Posted inଖେଳ

‘କଦାପି ଭୁଲି ହେବ ନାହିଁ ନୀରଜଙ୍କ ସଫଳତା’

ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଐତିହାସିକ ସ୍ବର୍ଣ୍ଣ ପଦକ ଅର୍ଜନ କରି ଇତିହାସ ସୃଷ୍ଟ କରିଛନ୍ତି। ଏଭଳି ସଫଳତା ପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ଟୋକିଓରେ ଇତିହାସ ରଚାଗଲା। ନୀରଜ ଆଜି ଯେଉଁ ସଫଳତା ହାସଲ କରିଛନ୍ତି, ତାହା ସର୍ବଦା ମନେ ରହିବ। ଯୁବ ନୀରଜ ଚମତ୍କାର ପ୍ରଦର୍ଶନ କରିଥିଲେ। ସ୍ବର୍ଣ୍ଣ ପଦକ ଜିତିବା ପାଇଁ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

ରାଷ୍ଟ୍ରପତି କୋବିନ୍ଦ ଲେଖିଛନ୍ତି, ନୀରଜ ଚୋପ୍ରାଙ୍କ ଅପ୍ରତ୍ୟାଶିତ ବିଜୟ। ତୁମ ଜାଭେଲିନ ବାଧା ଭାଙ୍ଗିବା ସହ ଇତିହାସ ସୃଷ୍ଟି କରିଛି। ତୁମେ ତୁମ ପ୍ରଥମ ଅଲିମ୍ପିକ୍ସରେ ଭାରତକୁ ଆଣି ଦେଇଛ ପ୍ରଥମ ଟ୍ରାକ ଓ ଫିଲ୍ଡ ମେଡାଲ। ତୁମ ସଫଳତା ଆମ ଯୁବବର୍ଗଙ୍କୁ ପ୍ରେରଣା ଦେବ। ହୃଦୟରୁ ଶୁଭେଚ୍ଛା। ଶୁଭେଚ୍ଛୁଙ୍କ ତାଲିକାରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାୟୁଡୁ, କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର, ଆଇନ ମନ୍ତ୍ରୀ କିରେନ ରିଜିଜୁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆ ସଫଳତା ପରେ ମୁଣ୍ଡନ ହେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୩୧ା୧- ଅଷ୍ଟ୍ରେଲିଆରେ ମିଳିଥିବା ସଫଳତା ପରେ ଭାରତୀୟ ପେସର ଟି. ନଟରାଜନ ରବିବାର ନଣ୍ଡା ହୋଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ସେ ଏକ ଫଟୋ...

ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌: ଜୁନିୟର ବର୍ଗରେ ଝିଲିଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୩।୧୦(କ୍ରୀଡ଼ା ପ୍ରତିନିଧି)-ରାଜ୍ୟର ଭାରୋତ୍ତୋଳନ ପ୍ରତିଭା ଝିଲ୍ଲୀ ଦଳବେହେରା କ୍ୟାରିୟରରେ ଆଉ ଏକ ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି। ଦକ୍ଷିଣ କୋରିଆରେ ଚାଲିଥିବା ଏସିଆନ ଭାରୋତ୍ତୋଳନ...

ଲଙ୍କା ପ୍ରିମିୟର ଲିଗ୍‌ ଖେଳିବା ଲାଗି ଇରଫାନ ଆଗ୍ରହୀ

ନୂଆଦିଲ୍ଲୀ, ୨ା୮ (ପି.ଟି.)-ଅଗଷ୍ଟ ୨୮ରୁ ଆରମ୍ଭ ହେବାକୁ ଥିବା ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌) ଅଂଶଗ୍ରହଣ କରିବା ଲାଗି ୭୦ ବିଦେଶୀ ଖେଳାଳି ଆଗ୍ରହୀ ଅଛନ୍ତି।...

ମାଲିଙ୍ଗାଙ୍କ ବୋଲିଂରେ ଏବେବି ଚମକ ଅଛି

ମାଞ୍ଚେଷ୍ଟର, ୨୩ା୬ (ଏଏଫ୍‌ପି)- ପେସ୍‌ ବୋଲର ଲସିଥ୍‌ ମାଲିଙ୍ଗାଙ୍କ ସାମର୍ଥ୍ୟକୁ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ ଉଚ୍ଚ ପ୍ରଶଂସା କରିଛନ୍ତି। ତାଙ୍କ ବୋଲିଂରେ ଏବେବି...

ଶେଷ ଓଭରରେ ଚେନ୍ନାଇକୁ ହରାଇଲା ଲକ୍ଷ୍ନୌ

ମୁମ୍ବାଇ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ଉଇକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଫଳରେ ଚଳିତ...

ଅବସରପ୍ରାପ୍ତ ମୁମ୍ବାଇ ଅମ୍ପାୟରଙ୍କୁ ସହାୟତା

ମୁମ୍ବାଇ,୨୧।୫(ପି.ଟି.): କୋଭିଡ୍‌-୧୯ ଜନିତ ଲକ୍‌ଡାଉନ କାରଣରୁ ସମସ୍ୟାରେ ପଡିଥିବା ମୁମ୍ବାଇ ମେଟ୍ରୋପଲିର ୨୦ ଜଣ ଅବସରପ୍ରାପ୍ତ ଅମ୍ପାୟରଙ୍କୁ ସହାୟତା କରିବାକୁ ‘କ୍ରିକେଟର୍ସ ଫାଉଣ୍ଡେଶନ’ ନାମକ ଏକ...

ବ୍ୟାଟିଂ କରୁଥିବା ସମୟରେ କେ.ଏଲ୍‌. ରାହୁଲଙ୍କୁ କ୍ଷମା ମାଗିଥିଲେ ମ୍ୟାକ୍ସଓ୍ବେଲ, କାରଣ ଜାଣିଲେ..

ନୂଆଦିଲ୍ଲୀ,୨୮।୧୧: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଶୁକ୍ରବାର ଭାରତ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ମାତ୍ର ୧୯ ବଲରେ ସେ ୪୫...

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର

ମୁଲତାନ,୧୦।୬: ପାକିସ୍ତାନ ଅଧିନାୟକ ବାବର ଆଜାମ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ଚମତ୍କାର ଫର୍ମ ଜାରି ରଖି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଶତକ ହାସଲ କରିଛନ୍ତି।...

Advertisement
Archives

Model This Week