ହିମନ୍ତଙ୍କ ଐତିହାସିକ ରାଜତିଳକ

ଗୁଆହାଟି,୧୨।୫: ଆସାମର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର, ମେ ୧୨ରେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ଥିଲେ। ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ତୃତୀୟ ଥର ପାଇଁ ଆସାମରେ ଭାଜପା ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି।’ ହିମନ୍ତଙ୍କ ସହ ୪ ବିଧାୟକ ବି ମନ୍ତ୍ରୀ ପଦର ଶପଥ ନେଇଛନ୍ତି।
ଏହି ଶପଥଗ୍ରହଣକୁ ଏଇଥିପାଇଁ ଐତିହାସିକ କୁହାଯାଉଛି କାରଣ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୨୧ ମୁଖ୍ୟମନ୍ତ୍ରୀ, ୧୮ ଉପମୁଖ୍ୟମନ୍ତ୍ରୀ, ୧୦୨ ବିଧାୟକ ସାମିଲ ହୋଇଥିଲେ।

Dharitri – Odisha’s No.1, Most Trusted Odia Daily

Share