ଓଡ଼ିଶାରେ ବ୍ୟାଟେରି ଫଏଲ ନିର୍ମାଣ କରିବ ହିଣ୍ଡାଲ୍‌କୋ

ଭୁବନେଶ୍ୱର,୧୩।୧୨(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ଓଡ଼ିଶାର ସମ୍ବଲପୁରଠାରେ ଏକ ନୂତନ ବ୍ୟାଟେରି ଫଏଲ ନିର୍ମାଣକାରୀ ସୁବିଧା (କାରଖାନା) ସ୍ଥାପନ କରିବ। ଏପରିକି ଉକ୍ତ କାରଖାନା ନିର୍ମାଣ କରିବାକୁ କମ୍ପାନୀ ପ୍ରାୟ ୮୦୦ କୋଟି ଟଙ୍କା ନିବେଶ କରୁଛି। ପ୍ରାଥମିକ ପର୍ଯ୍ୟାୟରେ କମ୍ପାନୀ ୨୫,୦୦୦ ଟନ ସମୁସ୍ଥାନ ଶକ୍ତିସମ୍ପନ୍ନ ଉପତ୍ାଦ ନିର୍ମାଣ କରିବ, ଯାହା ଲିଥିୟମ-ଆୟନ ଏବଂ ସୋଡିୟମ-ଆୟନ ସେଲର ମେରୁଦଣ୍ଡ ଭାବେ ବିବେଚିତ ହେଉଛି। ବିଶେଷକରି ୨୦୩୦ ସୁଦ୍ଧା ଭାରତରେ ବ୍ୟାଟେରି ଗ୍ରେଡ୍‌ ଆଲୁମିନିୟମ ଫଏଲ ଚାହିଦା ବହୁଗୁଣ ବୃଦ୍ଧି ପାଇ ପ୍ରାୟ ୪୦,୦୦୦ ଟନ ହେବା ଆଶା କରାଯାଉଛି, ଯାହା ମୁଖ୍ୟତଃ ଉନ୍ନତ ସେଲ୍‌ ନିର୍ମାଣ ନିମନ୍ତେ ବ୍ୟାପକ ଭାବେ ବୃଦ୍ଧି ପାଉଥିବା ଗିଗା କାରଖାନାଗୁଡିକ ଯୋଗୁ ହେବ। ଏ ସମ୍ପର୍କରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜର ମ୍ୟାନେଜିଂ ଡାଇରେକ୍ଟର ସତୀଶ ପାଇ କହିଛନ୍ତି, ବ୍ୟାଟେରି ସାମଗ୍ରୀ ଚାହିଦାରେ ଆମେ ଦ୍ରୁତ ଅଭିବୃଦ୍ଧି ଲକ୍ଷ୍ୟ କରୁଛୁ, ଯାହା ବୈଦ୍ୟୁତିକ (ଇଲେକ୍ଟ୍ରି ଭେଇକିଲ/ଇଭି) ଯାନ ସମୂହ ଏବଂ ଗ୍ରୀଡ୍‌ ମହଜୁଦ କ୍ଷେତ୍ରଗୁଡିକ ପାଇଁ ବେଶ୍‌ ପ୍ରଭାବୀ ଦୃଶ୍ୟପଟ ଦ୍ୱାରା ପରିଚାଳିତ ହେଉଛି। ଏଭଳି ରଣକୌଶଳାମତ୍କ କ୍ଷେତ୍ରଗୁଡିକରେ କଞ୍ଚାମାଲ ସ୍ଥାନୀୟସ୍ତରରେ ସଂଗ୍ରହ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସତୀଶ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଏପରିକି ହିଣ୍ଡାଲ୍‌କୋ ସେଥିପାଇଁ ଆମତ୍ନିର୍ଭର ଭାରତ ନିର୍ମାଣ ନିମନ୍ତେ ବ୍ୟାଟେରି ସାମଗ୍ରୀ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ବିବିଧ କ୍ଷେତ୍ରର ନିବେଶ କରୁଛି। ଏହି ନୂଆ ବ୍ୟାଟେରି ଫଏଲ ମିଲ୍‌ରେ ନିବେଶ ଏ ଦିଗରେ ଏହିଭଳି ଆଉ ଏକ ପଦକ୍ଷେପ ହୋଇଛି। ସେହିଭଳି କମ୍ପାନୀ ତା’ର ମହାରାଷ୍ଟ୍ରସ୍ଥିତ ମୌଦା ୟୁନିଟ୍‌ରେ ଗୁଣାମତ୍କ ବ୍ୟାଟେରି ଫଏଲ ନିର୍ମାଣ ନିମନ୍ତେ ପ୍ରଯୁକ୍ତିଗତ ସଫଳତା ହାସଲ କରିସାରିଛି। ମୌଦା ୟୁନିଟ୍‌ ସମ୍ପ୍ରତି ଭାରତ, ୟୁରୋପ ଏବଂ ଆମେରିକାରେ ଲିଥିୟମ-ଆୟନ ସେଲ ନିର୍ମାଣ ଯୋଗ୍ୟତା ହାସଲ ପ୍ରକ୍ରିୟାରେ ରହିଛି। ବିଶେଷକରି ଓଡ଼ିଶାରେ ଏହି ନୂଆ ୟୁନିଟ୍‌ ସମଗ୍ର ବିଶ୍ୱର ଗିଗା କାରଖାନାଗୁଡିକୁ ସାମଗ୍ରୀ ଯୋଗାଣ କ୍ଷମତା ସହିତ ପୁନଃ ଯୋଗକରିବ। ଏପରିକି ଉଚ୍ଚ ପ୍ରଦର୍ଶନ ସାମର୍ଥ୍ୟ ରଖୁଥିବା ଆଲୁମିନିୟମ ଫଏଲଗୁଡିକ କ୍ୟାଥୋଡ ପଦାର୍ଥ ନିମନ୍ତେ କରେଣ୍ଟ ସଂଗ୍ରହକାରୀ ଭାବେ ସେଲ ନିର୍ମାତାଙ୍କ ଦ୍ୱାରା ବ୍ୟବହାର କରାଯାଉଛି। ଅପରପକ୍ଷରେ ଉକ୍ତ ପ୍ରକଳ୍ପ ଅଙ୍ଗାରକ ନିର୍ଗମନ ହ୍ରାସ କରିବା ଏବଂ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ନିର୍ମାଣ ନିମନ୍ତେ ସରକାରଙ୍କର ସବୁଜ ପ୍ରୟାସକୁ ଆଖିଦୃଶିଆ ଗତିଶୀଳତା ପ୍ରଦାନ କରିବ। ଏଥିସହ କମ୍ପାନୀ ବ୍ୟାଟେରି ଏନ୍‌କ୍ଲୋଜର, ମୋଟର ହାଉସିଂସ, ବୁସବାରସ, ଷ୍ଟ୍ରକଚରାଲ ଏବଂ ନିରାପତ୍ତା ଉପାଦାନ, ହାଲୁକା ଲୋଡ୍‌ ବଡିଜ ଆଦି ଗୁରୁତ୍ୱପୂର୍ଣ୍ଣ ଅଂଶ ମିଳିତ ଭାବରେ ବିକାଶ ଓ ତିଆରି କରିବାକୁ ମୂଳ ଉପକରଣ ନିର୍ମାତା (ଓଇଏମ୍‌)ମାନଙ୍କ ସହିତ ଘନିଷ୍ଠ ଭାବରେ ମିଶି କାର୍ଯ୍ୟ କରୁଛି, ଯେଉଁଗୁଡିକ ମଧ୍ୟରୁ ଅଧିକାଂଶ ଭାରତରେ ପ୍ରଥମ ଥର ପାଇଁ ଡିଜାଇନ ଓ ବିକଶିତ କରାଯାଉଛି। ଉକ୍ତ କାରଖାନା ସହ ଏକ ୨୫ ମେଗାୱାଟ ସୌର ଶକ୍ତି ପ୍ଲାଣ୍ଟ ମଧ୍ୟ ସ୍ଥାପନ କରାଯିବ ଏବଂ ଏହା ୪୦୦ କେଭି ରାଷ୍ଟ୍ରୀୟ ଗ୍ରୀଡ୍‌ ସଂଯୋଗରୁ ଅତିରିକ୍ତ ସୌରଶକ୍ତିର ସୁଯୋଗ ମଧ୍ୟ ନେଇପାରିବ। ଉଲ୍ଲେଖଯୋଗ୍ୟ, ୨୦୨୫ ଜୁଲାଇରେ କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଥିବା ଏହି ୟୁନିଟ୍‌ ମହାରାଷ୍ଟ୍ରର ମୌଦାଠାରେ ଥିବା ହିଣ୍ଡାଲ୍‌କୋ କାରଖାନାର ପରିପୂରକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri