Posted inଫୁରସତ

ଐତିହ୍ୟ କୁହେ ସଭ୍ୟତା କାହାଣୀ

ମାନବ ସଭ୍ୟତାର କ୍ରମବିକାଶ କାହାଣୀ ବର୍ଣ୍ଣନା କରିବା କ୍ଷେତ୍ରରେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଐତିହ୍ୟର ଗୁରୁତ୍ୱ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଏପ୍ରିଲ ୧୮କୁ ବିଶ୍ୱଐତିହ୍ୟ ଦିବସ ଭାବେ ପାଳନ କରାଯାଇଥାଏ। ଅନ୍ତର୍ଜାତୀୟ ପରିଷଦ ସ୍ମାରକୀ ଏବଂ ସାଇଟ (ଆଇକମୋସ) ପକ୍ଷରୁ ବିଶ୍ୱର ସାଂସ୍କୃତିକ ଐତିହ୍ୟ ଏବଂ ବିଶ୍ୱର ସ୍ମାରକୀ ସ୍ଥଳର ବିକାଶକୁ ପ୍ରୋତ୍ସାହିତ କରିଥାଏ। ଏହି ଦିବସ ପାଳନ ଅବସରରେ ବିଶ୍ୱ ଐତିହ୍ୟ ସ୍ଥଳଗୁଡ଼ିକର ବିବିଧତା ଏବଂ ସେଗୁଡ଼ିକର ସୁରକ୍ଷା ତଥା ସଂରକ୍ଷଣ ପାଇଁ ଅତ୍ୟାବଶ୍ୟକ ପ୍ରୟାସ ବିଷୟରେ ସଚେତନତା ସୃଷ୍ଟି କରାଯାଥାଏ। ୧୯୮୨ରେ ଆଇକମୋସ ପରାମର୍ଶ ଦେଇଥିଲା ଯେ, ଏପ୍ରିଲ ୧୮କୁ ଐତିହ୍ୟ ଦିବସ ଭାବେ ପାଳନ କରାଯିବ। ୧୯୮୩ରେ ୟୁନେସ୍କୋ ଏହାର ୨୨ତମ ସାଧାରଣ ସମ୍ମିଳନୀରେ ଏହି ଦିବସ ପାଳନକୁ ଅନୁମୋଦନ କରିଥିଲା। ସେବେଠାରୁ ପ୍ରତିବର୍ଷ ଏହା ପାଳିତ ହୋଇ ଆସୁଛି। ୟୁନେସ୍କୋ ସହଭାଗିତାରେ ଆଇକମୋସ୍‌ ଦ୍ୱାରା ମାନବ ସଭ୍ୟତାର ଯାତ୍ରା ଏବଂ ଇତିହାସ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ। ଭାରତରେ ପ୍ରାୟ ୩୬୯୧ ସଂରକ୍ଷିତ ଐତିହ୍ୟ ସ୍ମାରକୀ ରହିଛି। ସେଥିମଧ୍ୟରୁ ପ୍ରାୟ ୫୦ଟି ଐତିହ୍ୟସ୍ଥଳୀ ୟୁନେସ୍କୋ ଅଧୀନରେ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ। ସେସବୁ ଐତିହ୍ୟ ସ୍ଥଳ ମଧ୍ୟରେ ତାଜମହଲ, ହାମ୍ପି, ଅଜନ୍ତା ଏବଂ ଏଲୋରା ଗୁମ୍ଫା, ସୂର୍ଯ୍ୟ ମନ୍ଦିର, ସାଞ୍ଚତ୍ସ୍ତୂପ, ରାଣ କି ଭାଭ, ରାଜସ୍ଥାନର ହିଲ ଫୋର୍ଟସ ଆଦି ଅନ୍ତର୍ଭୁକ୍ତ। ପ୍ରାକୃତିକ ଐତିହ୍ୟ ସ୍ଥଳଗୁଡ଼ିକରେ ପଶ୍ଚିମ ଘାଟ, ଗ୍ରେଟ ହିମାଳୟ ଜାତୀୟ ଉଦ୍ୟାନ, କାଜିରଙ୍ଗା ୱାଇଲ୍ଡ ଲାଇଫ ଅଭୟାରଣ୍ୟ, ସୁନ୍ଦରବନ ଜାତୀୟ ଉଦ୍ୟାନ, ନନ୍ଦା ଦେବୀ ଏବଂ ଭ୍ୟାଲି ଫୁଲ ଜାତୀୟ ଉଦ୍ୟାନ ଅନ୍ତର୍ଭୁକ୍ତ। ସର୍ବାଧିକ ସଂଖ୍ୟକ ଐତିହ୍ୟ ସଂରକ୍ଷିତ ସ୍ଥାନ ଉତ୍ତରପ୍ରଦେଶରେ ରହିଛି। ଏହାର ସଂଖ୍ୟା ୭୪୫। ସେହିପରି କର୍ନାଟକରେ ୫୦୬ଟି ସଂରକ୍ଷିତ ଐତିହ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri