ସ୍ବାଧୀନରୁ ଐତିହାସିକ ବିଜୟ ପରେ ପୁଣି ଭାଜପାକୁ ଫେରିଲେ ହିଂମାଶୁ

ଭୁବନେଶ୍ୱର,୫।୬: ଧର୍ମଶାଳା ନିର୍ବାଚନମଣ୍ଡଳୀର ସ୍ବାଧୀନ ବିଧାୟକ ପ୍ରାର୍ଥୀ ହିଂମାଶୁ ଶେଖର ସାହୁ ବିଜୟୀ ହୋଇଛନ୍ତି। ଧର୍ମଶାଳା ନିବାଚନମଣ୍ଡଳୀ ୨୯ ବର୍ଷ ଧରି ବିଜେଡି ଗଡ଼ ଭାବେ ପରିଚିତ ହୋଇଥିବାବେଳେ ହିମାଂଶୁ ଏହି ଗଡ଼କୁ ଭାଙ୍ଗି ଐତିହାସିକ ବିଜୟ ହାସଲ କରିଛନ୍ତି। ହିମାଂଶୁ ୭୯,୭୫୯ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ୭୫,୬୦୯ ଖଣ୍ଟ ଭୋଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିଜୟ ବ୍ୟବଧାନ ୪,୧୫୦ ରହିଛି। ଭାଜପା ପ୍ରାର୍ଥୀ ସ୍ମୃତିରେଖା ପହି ୧୫,୯୨୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ବିଜୟ ପରେ ହିଂମାଶୁ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ସହ ମିଶି ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ସେ ବେଶ୍‌ ଖୁସି ଥିବା ନଜର ଆସିଥିଲେ। ଏହାସହ ହିଂମାଶୁ ପୁଣି ଭାଜପାକୁ ଫେରିଛନ୍ତି।
ଏହି ବିଜୟ ହାସଲ ପରେ ଜାରକା ଅଞ୍ଚଳରେ ଏକ ପ୍ରକାର ଦୀପାବଳି ଉତ୍ସବ ପାଳନ ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବାଣଫୁଟାଇ, ବାଜା ବଜାଇ ହିମାଂଶୁଙ୍କ ସମର୍ଥକ ଆନନ୍ଦିତ ହୋଇଛନ୍ତି। ହିମାଂଶୁ ଭାଜପା ଟିକେଟରୁ ବଞ୍ଚିତ ହେବାପରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ୧୯୯୫ରୁ ସ୍ବର୍ଗତ କଳ୍ପତରୁ ଦାସ ଓ ପରେ ତାଙ୍କ ପୁଅ ପ୍ରଣବ ଏଠାରେ ନିବାଚିତ ହେଉଥିଲେ। ୧୯୮୦ରେ ସ୍ବାଧୀନ ପ୍ରାର୍ଥୀ ଭାବେ ସ୍ବର୍ଗତ କାଙ୍ଗାଳି ଚରଣ ପଣ୍ଡା ଏହି ଆସନରୁ ବିଜୟୀ ହୋଇଥିଲେ। ବିଜୟ ପରେ ହିମାଂଶୁ ସନ୍ଧ୍ୟାରେ ଜାରକାଠାରେ ପହଁଚିବା ପରେ ଅପେକ୍ଷାରତ ସମର୍ଥକମାନେ ତାଙ୍କୁ ସ୍ବାଗତସମ୍ବର୍ଦ୍ଧନା ଜଣାଇଥିଲେ। ପରେ ସେ ତାଙ୍କ ବାସଭବନରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ନେବା ସହ ନିଜର ସମର୍ଥକମାନଙ୍କୁ କୃତଜ୍ଞତା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ଯୁଦ୍ଧ ବନ୍ଦ ଘୋଷଣା କରି ଟ୍ରମ୍ପ କମାଉଛନ୍ତି ମୋଟା ଅଙ୍କର ଟଙ୍କା! ଜାଣିଲେ ଉଡିବ ହୋସ୍‌

ଓ଼୍ବାଶିଂଟନ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଟ୍ରମ୍ପ ଇରାନକୁ 48 ଘଣ୍ଟାର ଅଲଟିମେଟମ ଦେଇଥିଲେ: ଶତ୍ରୁତା ବନ୍ଦ କର, ନଚେତ ଆମେରିକା ଇରାନର…

ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନ, ହୋଇଥିଲା କି…

ଭୁବନେଶ୍ୱର,୨୪।୩: ବାଲେଶ୍ବର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନା। ଦିଲ୍ଲୀସ୍ଥିତ ପ୍ରତାପଙ୍କ ବାସଭବନକୁ ଯାଇ ସେ ଭେଟଥିବା ଜଣାପଡ଼ିଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri