହିଦେଲେ ବିରାଟ କୋହଲି

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଜବରଦସ୍ତ ବିଜୟ ପରେ, ପୂର୍ବତନ ପୁରୁଷ ଦଳର ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri