Categories: ବାଣିଜ୍ୟ

ବିଓବି ପକ୍ଷରୁ ହିନ୍ଦୀ କବିତାପାଠ ପ୍ରତିଯୋଗିତା

ଭୁବନେଶ୍ୱର,୨୭ା୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ର ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ସ୍ଥାନୀୟ କସ୍ତୁରବା ଶିକ୍ଷା ଆଶ୍ରମ ବିଦ୍ୟାମନ୍ଦିରର ଛାତ୍ରୀଛାତ୍ରମାନଙ୍କ ନିମନ୍ତେ ହିନ୍ଦୀ କବିତା ପାଠ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଉକ୍ତ ପ୍ରତିଯୋଗିତାରେ ନବମ ଶ୍ରେଣୀର ଛାତ୍ରୀଛାତ୍ରମାନେ ଭାଗନେଇଥିଲେ। ସେହିଭଳି ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଓ ବିଜେତା ଛାତ୍ରୀଛାତ୍ରଙ୍କୁ ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ରାଜୀବ କ୍ରିଷ୍ଣା ଟ୍ରଫି, ପ୍ରମାଣପତ୍ର ଓ ଷ୍ଟେଶନେରି ସାମଗ୍ରୀ ପୁରସ୍କାର ସ୍ବରୂପ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ କ୍ରିଷ୍ଣା ଛାତ୍ରୀଛାତ୍ରୀମାନଙ୍କୁ ସମ୍ବୋଧନ କରିବା ସହ ସେମାନଙ୍କୁ ଜ୍ଞାନ ଅର୍ଜନର ମାର୍ଗ ତଥା ସମାଜରେ ଗୁରୁଙ୍କ ମହତ୍ତ୍ୱ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ। ଏହି ଅବସରରେ ଆର୍‌ବିଡିଏମ୍‌ ମାନସ ମହାରଣା ତଥା ରାଜଭାଷା ପ୍ରଭାରୀ ଅମିତ ବର୍ମନ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Share