Posted inଜାତୀୟ

ସବୁଠୁ ଅଧିକ ମୋଟାପଣ, ଡାଇବେଟିସ ରୋଗର ଶିକାର ହିମାଚଳବାସୀ: ଆଇସିଏମଆର ରିପୋର୍ଟ

ଶିମଲା,୨୧।୬: ହିମାଚଳ ପ୍ରଦେଶର ଅଧିକାଂଶ ନାଗରିକ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ମେଦବହୁଳତା ଭଳି ରୋଗରେ ପୀଡିତ ଅଛନ୍ତି। ଏନେଇ ଇଣ୍ଡିଆନ କାଉନସିଲ ଫର୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ରିପୋର୍ଟରେ ପ୍ରକାଶ କରିଛି। ଅନୁସନ୍ଧାନରେ ଦାବି କରାଯାଇଛି କି, ପାହାଡିଆ ଅଞ୍ଚଳର କଠିନ ଜୀବନଶୈଳୀ ସତ୍ତ୍ୱେ ମଧୁମେହ ଏବଂ ମେଦବହୁଳତା ପରି ରୋଗର ଶିକାର ହୋଇଛନ୍ତିି। ଆଇସିଏମଆରର ଏହି ରିପୋର୍ଟ ନିକଟରେ ମେଡିକାଲ ଜର୍ନାଲ ‘ଦ ଲାନସେଟ ଡାଇବେଟିସ’ ଏବଂ ‘ଏଣ୍ଡୋକ୍ରିନୋଲୋଜି’ରେ ପ୍ରକାଶିତ ହୋଇଛି।

ଏହି ଅଧ୍ୟୟନ କରିଥିବା ଆଇଜିଏମସି ଶିମଲାର ମୁଖ୍ୟ ଅନୁସନ୍ଧାନକାରୀ ଡ. ଜିତେନ୍ଦ୍ର ମୋକଟା କହିଛନ୍ତି, ରାଜ୍ୟରେ ୧୩.୫ ପ୍ରତିଶତ ଲୋକ ଡାଇବେଟିସରେ ପୀଡିତ ଥିବାବେଳେ ଜାତୀୟ ହାର ୧୧.୪ ପ୍ରତିଶତ। ଉତ୍ତରପ୍ରଦେଶର ସର୍ବନିମ୍ନ ୪.୮ ପ୍ରତିଶତ ଏବଂ ଗୋଆରେ ସର୍ବାଧିକ ୨୬.୪ ପ୍ରତିଶତ ଡାଇବେଟିସ ରୋଗରେ ପୀଡିତ।

ସେହିପରିି ହିମାଚଳର ୧୮.୭ ପ୍ରତିଶତ ଲୋକ ପ୍ରି-ଡାଇବେଟିସରେ ପୀଡିତ। ଜାତୀୟ ହାର ହେଉଛି ୧୫.୩ ପ୍ରତିଶତ। ମିଜୋରାମରେ ସର୍ବନିମ୍ନ ୬.୧ପ୍ରତିଶତ ଏବଂ ସିକ୍କିମରେ ସର୍ବାଧିକ୩୧.୩ପ୍ରତିଶତ ପ୍ରି-ଡାଇବେଟିସ ରୋଗରେ ପୀଡିତ।

ରିପୋର୍ଟ ଅନୁଯାୟୀ, ହିମାଚଳର ୩୫.୩ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ରୋଗରେ ଶିକାର ହୋଇଛନ୍ତି। ଏହାର ଜାତୀୟ ହାର ୩୫.୫ ପ୍ରତିଶତ। ମେଘାଳୟର ଉଚ୍ଚ ରକ୍ତଚାପ ୨୪.୩ ପ୍ରତିଶତ ଥିବାବେଳେ ପଞ୍ଜାବରେ ୫୧.୮ ପ୍ରତିଶତ ରହିଛି।

ରାଜ୍ୟରେ ୩୮.୭ ପ୍ରତିଶତ ଲୋକ ମେଦବହୁଳତାର ପୀଡିତ ଥିବାବେଳେ ୩୮.୭ପ୍ରତିଶତ ଲୋକ ଜେନେରାଲାଇଜଡ ମେଦବହୁଳତାର ଶିକାର ହୋଇଛନ୍ତି। ଏହାର ଜାତୀୟ ହାରି ହେଉଛି ୨୮.୬ପ୍ରତିଶତ। ଅର୍ଥାତ୍‌ ଜାତୀୟ ହାର ତୁଳନାରେ ହିମାଚଳରେ ୧୦ ପ୍ରତିଶତ ଅଧିକ ଲୋକ ମୋଟାପଣର ଶିକାର ହୋଇଛନ୍ତି। ଝାଡଖଣ୍ଡର ସର୍ବନିମ୍ନ ୧୧.୬ ପ୍ରତିଶତ ଏବଂ ପଣ୍ଡିଚେରୀର ୫୩.୩ପ୍ରତିଶତ ଲୋକ ଏହି ରୋଗରେ ପୀଡିତ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

T20 World Cupରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ କଲେ ଶିମରନ ହେଟମାୟାର, ଭାଙ୍ଗିଲା କ୍ରିସ ଗେଲଙ୍କ ୧୬ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୬।୨: 2026 T20 World Cupର ଦ୍ୱିତୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଶିମରନ ହେଟମାୟାର କ୍ରିସ ଗେଲଙ୍କ ୧୬ ବର୍ଷର…

ମେକ୍ସ ପିକଅପରେ ଚାଲାଣ ବେଳେ ମାଡ଼ିବସିଲା ଅଡବା ପୋଲିସ, ପୁରୀକୁ ଭାଙ୍ଗ…

ମୋହନା,୭।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବେବେରୀ ଛକରୁ ୧୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ ଭାଙ୍ଗ ଜବତ କଲା ଅଡବା ପୋଲିସ ।…

ଜଙ୍ଗଲ କାଟି ଅଫିମ ଚାଷ, ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଛ ନଷ୍ଟ କଲା ଅବକାରୀ ବିଭାଗ

ଟେନ୍‌ସା,୭ା୨(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଶନିବାର ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ଗଛ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି।…

ମାଲେସିଆ ପହଞ୍ଚିଲେ ମୋଦି, ଗୋଟିଏ କାରରେ ଏକାଠି ଗଲେ ଦୁଇ ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୭।୨: ମାଲେସିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ମାଲେସିଆର ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ X ହ୍ୟାଣ୍ଡେଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri