ଏକରୁ ବି ଅଧିକ କରିହେବ ବିବାହ, ହିନ୍ଦୁଙ୍କ ପାଇଁ ରହିଛି ଏହି ନିୟମ

ନୂଆଦିଲ୍ଲୀ,୧୪।୧: ଦେଶରେ ହିନ୍ଦୁମାନେ କେବଳ ଥରେ ବିବାହ କରିପାରିବେ ବୋଲି ପ୍ରାବଧାନ ରହିଛି। ଯଦି ପ୍ରଥମ ସ୍ତ୍ରୀ ଜୀବିତ ଥିବାବେଳେ ଦ୍ୱିତୀୟ ବିବାହ କରୁଛନ୍ତି ତେବେ ତାହା ଅପରାଧ ବୋଲି ଧରାଯାଏ। ତଥାପି, ଭାରତରେ ହିନ୍ଦୁଙ୍କୁ ଏକାଧିକ ବିବାହ କରିବାକୁ ଅନୁମତି ଦିଆଯାଇଛି।

ଗୋଆରେ ହିନ୍ଦୁଙ୍କୁ ଏକାଧିକ ବିବାହ ପାଇଁ ଅନୁମତି ରହିଛି। ଯେତେବେଳେ ଗୋଆ ପର୍ତ୍ତୁଗୀଜ ଅଧୀନରେ ଥିଲା, ସେଠାରେ ପର୍ତ୍ତୁଗୀଜ ସିଭିଲ କୋଡ କାର୍ଯ୍ୟକାରୀ କରାଯାଇଥିଲ। ଭାରତରେ ବ୍ରିଟିଶ ଶାସନ ସମୟରେ କୌଣସି ସିଭିଲ କୋଡ ତିଆରି କରାଯାଇ ନ ଥିଲା। କିନ୍ତୁ ପର୍ତ୍ତୁଗାଲ ସରକାର ଏହାକୁ କାର୍ଯ୍ୟକାରୀ କରିଥିଲେ। ଯେତେବେଳେ ପର୍ତ୍ତୁଗୀଜ ସରକାର ଗୋଆ ପାଇଁ ଏହି ଆଇନ ପ୍ରସ୍ତୁତ କରିଥିଲେ, ଗୋଆରେ କେବଳ ଦୁଇଟି ଧର୍ମର ଲୋକଙ୍କ ସଂଖ୍ୟାଗରିଷ୍ଠ ଥିଲା। ସେମାନେ ହେଲେ ଖ୍ରୀଷ୍ଟିଆନ ଓ ହିନ୍ଦୁ।

ତେବେ ସେହି ସମୟରେ ସେଠାରେ ହିନ୍ଦୁମାନଙ୍କ ମଧ୍ୟରେ ଏକାଧିକ ବିବାହର ପ୍ରଥା ଥିଲା। ଯେତେବେଳେ ଗୋଆରେ ୟୁନିଫର୍ମ ସିଭିଲ କୋଡ ଆଇନ ହେଲା, ଏହା ସମସ୍ତଙ୍କ ପାଇଁ ଲାଗୁ ହୋଇଥିଲା। ନିୟମ ଅନୁଯାୟୀ, ସେଠାରେ ଜନ୍ମ ହୋଇଥିବା ହିନ୍ଦୁମାନଙ୍କୁ କେବଳ ଦ୍ୱିତୀୟ ଥର ବିବାହ କରିବାକୁ ଅନୁମତି ଦିଆଯାଇଥିଲା।

ଗୋଆ ସ୍ବାଧୀନ ହେବା ପରେ ସମାନ ସିଭିଲ କୋଡ ନୂଆ ରାଜ୍ୟରେ ମଧ୍ୟ ଗ୍ରହଣ କରାଯାଇଥିଲା ଯାହା ପର୍ତ୍ତୁଗୀଜ ଅଧୀନରେ ୯୩ ବର୍ଷ ଧରି ଚାଲିଥିଲା। କିଛି ନିର୍ଦ୍ଧିଷ୍ଟ ପରିସ୍ଥିତିରେ ହିନ୍ଦୁମାନଙ୍କୁ ସେଠାରେ ଏକରୁ ଅଧିକ ବିବାହ କରିବାକୁ ଅନୁମତି ଦିଆଯାଇଛି। ଯଦି ୨୫ ବର୍ଷ ବୟସ ପର୍ଯ୍ୟନ୍ତ ସ୍ତ୍ରୀଙ୍କର କୌଣସି ସନ୍ତାନ ନ ହୁଏ, ତେବେ ସ୍ବାମୀ ପୁନର୍ବାର ବିବାହ କରିପାରିବେ। ସେହିପରି ଯଦି ୩୦ ବର୍ଷ ବୟସ ପର୍ଯ୍ୟନ୍ତ ସ୍ତ୍ରୀ ପୁଅ ଜନ୍ମ କରିବାରେ ଅସମର୍ଥ, ତେବେ ସ୍ବାମୀ ପୁନର୍ବାର ବିବାହ କରିପାରିବେ।

