ପରିଚୟ ହରାଉଛି ଐତିହାସିକ ହାତିଆଶୁଣୀ

କାଏମା,୬ା୨(ଡି.ଏନ.ଏ.):ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ପଞ୍ଚାୟତ ମଧ୍ୟଭାଗରେ ଐତିହାସିକ ବୌଦ୍ଧ କୀର୍ତ୍ତି ସମ୍ପନ୍ନ କାଏମା ପାହାଡ଼ ଅବସ୍ଥିତ। ଏହାର ପାଦ ଦେଶରେ ବୌଦ୍ଧ କୀର୍ତ୍ତିରାଜି ହାତିଆଶୁଣି ପୂଜା ପାଉଛନ୍ତି । ରକ୍ଷଣାବେକ୍ଷଣ ଅଭାବରୁ ସେହି ସ୍ଥାନ କ୍ରମଶଃ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଯାଉଛି। ଯାଜପୁର ଜିଲାକୁ ଓଡ଼ିଶାର ପ୍ରାଚୀନ ରାଜଧାନୀ ବୋଲି ଅଭିହିତ କରୁଥିବାବେଳେ ବୌଦ୍ଧ କୀର୍ତ୍ତିରାଜିଗୁଡିକୁ ଅଣଦେଖା କରିବା ଅଞ୍ଚଳବାସୀଙ୍କ ବିଶ୍ୱାସ ଉପରେ କୁଠାରଘାତ ହେଉଛି ବୋଲି ମତପ୍ରକାଶ ପାଉଛି।
କାଏମା ପାହାଡ଼ର ଏକ ବିରାଟ ପଥର ଖଣ୍ଡକୁ କାଟି କାଟି ଅତି ନିଖୁଣ ଭାବେ ମୂର୍ତ୍ତି ନିର୍ମାଣ କରାଯାଇଛି। ଏହା ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତର ନର୍ମିତ ହାତୀ ହୋଇଥିବାରୁ ଏହାକୁ ହାତିଆଶୁଣି ନାମରେ ପୂଜା କରାଯାଏ। ଶିଳ୍ପକଳା ଦୃଷ୍ଟିରୁ ଏହା ଅପୂର୍ବ ଓ ଅତି ଚମତ୍କାର। ଐତିହାସିକମାନଙ୍କ ମତରେ ରାଜା ଅଶୋକ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ବୀରେ ତାଙ୍କ କନିଷ୍ଠ ଭ୍ରାତା ତିଷ୍ୟ ଓ ଗୁରୁ ଧର୍ମରକ୍ଷିତଙ୍କ ନିମନ୍ତେ ଏଠାରେ ଏକ ବୌଦ୍ଧ ସଙ୍ଘରାମ ଗଠନ କରିଥିଲେ। ପାର୍ଶ୍ୱବର୍ତ୍ତୀ ଶିଳାଲିପିରୁ ଜଣାପଡେ ଯେ,ମୌର୍ଯ୍ୟ ଶିଳ୍ପକଳାର ଅନନ୍ୟ ପ୍ରତିଭା ଏଥିରେ ଫୁଟି ଉଠୁଛି । ଗ୍ରାମଦେବତୀ ସର୍ବାଙ୍ଗ ସିନ୍ଦୁରର ପ୍ରଲୋପରେ ଥିଲେ ସୁଦ୍ଧା କଳା ସ୍ଥାପତ୍ୟ ବାରି ହେଉଛି। ହାତୀର ଶୁଣ୍ଢଟି ତଳକୁ ଲମ୍ବି ଏକ ଚର୍ତୁକୋଣି ପଥର ଉପରେ ରହିଛି। ସମ୍ମୁଖ ଭାଗର ପାଦ ତଳେ ଗଜରାଜଲେଖା ହୋଇଛି । ଏହାର ପଛ ଭାଗରେ ଲକ୍ଷାଧିକ ଟଙ୍କା ବ୍ୟୟ କରି ଏକ ଛାତ ଘର ନିର୍ମିତ ହୋଇଛି। କିନ୍ତୁ ତାହା ଅନାବନା ଗଛ ମଧ୍ୟରେ ଅବ୍ୟବହୃତ ହୋଇ ପଡିରହିଥିବାବେଳେ ସେଠାରେ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ପାହାଡ଼ ମଧ୍ୟରେ ଅନେକ ଗୁମ୍ଫା ଦେଖିବାକୁ ମିଳେ। ଚଣ୍ଡିଖୋଲ ବନ ବିଭାଗ ପକ୍ଷରୁ ବହୁ ମୂଲ୍ୟବାନ ବିଭିନ୍ନ ପ୍ରକାର ଗଛ ଲଗାଯାଇଥିଲା । ତାହାବି ଦିନକୁ ଦିନ ଚୋରି ହୋଇ ଲୋପ ପାଇବାକୁ ବସିଛି ା ରାଜ୍ୟ ତଥା ରାଜ୍ୟ ବାହାରୁ ବୌଦ୍ଧ ଗବେଷକମାନେ ଆସି ପାହାଡ଼ ପରିଦର୍ଶନ କରୁଥିବା ଦେଖିବାକୁ ମିଳେ। ତେବେ ଏହି ବୌଦ୍ଧ କୀର୍ତ୍ତିରାଜିର ସୁରକ୍ଷା ଓ ଏହି ପାହାଡ଼କୁ ନିଷିଦ୍ଧ ଅଞ୍ଚଳ ଘୋଷଣା କରି ତାର ଜାଲି ବ୍ୟବସ୍ଥା ସହ ବୋର୍ଡ ଲଗାଯାଇଥିଲା। କିନ୍ତୁ ସୁରକ୍ଷା ଅଭାବରୁ ପାହାଡ଼ରୁ ମହରମ ସହ ମୂଲ୍ୟବାନ ଐତିହାସିକ ସମ୍ପତ୍ତି ରାତାରାତି ଖୋଳି ଚୋରି ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ରିପୋର୍ଟ : ଶିବ ପ୍ରସାଦ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri