Posted inଜାତୀୟ

ହିଣ୍ଡେନ୍‌ବର୍ଗ ୨.୦:ଜେପିସି ତଦନ୍ତ ଦାବିକଲା କଂଗ୍ରେସ

ନୂଆଦିଲ୍ଲୀ,୧୨ା୮:ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଆଗତ ଅଭିଯୋଗର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଯାଉ ବୋଲି ରବିବାର କଂଗ୍ରେସ ଦାବି କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ୨୦୨୩ ଜାନୁୟାରୀରେ ହିଣ୍ଡେନ୍‌ବର୍ଗ ପ୍ରଘଟ କରିଥିବା ରିପୋର୍ଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ସହଯୋଗୀ ଆଦାନୀକୁ ସୁପ୍ରିମକୋର୍ଟ ପୂର୍ବରୁ ସେବି କ୍ଲିନ୍‌ଚିଟ୍‌ ଦେଇଥିଲା। ବର୍ତ୍ତମାନ ସେବି ମୁଖ୍ୟଙ୍କ ସମ୍ପୃକ୍ତି ଥିବା ନେଇ ନୂଆ ରିପୋର୍ଟ ଆସିଛି। କ୍ଷୁଦ୍ର ଓ ମଧ୍ୟମ ନିବେଶକମାନେ ମଧ୍ୟବିତ୍ତ ଶ୍ରେଣୀର। ସେମାନେ ସେବି ଉପରେ ଭରସା କରି ନିଜ କଷ୍ଟ ଉପାର୍ଜିତ ଟଙ୍କାକୁ ଷ୍ଟକ୍‌ ବଜାରରେ ନିବେଶ କରୁଥିବାରୁ ସେମାନଙ୍କୁ ସୁରକ୍ଷା ଦିଆଯିବା ଉଚିତ। ଏହି ବୃହତ୍‌ ଦୁର୍ନୀତିର ଜେପିସି ତଦନ୍ତ ଜରୁରୀ ହୋଇପଡ଼ିଛି। ଜେପିସି ତଦନ୍ତ ନ ହେବା ଯାଏ ପ୍ରଧାନମନ୍ତ୍ରୀ ମୋଦି ଭାରତର ସାମ୍ବିଧାନିକ ସଂସ୍ଥାଗୁଡ଼ିକ ସହ ସାଲିସ କରି ନିଜ ସହଯୋଗୀମାନଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଥିବେ ବୋଲି ଖାର୍ଗେ କହିଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଆଦାନୀର ମେଗା ଦୁର୍ନୀତିର ତଦନ୍ତ ପାଇଁ ସେବି କୁଣ୍ଠାବୋଧ କରିବା ଏକ ବିଚିତ୍ର କଥା। ଏପରି କି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି ମଧ୍ୟ ଏଥିପ୍ରତି ଆଖି ବୁଜିଦେବା ଦୁର୍ଭାଗ୍ୟଜନକ। ବିଦେଶୀ ପାଣ୍ଠିଗୁଡ଼ିକର ମାଲିକାନା ସମ୍ପର୍କିତ ରିପୋର୍ଟିଂକୁ ସେବି ୨୦୧୮ରେ ଦୁର୍ବଳ କରିଦେଇଥିବାବେଳେ
୨୦୧୯ରେ ଏହାକୁ ସମ୍ପୂର୍ଣ୍ଣ ଭାବେ ଡିଲିଟ୍‌ କରିଦେଇଥିଲା ବୋଲି ବିଶେଷଜ୍ଞ କମିଟି କହିଥିଲା। ସେବିର ଏହି କାର୍ଯ୍ୟ ବଜାର ନିୟନ୍ତ୍ରକର ଭୂମିକାକୁ ସନ୍ଦେହ ଘେରକୁ ଟାଣିନେଇଥିଲା। ଗତବର୍ଷ ଜାନୁଆରୀରେ ଆଦାନୀ ଗ୍ରୁପ୍‌ର ଷ୍ଟକ୍ସ ଓ ଆକାଉଣ୍ଟ୍ସ ଜାଲିଆତି ନେଇ ହିଣ୍ଡେନ୍‌ବର୍ଗ ରିପୋର୍ଟ ଆସିବା ପରେ ସେବି ଉପରେ ଚାପ ବଢ଼ିଥିଲା। ଫଳରେ ସେବି ବୋର୍ଡ ୨୦୨୩ ଜୁନ୍‌ ୨୮ରେ ରିପୋର୍ଟିଂ ନିୟମ ପୁଣି ଆରମ୍ଭ କରିଥିଲା। ୨୦୨୩ ଅଗଷ୍ଟ ୨୫ରେ ବିଶେଷଜ୍ଞ କମିଟିକୁ ସେବି କହିଥିଲା, ୧୩ଟି ସନ୍ଦେହଜନକ କାରବାର ଉପରେ ତଦନ୍ତ ଚାଲିଛି। ତେବେ ସେହି ତଦନ୍ତରୁ ଏଯାଏ କିଛି ସୁଫଳ ମିଳିନାହିଁ ବୋଲି ରମେଶ ସମାଲୋଚନା କରିଛନ୍ତି।
୨୦୨୨ରେ ମାଧବୀ ସେବି ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବାର ଠିକ୍‌ ପରେ ଶିଳ୍ପପତି ଗୌତମ ଆଦାନୀ ତାଙ୍କୁ ୨ ଥର ଭେଟିଥିଲେ। ହିଣ୍ଡେନ୍‌ବର୍ଗର ସଦ୍ୟ ପ୍ରଘଟ ଏହି ସାକ୍ଷାତକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରାଇଛି। ତେଣୁ ସରକାର ତୁରନ୍ତ ଆଦାନୀ ଦୁର୍ନୀତି ଉପରେ ସେବି ତଦନ୍ତର କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟ୍ରେଷ୍ଟ (ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ) ଦୂର କରିବା ଉଚିତ ବୋଲି ଜୟରାମ ଦାବି କରିଛନ୍ତି। ଏଥିସହ ଜେପିସି ତଦନ୍ତ ଦାବିକୁ ସେ ପୁଣି ଦୋହରାଇଛନ୍ତି। ପ୍ରକାଶ ଯେ, ଗତବର୍ଷ ସୁପ୍ରିମକୋର୍ଟ ସେବିକୁ ହିଣ୍ଡେନ୍‌ବର୍ଗ ରିପୋର୍ଟ ଉପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ନିୟାମକ ଦୋଷତ୍ରୁଟି ଉପରେ ଅନୁଧ୍ୟାନ କରିବା ପାଇଁ ଏକ ସ୍ବତନ୍ତ୍ର ବିଶେଷଜ୍ଞ କମିଟି ଗଠନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଉକ୍ତ କମିଟି ଆଦାନୀ ଉପରେ କୌଣସି ନକାରାମତ୍କ ରିପୋର୍ଟ ଦାଖଲ କରି ନ ଥିଲା। ସୁପ୍ରିମକୋର୍ଟ ମଧ୍ୟ ଅନ୍ୟ କୌଣସି ତଦନ୍ତର ଆବଶ୍ୟକତା ନାହିଁ ବୋଲି କହିଥିଲେ। ଅନ୍ୟପକ୍ଷେ ହିଣ୍ଡେନ୍‌ବର୍ଗ ପକ୍ଷରୁ ଅଣାଯାଇଥିବା ସଦ୍ୟ ଅଭିଯୋଗକୁ ମାଧବୀ ପୁରୀ ବୁଚ୍‌ ଓ ତାଙ୍କ ସ୍ବାମୀ ଧବଳ ବୁଚ୍‌ ଖଣ୍ଡନ କରିଛନ୍ତି। ବୁଚ୍‌ ଦମ୍ପତି ରବିବାର ଏକ ବିବୃତିରେ କହିଛନ୍ତି, ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଏବଂ ଏହାର ମୁଖ୍ୟ ନାଥନ୍‌ ଆଣ୍ଡରସନଙ୍କ ବିରୋଧରେ ସେବି ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ନେବା ସହ ଗତ ମାସରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିବାରୁ ଏହି ସଂସ୍ଥା ଏହାର ଜବାବରେ ସେମାନଙ୍କ ଚରିତ୍ର ସଂହାର କରିବା ପାଇଁ ଭିତ୍ତିହୀନ ରିପୋର୍ଟ ପ୍ରକାଶ କରିଛି। ଆମ ବ୍ୟବସାୟିକ କାରବାର ସମ୍ପୂର୍ଣ୍ଣ ରୂପେ ଏକ ଖୋଲା ବହି, ଯାହା ଆବଶ୍ୟକ ଆମେ ସବୁ ତଥ୍ୟ ଦୀର୍ଘ ବର୍ଷ ଧରି ସେବି ନିକଟରେ ଦାଖଲ କରିଆସୁଛୁ।
ସେହିପରି ଆଦାନୀ ଗ୍ରୁପ୍‌ ମଧ୍ୟ ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ଖାରଜ କରିବା ସହ ଏହା ଉପରେ ସଫେଇ ଦେଇଛି। ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଏହାର ପୁରୁଣା ଅଭିଯୋଗଗୁଡ଼ିକୁ ରିସାଇକିଲ୍‌ କରି ଶନିବାର ଆଉ ଏକ ରିପୋର୍ଟ ପ୍ରକାଶ କରିଛି। ସୁପ୍ରିମକୋର୍ଟ ଉକ୍ତ ଅଭିଯୋଗଗୁଡ଼ିକୁ ପୂର୍ବରୁ ଭିତ୍ତିହୀନ କହି ଖାରଜ କରିସାରିଛନ୍ତି। ଆଇନ ଓ ତଥ୍ୟାବଳୀକୁ ଅସମ୍ମାନ କରି ବ୍ୟକ୍ତିଗତ ଲାଭ ହାସଲ ପାଇଁ ଏପରି ମିଥ୍ୟା ପ୍ରଘଟ କରାଯାଇଛି ବୋଲି ଆଦାନୀ ଗ୍ରୁପ୍‌ର ଜଣେ ମୁଖପାତ୍ର ଏକ ବିବୃତିରେ ଖଣ୍ଡନ କରିଛନ୍ତି। ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ବଜାର ନିୟନ୍ତ୍ରକ ଉପରେ ଏକ ଆକ୍ରମଣ ବୋଲି ସମାଲୋଚନା କରିଛନ୍ତି। ହିଣ୍ଡେନ୍‌ବର୍ଗ ସହ କଂଗ୍ରେସର ସହଭାଗିତା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri