ଖଡ଼ିଆଳ,୨୯ା୧(ସୁଜିତ କୁମାର ପ୍ରଧାନ): ସନାତନ ଧର୍ମ, ସଂସ୍କୃତି ଓ ସାମାଜିକ ଏକତାର ପ୍ରତୀକ ହିନ୍ଦୁ ସମ୍ମିଳନୀ ଖଡ଼ିଆଳ ଖଣ୍ଡର ଡୁଆଝର ମଣ୍ଡଳରେ ଅନୁଷ୍ଠିତ ହୋଇଯାଇଛି। ସମିତି କୋଷାଧ୍ୟକ୍ଷ ହେରମ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ବିଶ୍ୱହିନ୍ଦୁ ପରିଷଦ ଖଣ୍ଡ ସମରସତ୍ତା ସଂଯୋଜକ ଅକିଞ୍ଚନ ବାରିକ ମୁଖ୍ୟବକ୍ତା ଓ କଳାହାଣ୍ଡି ବିଭାଗ ସେବା ପ୍ରମୁଖ ସଜ୍ଜନ କୁମାର ଅଗ୍ରୱାଲ, ଅବସରପ୍ରାପ୍ତ ଶିକ୍ଷକ ଗୌର ଚନ୍ଦ୍ର ଦଣ୍ଡସେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରର ସୁରକ୍ଷା ପାଇଁ ସମସ୍ତ ଭେଦଭାବ ଭୁଲି ଏକତ୍ରିତ ହେବା ପାଇଁ ଆହ୍ୱାନ ଦେଇଥିଲେ।
ସଂଘର କଳାହାଣ୍ଡି ବିଭାଗ ସମ୍ପର୍କ ପ୍ରମୁଖ ଗରୁ ଗହୀର ହିନ୍ଦୁ ସମାଜରେ ପଞ୍ଚ ପରିବର୍ତ୍ତନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ପୂଜକ ଗୋପାଳ ମହାନ୍ତିଙ୍କ ଦ୍ୱାରା ହୋମଯଜ୍ଞ କରାଯାଇଥିଲା। ବିଭୁତି ଭୂଷଣ ବିଶି ମଞ୍ଚ ପରିଚାଳନା କରିଥିବା ବେଳେ ହେରମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ମଣ୍ଡଳ ସମିତି ଅଧ୍ୟକ୍ଷ ଯୁବରାଜ ଜଗତ, ଉପସଭାପତି ଗୋବର୍ଦ୍ଧନ ମେହେର, ସମ୍ପାଦକ ଗିରିଧାରି ପଟେଲ, ଗଣେଶ ଗହୀର, ନୃପରାଜ ଶବର, ହରିହର ମେହେରଙ୍କ ସମେତ ଡୁଆଝର, ନେହେନା ଓ ଶରଧାପୁର ପଞ୍ଚାୟତର ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ।

