Posted inଫୁରସତ

ଐତିହ୍ୟ କୁହେ ସଭ୍ୟତା କାହାଣୀ

ମାନବ ସଭ୍ୟତାର କ୍ରମବିକାଶ କାହାଣୀ ବର୍ଣ୍ଣନା କରିବା କ୍ଷେତ୍ରରେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଐତିହ୍ୟର ଗୁରୁତ୍ୱ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଏପ୍ରିଲ ୧୮କୁ ବିଶ୍ୱଐତିହ୍ୟ ଦିବସ ଭାବେ ପାଳନ କରାଯାଇଥାଏ। ଅନ୍ତର୍ଜାତୀୟ ପରିଷଦ ସ୍ମାରକୀ ଏବଂ ସାଇଟ (ଆଇକମୋସ) ପକ୍ଷରୁ ବିଶ୍ୱର ସାଂସ୍କୃତିକ ଐତିହ୍ୟ ଏବଂ ବିଶ୍ୱର ସ୍ମାରକୀ ସ୍ଥଳର ବିକାଶକୁ ପ୍ରୋତ୍ସାହିତ କରିଥାଏ। ଏହି ଦିବସ ପାଳନ ଅବସରରେ ବିଶ୍ୱ ଐତିହ୍ୟ ସ୍ଥଳଗୁଡ଼ିକର ବିବିଧତା ଏବଂ ସେଗୁଡ଼ିକର ସୁରକ୍ଷା ତଥା ସଂରକ୍ଷଣ ପାଇଁ ଅତ୍ୟାବଶ୍ୟକ ପ୍ରୟାସ ବିଷୟରେ ସଚେତନତା ସୃଷ୍ଟି କରାଯାଥାଏ। ୧୯୮୨ରେ ଆଇକମୋସ ପରାମର୍ଶ ଦେଇଥିଲା ଯେ, ଏପ୍ରିଲ ୧୮କୁ ଐତିହ୍ୟ ଦିବସ ଭାବେ ପାଳନ କରାଯିବ। ୧୯୮୩ରେ ୟୁନେସ୍କୋ ଏହାର ୨୨ତମ ସାଧାରଣ ସମ୍ମିଳନୀରେ ଏହି ଦିବସ ପାଳନକୁ ଅନୁମୋଦନ କରିଥିଲା। ସେବେଠାରୁ ପ୍ରତିବର୍ଷ ଏହା ପାଳିତ ହୋଇ ଆସୁଛି। ୟୁନେସ୍କୋ ସହଭାଗିତାରେ ଆଇକମୋସ୍‌ ଦ୍ୱାରା ମାନବ ସଭ୍ୟତାର ଯାତ୍ରା ଏବଂ ଇତିହାସ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ। ଭାରତରେ ପ୍ରାୟ ୩୬୯୧ ସଂରକ୍ଷିତ ଐତିହ୍ୟ ସ୍ମାରକୀ ରହିଛି। ସେଥିମଧ୍ୟରୁ ପ୍ରାୟ ୫୦ଟି ଐତିହ୍ୟସ୍ଥଳୀ ୟୁନେସ୍କୋ ଅଧୀନରେ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ। ସେସବୁ ଐତିହ୍ୟ ସ୍ଥଳ ମଧ୍ୟରେ ତାଜମହଲ, ହାମ୍ପି, ଅଜନ୍ତା ଏବଂ ଏଲୋରା ଗୁମ୍ଫା, ସୂର୍ଯ୍ୟ ମନ୍ଦିର, ସାଞ୍ଚତ୍ସ୍ତୂପ, ରାଣ କି ଭାଭ, ରାଜସ୍ଥାନର ହିଲ ଫୋର୍ଟସ ଆଦି ଅନ୍ତର୍ଭୁକ୍ତ। ପ୍ରାକୃତିକ ଐତିହ୍ୟ ସ୍ଥଳଗୁଡ଼ିକରେ ପଶ୍ଚିମ ଘାଟ, ଗ୍ରେଟ ହିମାଳୟ ଜାତୀୟ ଉଦ୍ୟାନ, କାଜିରଙ୍ଗା ୱାଇଲ୍ଡ ଲାଇଫ ଅଭୟାରଣ୍ୟ, ସୁନ୍ଦରବନ ଜାତୀୟ ଉଦ୍ୟାନ, ନନ୍ଦା ଦେବୀ ଏବଂ ଭ୍ୟାଲି ଫୁଲ ଜାତୀୟ ଉଦ୍ୟାନ ଅନ୍ତର୍ଭୁକ୍ତ। ସର୍ବାଧିକ ସଂଖ୍ୟକ ଐତିହ୍ୟ ସଂରକ୍ଷିତ ସ୍ଥାନ ଉତ୍ତରପ୍ରଦେଶରେ ରହିଛି। ଏହାର ସଂଖ୍ୟା ୭୪୫। ସେହିପରି କର୍ନାଟକରେ ୫୦୬ଟି ସଂରକ୍ଷିତ ଐତିହ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri