ପରିଚୟ ହରାଉଛି ଐତିହାସିକ ହାତିଆଶୁଣୀ

କାଏମା,୬ା୨(ଡି.ଏନ.ଏ.):ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ପଞ୍ଚାୟତ ମଧ୍ୟଭାଗରେ ଐତିହାସିକ ବୌଦ୍ଧ କୀର୍ତ୍ତି ସମ୍ପନ୍ନ କାଏମା ପାହାଡ଼ ଅବସ୍ଥିତ। ଏହାର ପାଦ ଦେଶରେ ବୌଦ୍ଧ କୀର୍ତ୍ତିରାଜି ହାତିଆଶୁଣି ପୂଜା ପାଉଛନ୍ତି । ରକ୍ଷଣାବେକ୍ଷଣ ଅଭାବରୁ ସେହି ସ୍ଥାନ କ୍ରମଶଃ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଯାଉଛି। ଯାଜପୁର ଜିଲାକୁ ଓଡ଼ିଶାର ପ୍ରାଚୀନ ରାଜଧାନୀ ବୋଲି ଅଭିହିତ କରୁଥିବାବେଳେ ବୌଦ୍ଧ କୀର୍ତ୍ତିରାଜିଗୁଡିକୁ ଅଣଦେଖା କରିବା ଅଞ୍ଚଳବାସୀଙ୍କ ବିଶ୍ୱାସ ଉପରେ କୁଠାରଘାତ ହେଉଛି ବୋଲି ମତପ୍ରକାଶ ପାଉଛି।
କାଏମା ପାହାଡ଼ର ଏକ ବିରାଟ ପଥର ଖଣ୍ଡକୁ କାଟି କାଟି ଅତି ନିଖୁଣ ଭାବେ ମୂର୍ତ୍ତି ନିର୍ମାଣ କରାଯାଇଛି। ଏହା ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତର ନର୍ମିତ ହାତୀ ହୋଇଥିବାରୁ ଏହାକୁ ହାତିଆଶୁଣି ନାମରେ ପୂଜା କରାଯାଏ। ଶିଳ୍ପକଳା ଦୃଷ୍ଟିରୁ ଏହା ଅପୂର୍ବ ଓ ଅତି ଚମତ୍କାର। ଐତିହାସିକମାନଙ୍କ ମତରେ ରାଜା ଅଶୋକ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ବୀରେ ତାଙ୍କ କନିଷ୍ଠ ଭ୍ରାତା ତିଷ୍ୟ ଓ ଗୁରୁ ଧର୍ମରକ୍ଷିତଙ୍କ ନିମନ୍ତେ ଏଠାରେ ଏକ ବୌଦ୍ଧ ସଙ୍ଘରାମ ଗଠନ କରିଥିଲେ। ପାର୍ଶ୍ୱବର୍ତ୍ତୀ ଶିଳାଲିପିରୁ ଜଣାପଡେ ଯେ,ମୌର୍ଯ୍ୟ ଶିଳ୍ପକଳାର ଅନନ୍ୟ ପ୍ରତିଭା ଏଥିରେ ଫୁଟି ଉଠୁଛି । ଗ୍ରାମଦେବତୀ ସର୍ବାଙ୍ଗ ସିନ୍ଦୁରର ପ୍ରଲୋପରେ ଥିଲେ ସୁଦ୍ଧା କଳା ସ୍ଥାପତ୍ୟ ବାରି ହେଉଛି। ହାତୀର ଶୁଣ୍ଢଟି ତଳକୁ ଲମ୍ବି ଏକ ଚର୍ତୁକୋଣି ପଥର ଉପରେ ରହିଛି। ସମ୍ମୁଖ ଭାଗର ପାଦ ତଳେ ଗଜରାଜଲେଖା ହୋଇଛି । ଏହାର ପଛ ଭାଗରେ ଲକ୍ଷାଧିକ ଟଙ୍କା ବ୍ୟୟ କରି ଏକ ଛାତ ଘର ନିର୍ମିତ ହୋଇଛି। କିନ୍ତୁ ତାହା ଅନାବନା ଗଛ ମଧ୍ୟରେ ଅବ୍ୟବହୃତ ହୋଇ ପଡିରହିଥିବାବେଳେ ସେଠାରେ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ପାହାଡ଼ ମଧ୍ୟରେ ଅନେକ ଗୁମ୍ଫା ଦେଖିବାକୁ ମିଳେ। ଚଣ୍ଡିଖୋଲ ବନ ବିଭାଗ ପକ୍ଷରୁ ବହୁ ମୂଲ୍ୟବାନ ବିଭିନ୍ନ ପ୍ରକାର ଗଛ ଲଗାଯାଇଥିଲା । ତାହାବି ଦିନକୁ ଦିନ ଚୋରି ହୋଇ ଲୋପ ପାଇବାକୁ ବସିଛି ା ରାଜ୍ୟ ତଥା ରାଜ୍ୟ ବାହାରୁ ବୌଦ୍ଧ ଗବେଷକମାନେ ଆସି ପାହାଡ଼ ପରିଦର୍ଶନ କରୁଥିବା ଦେଖିବାକୁ ମିଳେ। ତେବେ ଏହି ବୌଦ୍ଧ କୀର୍ତ୍ତିରାଜିର ସୁରକ୍ଷା ଓ ଏହି ପାହାଡ଼କୁ ନିଷିଦ୍ଧ ଅଞ୍ଚଳ ଘୋଷଣା କରି ତାର ଜାଲି ବ୍ୟବସ୍ଥା ସହ ବୋର୍ଡ ଲଗାଯାଇଥିଲା। କିନ୍ତୁ ସୁରକ୍ଷା ଅଭାବରୁ ପାହାଡ଼ରୁ ମହରମ ସହ ମୂଲ୍ୟବାନ ଐତିହାସିକ ସମ୍ପତ୍ତି ରାତାରାତି ଖୋଳି ଚୋରି ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ରିପୋର୍ଟ : ଶିବ ପ୍ରସାଦ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri