ଆସନ୍ତାକାଲିଠାରୁ ଐତିହାସିକ ବାଲିଯାତ୍ରା: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ,୧୪ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାରଠାରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏନେଇ ସମସ୍ତ ପ୍ରସ୍ତୁତି ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଜିଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ। ଶୁକ୍ରବାର ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଏହି ମେଳାକୁ ଉଦ୍‌ଘାଟନ କରିବେ। ବୋଟ୍‌କ୍ଲବଠାରୁ ୪ଟି ବୋଇତରେ ମଞ୍ଚ ନିକଟକୁ ଆସିବେ ଅତିଥି। ଏହି ଅବସରରେ ୧୩ ଦକ୍ଷିଣ ପୂର୍ବ ଏସୀୟ ଦେଶର ରାଷ୍ଟ୍ରଦୂତ ଯୋଗ ଦେବେ। ଗତବର୍ଷ ୬୦ ଲକ୍ଷରୁ ଅଧୁକ ଲୋକ ବାଲିଯାତ୍ରା ବୁଲିଥିବା ବେଳେ ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ବାଲିଯାତ୍ରା ଭିଡ଼। ଏସିଆ ମହାଦେଶର ଏହି ସର୍ବବୃହତ ମୁକ୍ତାକାଶ ମେଳାରେ ୭୦ ଲକ୍ଷ ଜନସମାଗମ ଆକଳନ କରିଛି ଜିଲା ପ୍ରଶାସନ। ବାଲିଯାତ୍ରା ପଡ଼ିଆରେ ମିଳିବ ଦେଶୀ ପିଠା। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନୁହେଁ ବରଂ ଅନ୍ତର୍ଜାତୀୟ ମାନ୍ୟତା ବା ୟୁନେସ୍କୋ ସାର୍ଟିଫିକେଶନ ହାସଲ କରିବା ଏବେ ପ୍ରାଥମିକତା ପାଲଟିଛି। ଏଥିପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛି। ଚଳିତବର୍ଷ ଭଳି ଲଗାତର ୩ ବର୍ଷ ଧରି ଏହି ଭଳି ଶୈଳୀରେ ବାଲିଯାତ୍ରା ଆୟୋଜନ ହେଲେ ଅନ୍ତର୍ଜାତୀୟ ମାନ୍ୟତା ମିଳିବା ସମ୍ଭାବନା ବଢ଼ିବ ବୋଲି କହିଛନ୍ତି ଜିଲାପାଳ। ଦକ୍ଷିଣ-ପୂର୍ବ ରାଷ୍ଟ୍ର ସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ଏକ ସ୍ବତନ୍ତ୍ର ପାଭିଲିୟନର ଆକର୍ଷଣ ଯୋଡ଼ା ଯାଉଛି।

ବାର୍ଲି,ଇଣ୍ଡୋନେସିଆ ଭଳି ୮ଟି ଦେଶର ସାଂସ୍କୃତିକ ଦଳ ବି ଆସିବେ ବାଲିଯାତ୍ରାକୁ। ଏଥର ଅନ୍ୟତମ ଆକର୍ଷଣ ପାଲଟିବ କଟକ ଇନ୍‌ କଟକ। ଓଡ଼ିଆ ଅସ୍ମିତା ସହ ଓଡ଼ିଆ ସିନେମାର କ୍ରମ ବିକାଶର ଚିତ୍ର ସ୍ଥାନ ପାଇଛି ସେଠାରେ। ଏହା ଛଡ଼ା ମହାନଦୀରେ ଲେଜର ଶୋ’, ଡ୍ରୋନ ଶୋ’, ସହ ଜଳକ୍ରୀଡ଼ାର ଭରପୂର ଆନନ୍ଦ ନେଇପାରିବେ ଲୋକେ। ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri