Posted inଜାତୀୟ

ଇତିହାସ ରଚିଲା ଉତ୍ତରାଖଣ୍ଡ: ଦେଶର ପ୍ରଥମ ରାଜ୍ୟ ଭାବେ ୟୁସିସି ବିଲ୍‌ ପାରିତ

ଡେରାଡୁନ୍‌,୭।୨:ଉତ୍ତରାଖଣ୍ଡ ବୁଧବାର ଇତିହାସ ସୃଷ୍ଟି କରିଛି। ଉତ୍ତରଖଣ୍ଡ ବିଧାନସଭାରେ ଆଲୋଚନା ପରେ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ପାରିତ ହୋଇଛି। ଦିନସାରା ବିଧାନସଭାରେ ଏହି ବିଲ ବିଷୟରେ ଆଲୋଚନା ହୋଇଥିଲା, ଯାହା ପରେ ସିଏମ ସମ୍ବୋଧିତ କରିଥିଲେ। ସାରେ ୟୁସିସି ବିଲ ଭଏସ ଭୋଟ ଦ୍ୱାରା ପାରିତ ହୋଇଥିଲା।
ବିଧାନସଭା ନିର୍ବାଚନ ସମୟରେ ନିର୍ବାଚନୀ ଇସ୍ତାହାରରେ ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘୋଷଣା କରିଥିଲେ। ଭାଜପା କ୍ଷମତାକୁ ଫେରିବା ପରେ ସେ ସମାନ ନାଗରିକ ସଂହିତା ପ୍ରସଙ୍ଗରେ ପ୍ରଥମେ ନିଷ୍ପତ୍ତି ନେବାକୁ ମଧ୍ୟ ଘୋଷଣା କରିଥିଲେ। କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟରେ ଧାମି ସରକାର ସମାନ ନାଗରିକ ସଂହିତା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଉତ୍ତରାଖଣ୍ଡ ସରକାର ମଙ୍ଗଳବାର ରାଜ୍ୟ ବିଧାନସଭାରେ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ଆଗତ କରିଥିଲେ। ସ୍ବାଧୀନତା ପରେ ଏଭଳି ବିଲ୍‌ ଆଣିବାରେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ। ଆଦିବାସୀମାନଙ୍କୁ ପ୍ରସ୍ତାବିତ ଆଇନରୁ ବାଦ୍‌ ଦିଆଯାଇଛି।
ଚିଠା ଆଇନରେ ବହୁପତ୍ନୀ ଗ୍ରହଣକୁ ନିଷେଧ କରାଯିବା ସହ ଲିଭ୍‌-ଇନ୍‌ ରିଲେଶନରେ ରହିଲେ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଏଭଳି ସମ୍ପର୍କରୁ ଜନ୍ମିତ ସନ୍ତାନଙ୍କୁ ବୈଧ ବିବେଚନା କରାଯିବ ଏବଂ ଛାଡ଼ପତ୍ର କ୍ଷେତ୍ରରେ ମହିଳାଙ୍କୁ ତାଙ୍କ ପୁରୁଷ ସାଥୀ କ୍ଷତିପୂରଣ ଦେବେ। ପ୍ରସ୍ତାବିତ ଆଇନରେ ଝିଅମାନଙ୍କ ବିବାହ ବୟସ ୧୮ ଏବଂ ପୁଅଙ୍କ ପାଇଁ ୨୧ ବର୍ଷ ରହିବ। ବିବାହ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ଛାଡ଼ପତ୍ର ପାଇଁ ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ସମାନ କାରଣ ଦର୍ଶାଇବାକୁ ହେବ। ଜଣେ ସ୍ତ୍ରୀ ବଞ୍ଚତ୍ଥିବା ଯାଏ ଦ୍ୱିତୀୟ ବିବାହ କରାଯାଇପାରିବ ନାହଁ। ପୁଅଙ୍କ ଭଳି ଝିଅମାନଙ୍କୁ ସମ୍ପତ୍ତି ଉପରେ ସମାନ ଅଧିକାର ମିଳିବ।
ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତରାଖଣ୍ଡ ସରକାର ୟୁସିସି ବିଲ୍‌ ଆଣିବା ଗୁରୁତ୍ୱପୂର୍ଣ୍ଣ। ବିବାହ, ଛାଡ଼ପତ୍ର, ଜମିଜମା, ସମ୍ପତ୍ତି ଏବଂ ଉତ୍ତରାଧିକାରକୁ ନେଇ ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ ଆଣିବା ଭାଜପା କାର୍ଯ୍ୟସୂଚୀର ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ଥିଲା। ଅନ୍ୟ ଭାଜପା ଶାସିତ ରାଜ୍ୟ ଅନୁରୂପ ଆଇନ ଆଣିପାରନ୍ତି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri