ଐତିହ୍ୟର ମୁଖଶାଳା

ଓଡ଼ିଶାର ଧାରାବାହିକ ଇତିହାସର ପୂର୍ଣ୍ଣତା ଏଯାଏଁ ସମ୍ଭବ ହେଇନି। ୟା’ ବୋଲି ମହାଜନମାନେ ସ୍ଥିର କରିଥିବା ଇତିହାସର ଉପାଦାନ ଯେ ନାହିଁ ତାହା ଶତପ୍ରତିଶତ କହିହେବ ନାହିଁ। ଓଡ଼ିଶାର ଗଁାଠାରୁ ସହର ଗଳି ପର୍ଯ୍ୟନ୍ତ ଇତିହାସ ଉପାଦାନ ବିଛାଡ଼ି ହୋଇ ରହିଛି। ଦୃଷ୍ଟିକୋଣରେ ସାମାନ୍ୟ ପରିବର୍ତ୍ତନ ହେଲେ ଉପାଦାନଗୁଡ଼ିକର ମୂଲ୍ୟାୟନ ହୋଇପାରିବ। ଶାସ୍ତ୍ରୀୟ ପୋଥିକୁ ଆମକୁ ଗ୍ରହଣ କରିବାକୁ ତ ନିଶ୍ଚୟ ହେବ। ୟା’ ବାଦେ ଓଡ଼ିଶାର ନଈ ଉପତ୍ୟକାରୁ, ମହୋଦଧିର ଭଗ୍ନ ବିଲୁପ୍ତପ୍ରାୟ ବନ୍ଦରମାନଙ୍କରୁ, ଗଁାମୁଣ୍ଡ ଦେଉଳ କାନ୍ଥରୁ, ମଠ-ଆଶ୍ରମମାନଙ୍କ ସନନ୍ଦ ଦସ୍ତାବିଜ୍‌ରୁ, ନିପଟ ମଫସଲର କାନ୍ଦଣା ଗୀତର ଢଗ ଢମାଳିରୁ, କାନରୁ କାନକୁ ବ୍ୟାପୀ ଶହ ଶହ ବର୍ଷ ଧରି ବଞ୍ଚତ୍ ରହିଥିବା ଲୋକକଥାରୁ, ପାହାଡ଼ର ଗୁମ୍ଫାରୁ ତ ଚିଲିକାର ବୁଦିବୁଦିକିଆ ଦ୍ୱୀପପୁଞ୍ଜରୁ ଆମକୁ ଉପାଦାନ ମିଳିବ। ଟିକିଏ ନିଷ୍ଠା ଆଉ ଅନ୍ତର୍ଦୃଷ୍ଟି ଲୋଡ଼ା। ଅନୁସନ୍ଧାନର ମାନସିକତା ଆମକୁ ଆଗେଇ ନେବ ୟେ ଦିଗରେ।
ଚିଲିକା ଚକାନାସୀର ଶିଉଳିଲଗା ଖପରା ଖଣ୍ଡରୁ ଆମକୁ ଯେମିତି କିଛି ମିଳିଛି, ଗୁରୁବାଈ ଗଡ଼ର ଲୋଟଣୀ ବରଗଛ ତଳୁ ମହାପ୍ରଭୁଙ୍କ ପୋତି ହୋଇଥିବା ବୈଠିକି ‘ଚକା’ ବି ଇତିହାସକୁ ମଜଭୁତ କରିଛି। ଚିଲିକା କୂଳର ନଇରୀସ୍ଥିତ ହରୀଶ୍ୱର ମଣ୍ଡପ, ବାଣପୁରର ବଡ଼ହନ୍ତୁଆଡ଼ ଓ ଗବପଦର, ଖଲିକୋଟର ଚିକିଲି ଆଜି ମାଦଳା ପାଞ୍ଜିକୁ ବିଶ୍ୱାସ କରିବାକୁ ବାଧ୍ୟ କରିଛି। ନଇରୀର ଗୁଣ୍ଡିଚା କୂଅ, ଗଞ୍ଜାମ ମାରଦାର ମଥୁରା ଶିଳ୍ପୀଙ୍କ ଦ୍ୱାରା ଦି’ ମାସରେ ଗଢ଼ି ଉଠିଥିବା ମନ୍ଦିର ଓ ବ୍ରହ୍ମଗିରି ଗଡ଼କୋକଲର ଭଗବତୀ ମନ୍ଦିର, ଆମ୍ଭର ଅନୁସନ୍ଧାନ ମାନସିକତାକୁ ପ୍ରେରଣା ଯୋଗାଇଛି।
ମହାନଦୀ ଘାଟ ଦଳେଇଙ୍କ ଦଲିଲ ଆମକୁ ବିସ୍ମିତ କରିଛି। ଗଜପତିଙ୍କ ଜଳବାହିନୀ ବା ନୌବାହିନୀ ସେନା ସ୍ଥଳବାହିନୀ ସେନାଙ୍କ ଅପେକ୍ଷା କେତେ ଯେ ହୁସିଆର, ତାହା ହୃଦ୍‌ବୋଧ ହୋଇଛି। ଘାଟ ଦଳେଇଙ୍କ ଐତିହ୍ୟ ଖୋଜୁଖୋଜୁ କଟକ ମହ୍ଲାସାହିର ମଲ୍ଲବୀରମାନଙ୍କ ଦସ୍ତାବିଜ ଦେଖି ପୁଣି ବିଚାରିବାକୁ ପଡ଼ିଛି। ମଲ୍ଲମାନେ ମହ୍ଲା ହୋଇ ବଡ଼ଦାଣ୍ଡରେ ଆସ୍ଥାନଟିଏ ଗଜପତିଙ୍କଠୁ ନେଇ ଗଢ଼ିଦେବା ପରେ ତାହା ଅପଭ୍ରଂଶରେ ‘ମଲେଇମଠ’ରେ ପରିଣତ ହେବାର ଅଣଦେଖା ମାନସିକତା କୋହ ଭରି ଦେଇଛି ମନରେ।
ବାସ୍ତବରେ ହୃଦ୍‌ବୋଧ ହୋଇଛି ଓଡ଼ିଶାର ଶିଉଳିଲଗା ଅପାଙ୍‌କ୍ତେୟ ହୋଇ ପଡ଼ି ରହିଥିବା ପଥର ଖଣ୍ଡକରେ ବି ପ୍ରଚୁର ଐତିହ୍ୟ ଲୁଚି ରହିଛି। ପ୍ରତି ଗଁାର ବୁନିଆଦି ଅଛି। ୟେ ବୁନିଆଦି କିଛି ପୋଥିକି ଆସିଛି, କିଛି ଆସିନି। ୟା’ ମାନେ ନୁହଁ ଯେ ବୁନିଆଦି ନାହିଁ। ପ୍ରତି ଗଁାର ଶାବର ବିଦ୍ୟାର ଗ୍ରାମଦେବୀ, ପୋଥିବିଦ୍ୟାର ଶ୍ରୀଶ୍ରୀ ମହାଦେବଙ୍କର ମନ୍ଦିର ହିଁ ବୁନିଆଦିର ମୂକସାକ୍ଷୀ।
ଓଡ଼ିଶାର ପ୍ରସିଦ୍ଧ ଦେବଦେବୀଙ୍କର କିଛି ନା କିଛି ଗୌରବପୂର୍ଣ୍ଣ ଐତିହ୍ୟ ରହିଛି। ଆମେ ଯେତିକି ଘାଣ୍ଟିଚୁ, ନିଶ୍ଚୟ କିଛି ପାଇଛୁ। ଯାହା ନ ଘାଣ୍ଟିଛୁ ସେଠି ଯେ ନାହିଁ, ସେକଥା ନୁହେଁ। ଲୋପ ହୋଇ ଆସୁଛି ସେସବୁ। ପ୍ରତି ଗଡ଼ର, ପ୍ରତି ଦୁର୍ଗର, ପ୍ରତି ଦୁର୍ଗ ଦେବୀଙ୍କର ରୋମାଞ୍ଚଭରା ଐତିହ୍ୟ ରହିଛି। ତା’ରି ଭିତରେ ଆମ ଇତିହାସ। କାରଣ ଇତିହାସ ଲେଖାରେ ଶାସ୍ତ୍ର/ ପୁରାଣ/ କାହାଣୀ/ କିମ୍ବଦନ୍ତୀ/ ଲୋକକଥା ମଧ୍ୟ ପ୍ରବନ୍ଧ ହୋଇପାରେ।
ସେଥିପାଇଁ ପଣ୍ଡିତ ଗୋପବନ୍ଧୁ ଲେଖିଥିଲେ- ”ଏ ମୂର୍ତ୍ତି ଆମ୍ଭମାନଙ୍କ ଦୃଷ୍ଟିରେ ଜଡ଼-ପିତୁଳା ନୁହନ୍ତି। ସୁକୁମାର ଶିଳ୍ପର ଆଦର୍ଶ ନୁହନ୍ତି କିମ୍ବା ଅନ୍ଧ ଲୋକ ସାଧାରଣଙ୍କର ଧର୍ମବିଶ୍ୱାସକୁ ସୁଦୃଢ଼ ଓ ଚରିତାର୍ଥ କରିବା ଲାଗି କୌଶଳ ନୁହନ୍ତି। ଏହା ଶୁଦ୍ଧ ବୁଦ୍ଧ ପ୍ରେମମୟ ଜୀବନ୍ତ ପ୍ରତିମା। ମୂକସାକ୍ଷୀ ହୋଇ ଉଭା ହୋଇଛନ୍ତି ସତ୍ୟ, କିନ୍ତୁ ସେ ମୁଖରୁ କେତେ ପ୍ରେମର କାହାଣୀ, ଗୌରବର ଇତିହାସ, ଭକ୍ତିର ବୃତ୍ତାନ୍ତ, ନୀରବ ଗମ୍ଭୀର ଭାବରେ ନିଃସୃତ ହେଉଅଛି।“ (ସତ୍ୟବାଦୀ ୧/୨ ସଂଖ୍ୟା, ୧୩୨୨ ସାଲ, ପୃ-୬୨, ୬୩)।
ସାହିତ୍ୟ ଏବଂ ଇତିହାସ ପରସ୍ପର ସଂଶ୍ଳିଷ୍ଟ ହୋଇପାରନ୍ତି, କିନ୍ତୁ ସାହିତ୍ୟ ଯାହା ଇତିହାସ ତା’ ନୁହେଁ। ଐତିହ୍ୟକୁ ଆମେ ସମ୍ପୂର୍ଣ୍ଣ ଇତିହାସ ପର୍ଯ୍ୟାୟରେ ନେଇପାରୁ ନାହୁଁ। ଐତିହ୍ୟ ସଂସ୍କୃତିର ହୋଇପାରେ, ସଭ୍ୟତାର ହୋଇପାରେ, କଳା-ସଙ୍ଗୀତ-ନୃତ୍ୟ-ଗୀତ ଓ ପରମ୍ପରାର ବି ହୋଇପାରେ। କାରଣ ଇତିହାସ ସହିତ ‘ଗୌରବ’କୁ ଯୋଡ଼ିବାକୁ ହୁଏ। ଏଇ ଗୌରବ ଭିତରେ କେବଳ ‘ଭାବନା’ ନ ଥାଏ। ଜାତି ଜାତୀୟତା ଓ ଅତୀତକୁ ନୂଆ କରି ଦେଖିବାକୁ ହୁଏ। ବାଚନିକ ଇତିହାସ ପାଇଁ ମଣିଷର ବିଶ୍ୱାସ ସହିତ ଚଳଣିକୁ ଯୋଡ଼ିବାକୁ ହୁଏ। ସହାବସ୍ଥାନର ଧାରାକୁ ଏଠି ଆଡ଼େଇଦେବା ସମ୍ଭବ ନୁହେଁ। ତେଣୁ ଐତିହ୍ୟକୁ ଇତିହାସର ଉପାଦାନ ପର୍ଯ୍ୟାୟରେ ଆମେ ଗଣତି କରିଅଛୁ। ପରମ୍ପରାର ଐତିହ୍ୟ ମଧ୍ୟ ଏଥିରେ ରହିଛି। ଯାହାକୁ ଜଣେ ଇତିହାସ ପକ୍ଷରେ ସଂଯୋଗ କରିବାରେ କୌଣସି ବାଧା ଉପୁଜିବ ନାହିଁ ବୋଲି ଆମ୍ଭର ବିଶ୍ୱାସ।
ସତ୍ୟବାଦୀର ୧/୨ ସଂଖ୍ୟାରେ ସ୍ପଷ୍ଟ ବି ହୋଇଛି। କିମ୍ବଦନ୍ତୀ କେବଳ ମରୁମରୀଚିକା ନୁହେଁ। ନିସ୍ତରଙ୍ଗ ଅନ୍ଧକାରାଚ୍ଛନ୍ନ ଯୁଗକୁ ଘଟଣାମୟ କରି ଚିତ୍ରିବା ଲାଗି ଅଯଥା ଅସଙ୍ଗତ କଳ୍ପନା ନୁହେଁ। ସେ ସବୁକୁ ଅନାଦର କଲେ ଆଧୁନିକ ଯୁଗ ବହୁ ପୁରା ତତ୍ତ୍ୱରୁ ବଞ୍ଚତ୍ତ ହେବ ଏବଂ ବର୍ତ୍ତମାନ ସହିତ ଅତୀତର ସଂଯୋଜକ ସୂତ୍ର ଅନେକ ସ୍ଥଳେ ମିଳିବ ନାହିଁ। ଭାରତ ପରି ରୋମ, ଗ୍ରୀସ୍‌, ମିଶର, ବାବିଲୋନ୍‌ ପ୍ରଭୃତି ପ୍ରାଚୀନ ଦେଶ ଓ ଜାତିମାନଙ୍କ ଇତିହାସ କାହାଣୀ କିମ୍ବଦନ୍ତୀରୁ ବହୁ ପରିମାଣରେ ଉଦ୍ଧାର କରାଯାଇଛି। ବାଲୁକାରାଶିର ନିମ୍ନରେ ଫଲ୍‌ଗୁ ପ୍ରବାହ ପରି ଏହିସବୁ କିମ୍ବଦନ୍ତୀର ମଜା ଯେ ସାର ସତ୍ୟରେ ଚିରକାଳ ଉଜ୍ଜୀବିତ ରହିଅଛି ତାହା ଅନୁସନ୍ଧାନ କଲେ ଅନାୟାସରେ ଉପଲବ୍ଧି ହେବ (ପୃ.୬୩)।
ଐତିହ୍ୟର ଉପାଦାନ ଉପରେ ଇତିହାସ ଛିଡ଼ା ହେବା ଭାରତରେ କିଛି ନୂଆ କଥା ବି ନୁହେଁ, ଐତିହ୍ୟର ଉପାଦାନକୁ ଇତିହାସରୁ ଆଡ଼େଇ ନେଲେ ସେ ଇତିହାସ ସମୃଦ୍ଧ ଇତିହାସ ହୋଇ ରହିବ ନାହିଁ। ସେଥିରେ ଦାରିଦ୍ର୍ୟର ଛିଟା ଦିଶିବ ହିଁ ଦିଶିବ।
– ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri