Categories: ବାଣିଜ୍ୟ

ଜନପଥରେ ହିନ୍ଦୁସ୍ଥାନ ଜୁଏଲର୍ସର ନୂତନ ଶୋ’ରୁମ୍‌

ଭୁବନେଶ୍ୱର,୧୮।୧୦: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ‘ହିନ୍ଦୁସ୍ଥାନ ଜୁଏଲର୍ସ’ର ଆଉ ଏକ ଶୋ’ରୁମ୍‌ (ଷ୍ଟୋର)ର ଶୁଭାରମ୍ଭ କରାଯାଇଛି। ରବିବାର ପ୍ରତିଷ୍ଠାନର ନୂତନ ଶୋ’ରୁମ୍‌ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକ (ଜନପଥ)ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏଠାରେ ସୁନା, ରୁପା ଓ ହୀରାରେ ନିର୍ମିତ ବିଭିନ୍ନ ବର୍ଗର ଗହଣା ଓ ଅଳଙ୍କାର ଭଳି ଅନେକ ସାମଗ୍ରୀ ବିଭିନ୍ନ ଆକର୍ଷଣୀୟ ଡିଜାଇନରେ ଉପଲବ୍ଧ ରହିଛି। ଏ ସମ୍ପର୍କରେ ହିନ୍ଦୁସ୍ଥାନ ଜୁଏଲର୍ସର ମୁଖ୍ୟ ନିର୍ଦ୍ଦେଶକ ବସନ୍ତ ଲାଲ୍‌ ବର୍ମା କହିଛନ୍ତି, ବିଶେଷକରି ସୁନାର ପାରମ୍ପରିକ ଓ ଫେଶନ ଡିଜାଇନ ଗହଣା, ରୁପାର ତିଆରି ଗହଣା ଓ ସାମଗ୍ରୀ ମିଳୁଛି। ସେହିଭଳି ଶୋ’ରୁମ୍‌ର ଶୁଭାରମ୍ଭ ଅବସରରେ ବିଭିନ୍ନ ଆକର୍ଷଣୀୟ ଉଦ୍‌ଘାଟନୀ ଅଫରମାନ ମଧ୍ୟ ଉପଲବ୍ଧ ରହିଛି। ଅନ୍ୟାନ୍ୟ ସୁନା ଅଳଙ୍କାର ଉପରେ ୧୦୦% ଗଢା ମଜୁରି ରିହାତି ମିଳୁଥିବା ବେଳେ ରେଗୁଲାର ସୁନା ଅଳଙ୍କାର ଉପରେ ୫୦% ପର୍ଯ୍ୟନ୍ତ ଗଢା ମଜୁରି ରିହାତି ମିଳୁଛି। ତା’ ଛଡା ରୁପା ସାମଗ୍ରୀ ଉପରେ ଗଢା ମଜୁରି ଗ୍ରାମ୍‌ ପ୍ରତି ଫ୍ଲାଟ ୧୦ ଟଙ୍କା ରହିଛି ଏବଂ ଡାଇମଣ୍ଡ ଜୁଏଲାରିର ଏମ୍‌ଆର୍‌ପି ଉପରେ ୧୦% ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଏହି ଅଫର କେବଳ ପ୍ରତିଷ୍ଠାନର ମାଷ୍ଟର କ୍ୟାଣ୍ଟିନ (ଜନପଥ) ଶୋ’ରୁମରେ ସୀମିତ ସମୟ ପାଇଁ ଉପଲବ୍ଧ। ପ୍ରତ୍ୟେକ କିଣାକିଣି ଉପରେ ଉପହାରର ବ୍ୟବସ୍ଥା ମଧ୍ୟ ରହିଛି।

Share