Categories: ଫୁରସତ

ବାର୍ଷିକ ୪୨ ଲକ୍ଷ ଟଙ୍କା ଦରମାରେ ଘରେ ରହି କାମ କରିବାର ସୁଯୋଗ ପାଇଲେ ଏହି ଯୁବତୀ

ସିମଲା, ୨୦।୮: ହିମାଚଳ ପ୍ରଦେଶର ଜଣେ ଯୁବତୀ ଆମେରିକୀୟ ସଫ୍ଟଓ୍ବେରା କମ୍ପାନୀ ଏଡୋବରେ ଚାକିରି ପାଇଛନ୍ତି। କମ୍ପାନୀ ପକ୍ଷରୁ ତାଙ୍କୁ ବାର୍ଷିକ ସାଢ଼େ ୪୨ ଲକ୍ଷ ଟଙ୍କ ଦରମାରେ ନିଯୁକ୍ତି ମିଳିଛି। ଏଭଳି ଲୋଭନୀୟ ଅଫରରେ ଚାକିରି ପାଇଥିବା ଏହି ଯୁବତୀଙ୍କ ନାମ ସାନ୍ୟା ଡିଙ୍ଗରା। ୨୨ ବର୍ଷୀୟା ସାନ୍ୟାଙ୍କ ଏହି ସଫଳତାରେ ପରିବାରରେ ଖୁସିର ଲହରୀ ଖେଳି ଯାଇଛି। ସାନ୍ୟାଙ୍କୁ ୨୦୨୧ ଜାନୁୟାରୀ ପର୍ଯ୍ୟନ୍ତ ଘରୁ ରହି କାମ କରିବାକୁ କମ୍ପାନୀ ସୁଯୋଗ ଦେଇଛି। ସେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି) ହମିରପୁରରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ କରିଛନ୍ତି।

Share