Categories: ବାଣିଜ୍ୟ

ବିଓଆଇ ପକ୍ଷରୁ ହିନ୍ଦୀ ଦିବସ ପାଳିତ

ଭୁବନେଶ୍ୱର,୧୭।୯: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳର ପୁରୀ ଶାଖାଠାରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସମାଚାର ପଠନ ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଥିଲା। ବିଶେଷକରି ପୁରୀସ୍ଥିତ ନୂଆସନ୍ଥ, ପିପିଲି, ଚନ୍ଦନପୁର, ନବକଳେବର ରୋଡ୍‌, ଲୋକନାଥ ଟେମ୍ପୁଲ ରୋଡ୍‌ ଏବଂ ନିମାପଡ଼ା ଆଦି ଶାଖାର କର୍ମଚାରୀମାନେ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ମୋଟ୍‌ ୧୪ଜଣ କର୍ମଚାରୀ ଭାଗ ନେଇଥିବା ବେଳେ ୫ ଜଣ କର୍ମଚାରୀ (ପ୍ରତିଯୋଗୀ) ଙ୍କୁ ବିଜେତାର ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ପୁରୀ ଶାଖାର ଶାଖା ପ୍ରବନ୍ଧକ ପ୍ରଦୀପ୍ତ କୁମାର କହିଥିଲେ, ହିନ୍ଦୀ ହେଉଛି ଆମର ରାଜଭାଷା ଏବଂ ଅଧିକରୁ ଅଧିକ ବ୍ୟାଙ୍କିଙ୍ଗ୍‌ କାର୍ଯ୍ୟରେ ହିନ୍ଦୀ ଭାଷାର ପ୍ରୟୋଗ କରାଯିବା ଉଚିତ। ବରିଷ୍ଠ ରାଜଭାଷା ପ୍ରବନ୍ଧକ ସୋନିଆ ସାୱନ୍ତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ପ୍ରଶାସନ ବିଭାଗର ଅଧିକାରୀ ବିକାଶ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Share