କେବଳ ଗୋଆ ନୁହେଁ ମିଜୋରାମରେ ଏକ ଜନଜାତି ଅଛି, ଯାହାକୁ ଲମ୍ପା କୋହରାନ ତର କିମ୍ବା ଚାନା କୁହାଯାଏ। ଯେଉଁଥିରେ ଜଣେ ପୁରୁଷ ଏକାଧିକ ସ୍ତ୍ରୀଙ୍କୁ ବିବାହ କରି ପାରିବେ। ଏହି ଜନଜାତି ଖ୍ରୀଷ୍ଟିଆନ ଧର୍ମରେ ବିଶ୍ୱାସ କରନ୍ତ। ମିଜୋରାମରେ, ଚାନା ଜନଜାତିର ପୁରୁଷଙ୍କୁ ଏକାଧିକ ବିବାହ କରିବାକୁ ଅନୁମତି ଦିଆଯାଇଛି। ଏହି ଜନଜାତିର ଜିଓନା ଚାନା, ଯିଏ ଗତ ବର୍ଷ ମୃତ୍ୟୁ ବରଣ କରିଥିଲେ। ସରକାରୀ ତଥ୍ୟ ଭାବେ ତାଙ୍କର ୩୮ ଜଣ ସ୍ତ୍ରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

Love-Relationshipକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି ଦେଲେ ସୁପ୍ରିମକୋର୍ଟ: ବ୍ରେକଅପ ପରେ ବଳାତ୍କାର ଅଭିଯୋଗ…

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ ୫, ୨୦୨୬) ଦିନ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସମ୍ପର୍କ ଖରାପ ହେବା କିମ୍ବା ଭାଙ୍ଗିବା…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ଟି-୨୦ ବିଶ୍ୱକପ୍‌ରୁ ବାଦ୍ ପଡ଼ିଲେ ହର୍ଷିତ ରାଣା: ଭାରତକୁ ବଡ଼ ଝଟ୍‌କା

ମୁମ୍ବାଇ,୬।୨: ଟି-୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦ୍ରୁତ ବୋଲର ହର୍ଷିତ ରାଣା…

କେରଳରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟଣା: ପ୍ରଶାସନ ପରେ ବଢୁଛି ସହାୟତାର ହାତ

ଲୋଇସିଂହା,୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସନଅଗାଁ(କ) ଗ୍ରାମର ଯୁବ ଚାଷୀ ବଳରାମ ପଧାନ ତାଙ୍କ ଖରିଫ ଧାନ ବିକ୍ରି ଟଙ୍କା କୌଣସିକାରଣବଶତଃ କେରଳରେ ଥିବା…

ଯାତ୍ରା ମାଲିକ ନାଣ୍ଡୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସାଇଙ୍କ ମା’, କହିଲେ ମୋ ପୁଅକୁ…

ଭୁବନେଶ୍ୱର,୬।୨: ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ପିଛା ଛାଡ଼ୁନାହିଁ ବିବାଦ। ପୁଣି ଥରେ ବିବାଦର ଅଡ଼ୁଆ ସୂତାରେ ଛନ୍ଦି ହୋଇଛନ୍ତି ତୁଳସୀ ଗଣନାଟ୍ୟର ମାଲିକ…

“ମହିଳାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ”: ନାବାଳିକାଙ୍କୁ ୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୨: ମହିଳାଙ୍କ ପ୍ରଜନନ ସ୍ଵାଧୀନତାକୁ ଗୁରୁତ୍ୱ ଦେଇ ମାନ୍ୟବର ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଜଣେ ଯୁବତୀଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ମାତୃତ୍ୱ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri