କଂଗ୍ରେସ ପାଇଁ ହିମାଚଳ

ସୁଖ୍‌ବିନ୍ଦର ସିଂ ସୁଖୁ ୧୧ ଡିସେମ୍ବର ୨୦୨୨ରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୬୮ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୪୦ ଆସନ ପାଇଥିବା ବେଳେ ଭାଜପା ୨୫ ସିଟ୍‌ ପାଇଛି। ଏହି ନିର୍ବାଚନରେ କଂଗ୍ରେସ ଅଧିକ ଆସନ ପାଇବା ପରେ ଆଲୋଚନା ଆରମ୍ଭ ହୋଇଯାଇଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ସ୍ତ୍ରୀ ପ୍ରତିଭା ସିଂ ମୁଖ୍ୟମନ୍ତ୍ରୀ ହେବେ। ହେଲେ ବିଧାୟକଙ୍କ ଭିତରେ ଚାପା ଗୁଞ୍ଜରଣ ସୃଷ୍ଟି ହେବା ପରେ ଶେଷ ମୁହୂର୍ତ୍ତରେ ସୁଖୁଙ୍କ ନାମ ବିଧାୟକ ଦଳ ନେତା ଭାବେ ଘୋଷଣା କରାଗଲା। ସୁଖୁଙ୍କ ଅତୀତ ଦେଖିଲେ ସେ ଜଣେ ଡ୍ରାଇଭରଙ୍କ ପୁଅ ଓ ପିଲାବେଳେ କ୍ଷୀର କାଉଣ୍ଟର ଚଳାଉଥିଲେ। ଅର୍ଥାତ୍‌ ଆର୍ଥିକ ଦୃଷ୍ଟିକୋଣରୁ ସୁଖୁ ଥିଲେ ଅତ୍ୟନ୍ତ ଦୁର୍ବଳ। ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଓ ଆଇନ ବିଦ୍ୟାରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିବା ସୁଖୁ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ। ଦକ୍ଷତା ବଳରେ ସେ ହିମାଚଳ ପ୍ରଦେଶ କଂଗ୍ରେସ ଶାଖାର ୬ ବର୍ଷ ସଭାପତି ମଧ୍ୟ ହୋଇଥିଲେ। ୨୦୨୨ ବିଧାନସଭା ନିର୍ବାଚନକୁ ମିଶାଇ ସେ ୪ ଥର ବିଧାୟକ ହେବାର ଗୌରବ ଅର୍ଜନ କରିଛନ୍ତି। କିନ୍ତୁ ଥରେ ମଧ୍ୟ ମନ୍ତ୍ରୀ ହୋଇ ନ ଥିଲେ। ଏକାଥରକେ ମୁଖ୍ୟମନ୍ତ୍ରୀ ହେବା କେବଳ ତାଙ୍କ ସାଙ୍ଗଠନିକ ଦକ୍ଷତା ଯୋଗୁ ସମ୍ଭବ ହୋଇପାରିଛି ବୋଲି କୁହାଯାଉଛି। ଜଣେ ପାର୍ଟି କର୍ମୀ ଭାବେ ତୃଣମୂଳ ସ୍ତରରୁ କାର୍ଯ୍ୟ କରି ଏବେ ମୁଖ୍ୟମନ୍ତ୍ରୀ ହୋଇପାରି ଥିବାରୁ କଂଗ୍ରେସର ପୁରୁଣା ଧାରାରେ ପରିବର୍ତ୍ତନ ଆସିଛି ବୋଲି କୁହାଯାଇପାରେ। ଉଲ୍ଲେଖଯୋଗ୍ୟ ଯେ, ବୀରଭଦ୍ର ସିଂ ହିମାଚଳ ପ୍ରଦେଶର ୬ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଯେତେବେଳେ ଦଳ ଖରାପ ପ୍ରଦର୍ଶନ କରିଥାଏ, ସେତେବେଳେ ସୁଖୁ ସରକାରୀ ଦଳକୁ ସାମ୍ନା କରିଥାଆନ୍ତି। ବୀରଭଦ୍ର ଏକ ରାଜ ପରିବାରରୁ ଆସିଥିବାରୁ ପରାଜୟକୁ ସମ୍ମୁଖୀନ ହୋଇ ନ ଥାଆନ୍ତି। ତାଙ୍କ ପ୍ରତି ବହୁ ବିଧାୟକଙ୍କ ଆନୁଗତ୍ୟ ରହିଥିଲା। କଂଗ୍ରେସ ଆନୁଗତ୍ୟ ରାଜନୀତିରେ ବିଶ୍ୱାସ କରେ ବୋଲି ଦଳ ବାହାରୁ ସମାଲୋଚନା ହୋଇଥାଏ। ୨୦୨୧ରେ ବୀରଭଦ୍ରଙ୍କ ପରଲୋକ ହୋଇଥିଲା। ପରେ ପାର୍ଟି ଭିତରେ କିଛିଟା ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। ଦଳକୁ ଆଗକୁ ନେବାକୁ ହେଲେ ପ୍ରତିଭାଙ୍କ ବଦଳରେ ସୁଖୁଙ୍କ ଆବଶ୍ୟକତା ଅଧିକ ଜରୁରୀ ବୋଲି ହାଇକମାଣ୍ଡ୍‌ ବିଚାର କରିବା ପରେ ସେଠାରେ ସାଧାରଣ ପରିବାରରୁ ଆସିଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ଜାତୀୟ ଦଳ କଂଗ୍ରେସ ଏବେ ଦୁର୍ବଳ ହୋଇପଡ଼ିଛି। କିନ୍ତୁ ଏହା ଭିତରେ ପ୍ରାଣଶକ୍ତି ରହିଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ସୂଚାଇଦେଇଛି। ଦେଶର କୋଣ ଅନୁକୋଣରେ ନିଶ୍ଚିତ ଭାବେ କେଉଁଠି ନା କେଉଁଠି କଂଗ୍ରେସକୁ ସମର୍ଥନ କରୁଥିବା ବ୍ୟକ୍ତି ଅଛନ୍ତି। ଯେହେତୁ ସେମାନଙ୍କ ପାଖରେ ନେତାମାନେ ପହଞ୍ଚତ୍ପାରୁ ନାହାନ୍ତି ସେହି ଅଭାବବୋଧକୁ ଅନ୍ୟ ଦଳଗୁଡ଼ିକ ପୂରଣ କରୁଛନ୍ତି। ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ଅନେକାଂଶରେ ସଫଳତା ପାଇବାରେ ଲାଗିଛି। ଏତିକି ମାତ୍ର ଉଦ୍ୟମରେ କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ଜାଗିଛି। ହିମାଚଳ ପ୍ରଦେଶ କଥା ଦେଖିଲେ ସେଠାକୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବ୍ୟତୀତ କଂଗ୍ରେସର ଅନ୍ୟ କୌଣସି ନେତା ପ୍ରଚାର କାର୍ଯ୍ୟରେ ଯାଇ ନ ଥିଲେ। ତଥାପି ସଫଳତା ମିଳିଲା। ଏହି ସଫଳତା ପଛରେ ସୁଖୁଙ୍କ ସମେତ ରାଜ୍ୟର ଦଳୀୟ କର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମ ରହିଛି। ଏଥିସହିତ ସୁଖୁଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଦ୍ୱାରା କଂଗ୍ରେସ ଦଳ ଭିତରେ ଏକ ସକାରାତ୍ମକ ତରଙ୍ଗ ସୃଷ୍ଟି ହୋଇପାରିଛି। ଏଠାରେ ଏହା ବାରମ୍ବାର ଉଲ୍ଲେଖ କରାଯିବାର କାରଣ ହେଲା, ୨୦୧୮ରେ ରାଜସ୍ଥାନରେ କଂଗ୍ରେସ ଅଧିକ ଆସନ ପାଇବା ପରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ଗୋଷ୍ଠୀ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଟଣାଓଟରା ହୋଇଥିଲା। ହାଇକମାଣ୍ଡ୍‌ଙ୍କ ନିଷ୍ପତ୍ତି ଅନୁଯାୟୀ ଗେହଲଟ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପାଇଲଟଙ୍କ ବିଷୟରେ ଧାରଣା ସୃଷ୍ଟି ହୋଇଥିଲା ଯେ, ଯୁବ ବିଧାୟକମାନେ ତାଙ୍କ ସହିତ ଅଛନ୍ତି। ପରବର୍ତ୍ତୀ ସମୟରେ ପାଇଲଟ ବିଦ୍ରୋହ କରିଥିଲେ। ଗଣମାଧ୍ୟମରେ ଚିତ୍ରଣ କରାଗଲା ଯେ, ତାଙ୍କ ସମର୍ଥକ କଂଗ୍ରେସ ବିଧାୟକମାନେ ଦଳ ଛାଡ଼ି ଭାଜପାରେ ମିଶିବେ ଏବଂ ରାଜସ୍ଥାନରେ ନୂଆ ସରକାର ଗଠନ ହେବ। ପାଇଲଟ ବିଫଳ ହେଲେ। କାରଣ ଯଥେଷ୍ଟ ସଂଖ୍ୟକ ବିଧାୟକ, ସବୁ ପ୍ରକାରର ଚକୋଲେଟ ସତ୍ତ୍ୱେ, ତାଙ୍କ ସହିତ ଭାଜପାକୁ ଯାଇ ନ ଥିଲେ। ରାଜସ୍ଥାନ ଘଟଣାରୁ ଶିକ୍ଷା ପାଇଥିବା କଂଗ୍ରେସ ବାରମ୍ବାର ଜଣଙ୍କୁ କିମ୍ବା ଗୋଟିଏ ପରିବାରରୁ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ଏବେ ଚାହୁଁ ନ ଥିଲା ଭଳି ମନେହେଉଛି। ଅତୀତର ଭୁଲ୍‌ଗୁଡ଼ିକୁ ସୁଧାରିବା ଲାଗି କଂଗ୍ରେସ ଏବେ ଯେଉଁ ରଣକୌଶଳ ଆପଣାଇଛି, ନିଶ୍ଚିତ ଭାବେ ଆଗାମୀ ଦିନରେ ଦଳ ମଜଭୁତ ହେବାର ସଙ୍କେତ ଦେଉଛି। ଏହା ମଧ୍ୟ କୁହାଯାଉଛି ଯେ ହିମାଚଳ ପ୍ରଦେଶରେ ଭାଜପା ଶାସନରେ ଲୋକେ ଅତିଷ୍ଠ ହେବାରୁ ତାହାକୁ ପରିବର୍ତ୍ତନ କରିବାକୁ ଯାଇ କଂଗ୍ରେସକୁ ଭୋଟ ଦେଇଛନ୍ତି। ଅତଏବ ସୁଖୁଙ୍କ ସରକାର ସେଠାରେ ଲୋକଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିପାରିଲେ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri