Categories: ଫୁରସତ

ମୃତ୍ୟୁ ମୁହଁରୁ ଓ୍ବରର୍ଥୋଗକୁ ଟାଣି ଆଣିଲେ ୨ ଜଳହସ୍ତୀ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଓ୍ବରର୍ଥୋଗ ନାମକ ଜଙ୍ଗଲୀ ଜନ୍ତୁୁ କୁମ୍ଭୀର ମୁହଁରେ ପଡ଼ିଯାଇଛି। କୁମ୍ଭୀର ତାହାକୁ ଖାଇବାଲାଗି ବଳମୁତାବକ ଟାଣୁଥିବା ବେଳେ ଦୁଇ ଜଳହସ୍ତୀ ପହଞ୍ଚି ତାକୁ ଉଦ୍ଧାର କରୁଛନ୍ତି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share