Posted inଖେଳ

ଚମତ୍କାର ଇନିଂସ ଖେଳିବା ସତ୍ତ୍ୱେ ୱାଶିଂଟନ ସୁନ୍ଦରଙ୍କ ଉପରେ ରାଗିଲେ ବାପା

ଚେନ୍ନାଇ,୧୮।୧: ଡେବ୍ୟୁ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଥିବା ୱାଶିଂଟନ ସୁନ୍ଦରଙ୍କ ପ୍ରଶଂସା କରୁଛନ୍ତି। କିନ୍ତୁ ପୁଅ ଏକ ଶତକ ସ୍କୋର କରିବାରେ ବିଫଳ ହୋଇଥିବାରୁ ତାଙ୍କ ପିତା ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ରିସବେନ ଟେଷ୍ଟର ତୃତୀୟ ଦିନରେ ୱାଶିଂଟନ ସୁନ୍ଦର ୧୪୪ ବଲରେ ୬୨ ରନ ସଂଗ୍ରହ କରିଥିଲେ। ସପ୍ତମ ଉଇକେଟ ପାଇଁ ଶାର୍ଦ୍ଦୁଲ ଠାକୁରଙ୍କ ସହ ସୁନ୍ଦର ୧୨୩ ରନ ଭାଗିଦାରୀ କରିଥିଲେ। ପ୍ରଥମ ଇନିଂସରେ ସୁନ୍ଦର ଏବଂ ଠାକୁରଙ୍କ ଯୋଗୁ ଭାରତ ୩୩୬ ରନ ସ୍କୋର କରିବାରେ ସଫଳ ହୋଇଥିଲା। ସୁନ୍ଦରଙ୍କ ପିତା ଏମ ସୁନ୍ଦର କହିଛନ୍ତି, ସେ ୧୦୦ ରନ କରି ନ ଥିବାରୁ ମୁଁ ନିରାଶ ହୋଇଛି। ସିରାଜ ଆସିବା ପରେ ତାଙ୍କୁ ଚାରି ଓ ଛକା ମାରିବା ଉଚିତ୍‌ ଥିଲା। ସେ ଏହା କରିବାକୁ ସକ୍ଷମ ଅଟନ୍ତି। ସେ ବଡ ହିଟ ମାରିପାରନ୍ତି। ସେ କହିଛନ୍ତି, ମୁଁ ପ୍ରତିଦିନ ତାଙ୍କ ସହ କଥାବାର୍ତ୍ତା କରେ। ମୁଁ ତାଙ୍କୁ କହିଛି ଯେତେବେଳେ ବି ସୁଯୋଗ ମିଳିବ, ବଡ ସ୍କୋର କରିବାକୁ। ସୁନ୍ଦର କହିଛନ୍ତି ଯେ, ସେ ଏହା କରିବେ। ସେ ଜାଣନ୍ତି ଯେ ତାଙ୍କ ପୁଅ ଟପ ଅର୍ଡରରେ ମଧ୍ୟ ବ୍ୟାଟିଂ କରିବାରେ ସକ୍ଷମ। ଯଦିଓ ସେ ଭାରତୀୟ ଦଳ ନିମ୍ନ ମଧ୍ୟମ ଅର୍ଡର ପାଇଁ ମନୋନୀତ ହୋଇଛନ୍ତି। ୱାଶିଂଟନ କେବଳ ୧୨ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛି କିନ୍ତୁ ଯେତେବେଳେ ବି ସୁଯୋଗ ମିଳିଛି ଭଲ ପ୍ରଦର୍ଶନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri