ହିଙ୍ଗୁଳାଙ୍କ ପୀଠରେ ଲକ୍ଷାଧିକ ଭକ୍ତ

ବାରିପଦା ଅଫିସ,୩।୩- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ କଉଡ଼ିଖଣିସ୍ଥିତ ଶାଳଜଙ୍ଗଲ ପରିସରରେ ମା’ ହିଙ୍ଗୁଳାଙ୍କ ବାର୍ଷିକ ବଡ଼ପୂଜା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ୧୪୪ ଧାରା ଜାରି ସତ୍ତ୍ୱେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଏହି ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମୟୂରଭଞ୍ଜ ଜିଲା ସମେତ ପଡ଼ୋଶୀ ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ରାଜ୍ୟରୁ ଭକ୍ତମାନେ ମା’ଙ୍କ ଦର୍ଶନ କରି କୃପା ଲାଭ କରିଥିଲେ। କୋଭିଡ୍‌ ନିୟମକୁ ମାନି ସମସ୍ତେ ପୂଜାର୍ଚ୍ଚନା ଓ ଦିଅଁ ଦର୍ଶନ କରିଥିଲେ।
ବିପଦରେ ପଡ଼ିଲେ ମା’ ସହାୟ ହୁଅନ୍ତି ବୋଲି ଭକ୍ତଙ୍କ ମନରେ ଅଗାଢ଼ ବିଶ୍ୱାସ ରହିଛି। ମାଡ଼ି ଆସୁଥିବା ବିପତ୍ତିକୁ ଦୂର କରିବା ସହିତ ମା’ଦୂରାରୋଗ୍ୟ ଓ ମନସ୍କାମନା ପୂରଣ କରିଥାନ୍ତି ବୋଲି ପଶ୍ଚମିବଙ୍ଗରୁ ଆସିଥିବା ଭକ୍ତ ସୁରେନ୍ଦ୍ର କୁଇଲା କହିିଛନ୍ତି। ସେହିପରି ଏହି ପୀଠରେ ଥିବା ଅଗ୍ନିକୁଣ୍ଡରେ ଭୋଗରାଗ ସମର୍ପଣ କଲେ ବର୍ଷସାରା ଅଗ୍ନିକାଣ୍ଡରୁ ମୁକ୍ତି ମିଳିଥାଏ ବୋଲି ମାଣତ୍ରୀ ଅଞ୍ଚଳର ପାର୍ବତୀ ସିଂ କହିଛନ୍ତି। ପୂର୍ବ ବର୍ଷମାନଙ୍କରେ ୬ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଚଳିତ ବର୍ଷ କୋଭିଡ୍‌ କଟକଣା ପାଇଁ ଭକ୍ତଙ୍କ ସମାଗମ କମିଥିବା ଦେଖିବାକୁ ମିଳିଥିଲା। ସେହିପରି ଛେଳିଆ(କ) ଗ୍ରାମରେ ପୂଜା ପାଉଥିବା ମା’ଙ୍କ ପୀଠରେ ମଧ୍ୟ ପୂଜା କାର୍ଯ୍ୟ ସମାପନ ହୋଇଛି। ଉଭୟ ପୀଠରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ସହିତ ସାମାଜିକ ଦୂରତା ଅବଲମ୍ବନ କରାଯାଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ୨ପ୍ଲାଟୁନ ଫୋର୍ସ, ୫୦ହୋମ୍‌ଗାର୍ଡ, ୨ଜଣ ଆଇଆଇସି, ଜଣେ ଏସ୍‌ଡିପିଓ ଏବଂ ୧୮ ପୋଲିସ ଅଫିସରଙ୍କ ସହିତ ସାଦା ପୋଷାକଧାରୀ ପୋଲିସ ନିୟୋଜିତ ହୋଇଥିଲେ। ଶାନ୍ତି ଶୃଙ୍ଖଳାର ସହିତ ପୂଜା କାର୍ଯ୍ୟ ସମାପନ ହୋଇଥିବାରୁ ମୁଖ୍ୟ ଟ୍ରଷ୍ଟି ସୁନୀଲ କୁମାର ଦାଶ ପ୍ରଶାସନ, ପୋଲିସ ବିଭାଗ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri