Posted inଜାତୀୟ

ଜେଏନ୍‌ୟୁ ମୁଖ୍ୟ ଫାଟକରେ ସାଫ୍ରନ୍‌ ପତାକା

ନୂଆଦିଲ୍ଲୀ,୧୫।୪:ରାମ ନବମୀରେ ନନ୍‌ଭେଜ ଖାଇବାକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ମାମଲା ସମାଧାନ ହୋଇପାରି ନ ଥିବାବେଳେ ଶୁକ୍ରବାର ସକାଳେ ଅନ୍ୟ ଏକ ପ୍ରସଙ୍ଗ ସାମ୍ନାକୁ ଆସିଛି। ହିନ୍ଦୁ ସେନା ନାମକ ଏକ ସଂଗଠନ ପକ୍ଷରୁ ଜେଏନୟୁ ମୁଖ୍ୟ ଫାଟକରେ ଏକ ସାଫ୍ରନ୍‌ ପତାକା ଲଗାଯାଇଛି। କେବଳ ଏତିକି ନୁହେଁ, ଏହି ସଂସ୍ଥା ଜେଏନୟୁ କ୍ୟାମ୍ପସ ଏବଂ ଏହାର କାନ୍ଥରେ ସାଫ୍ରନ ଜେଏନୟୁ ନାମକ ପୋଷ୍ଟର ମଧ୍ୟ ରଖିଛି। ଏହି ଘଟଣାର ନୋଟିସ ଆସିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଶ୍ୱବିଦ୍ୟାଳୟ ପରିସରରୁ ସମସ୍ତ ସାଫ୍ରନ୍‌ ପତାକା ହଟାଇ ଦିଆଯାଇଥିଲା। ଏହା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୋଲିସ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାମ ନବମୀରେ ଜେଏନ୍‌ୟୁର କାବେରୀ ହଷ୍ଟେଲ ମେସ୍‌ରେ ନନ୍‌ଭେଜ୍‌ ପରସା ଯାଇଥିଲା। ରାମନବମୀରେ ଆମିଷ ପରସାଯିବାକୁ ନେଇ ଏବିଭିପି ସଦସ୍ୟ ଆପତ୍ତି ଉଠାଇଥିଲେ। ଏହାକୁ ନେଇ ଏବିଭିପି ଓ ବାମ ସଙ୍ଗଠନ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri