ଓଡ଼ିଶାରେ ୩୪ ହଜାର କୋଟି ନିବେଶ କରିବ ହିଣ୍ଡାଲ୍‌କୋ: ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୯।୧୦: କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନ କେମିକାଲ ଓ ପେଟ୍ରୋକେମିକାଲ ବିଭାଗ ପକ୍ଷରୁ ମୁମ୍ବାଇରେ ଆୟୋଜିତ ହୋଇଯାଇଛି ଇଣ୍ଡିଆ କେମ୍‌ ୨୦୨୪। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ନିବେଶକମାନଙ୍କୁ ଆମନ୍ତ୍ରଣ କରିବା ସହ ବିକଶିତ ଓଡ଼ିଶା ଲକ୍ଷ୍ୟରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଶିଳ୍ପାୟନ ପାଇଁ ଆଗ୍ରହ ଦେଖାଇଛି ଆଦିତ୍ୟ ବିର୍ଲା ଗ୍ରୁପ। ମୁମ୍ବାଇରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିର୍ଲା ଗ୍ରୁପ ଅଧ୍ୟକ୍ଷ। ଏପରିକି ହିଣ୍ଡାଲ୍‌କୋ ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।

ଆଲୋଚନା ବେଳେ ଓଡ଼ିଶାରେ ୩୪ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ହିଣ୍ଡାଲ୍‌କୋ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଏହା ଦ୍ୱାରା ଓଡ଼ିଶାର ଅର୍ଥନୈତିକ ବିକାଶ ସାଙ୍ଗକୁ ନିଯୁକ୍ତି ସୃଷ୍ଟି କରିବ। ଆଲୋଚନା ବେଳେ ରାୟଗଡ଼ା, ସମ୍ବଲପୁର ଏବଂ ହୀରାକୁଦରେ ଏକାଧିକ ପ୍ଲାଣ୍ଟ କରିବାକୁ ମଧ୍ୟ ଯୋଜନା କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କୁ ‘ଇଣ୍ଡିଗୋ’ର ଝଟ୍‌କା: ବିମାନ ଟିକେଟ ଉପରେ ଲାଗିଲା ‘ଫ୍ୟୁଏଲ ସରଚାର୍ଜ’, ମାର୍ଚ୍ଚ ୧୪ରୁ…

ନୂଆଦିଲ୍ଲୀ,୧୩।୩: ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି। ପଶ୍ଚିମ…

ପେଟାପାଙ୍ଗା ଗ୍ରାମ ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣ: ୨ ମୃତ

ରାଇକିଆ/ଜି.ଉଦୟଗିରି,୧୩/୦୩(ପ୍ରଦୀପ ବେହେରା/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ଡ. ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ…

ଗୁରୁତର ପୁଅ ଆମ୍ବୁଲାନ୍ସରେ, ବାପା ଥାନାରେ: ଭଞ୍ଜନଗର ମେଡିକାଲରେ ଡାକ୍ତରଙ୍କ ‘ଗୁଣ୍ଡାରାଜ’, ଦିବ୍ୟାଙ୍ଗ ମହିଳାଙ୍କୁ ବି…

ଭଞ୍ଜନଗର, ୧୩।୩ (ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରୋଗୀଙ୍କୁ ସେବା ଯୋଗାଇବା ପରିବର୍ତ୍ତେ ଜଣେ…

ବରଗଡ଼ରେ ପ୍ରଶାସନର ଅତର୍କିତ ଚଢ଼ାଉ: ୧୭ ତମାଖୁ ବ୍ୟବସାୟୀଙ୍କୁ ଜରିମାନା, ହୋଟେଲ ଓ ଔଷଧ ଦୋକାନୀଙ୍କୁ …

ବରଗଡ଼, ୧୩।୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଶୁକ୍ରବାର ପ୍ରଶାସନିକ ସ୍କ୍ବାର୍ଡ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ତମାଖୁ ନିୟନ୍ତ୍ରଣ…

ବାପାମା’ ନ ଥିବା ବେଳେ କରୁଥିଲେ ବଳାତ୍କାର, ନାବାଳିକା ଗର୍ଭବତୀ ହେବା ପରେ ଫେରାର;  ୪୬ ବର୍ଷୀୟ ତାରିଣୀଙ୍କୁ…

ମୋହନା, ୧୩।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ବଳାତ୍କାର କରାଯାଇଥିବା ଭଳି ଏକ ଅତ୍ୟନ୍ତ ଘୃଣ୍ୟ ଘଟଣା…

ହାଟକୁ ବାଇଗଣ ବିକିବାକୁ ଯାଉଥିଲେ, ବାଟରେ ଛକିଥିଲା ଯମ, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା…

ବଲାଙ୍ଗୀର, ୧୩।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତୁଷୁରାଗୁଡ଼ଭେଲା ମୁଖ୍ୟ ରାସ୍ତାର ଡୁଙ୍ଗୁରିପାଲି ନିକଟରେ…

IPL ୨୦୨୬ରୁ ବାଦ୍‌ ପଡ଼ିଲେ ହର୍ଷିତ ରାଣା, ତଥାପି ମିଳିବ ୪ କୋଟି; କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (KKR)କୁ ଶକ୍ତ ଧକ୍କା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆହତ…

ଚାଷୀଙ୍କ ପାଇଁ ବଡ଼ ଖୁସିଖବର, ପିଏମ୍‌ କିଷାନର ୨୨ତମ କିସ୍ତି ଜାରି, ଆପଣଙ୍କ ଆକାଉଣ୍ଟକୁ ଆସି ନ ଥିଲେ…

ନୂଆଦିଲ୍ଲୀ,୧୩।୩:  କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (PM-KISAN) ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri