କଂଗ୍ରେସ ପାଇଁ ହିମାଚଳ

ସୁଖ୍‌ବିନ୍ଦର ସିଂ ସୁଖୁ ୧୧ ଡିସେମ୍ବର ୨୦୨୨ରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୬୮ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୪୦ ଆସନ ପାଇଥିବା ବେଳେ ଭାଜପା ୨୫ ସିଟ୍‌ ପାଇଛି। ଏହି ନିର୍ବାଚନରେ କଂଗ୍ରେସ ଅଧିକ ଆସନ ପାଇବା ପରେ ଆଲୋଚନା ଆରମ୍ଭ ହୋଇଯାଇଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ସ୍ତ୍ରୀ ପ୍ରତିଭା ସିଂ ମୁଖ୍ୟମନ୍ତ୍ରୀ ହେବେ। ହେଲେ ବିଧାୟକଙ୍କ ଭିତରେ ଚାପା ଗୁଞ୍ଜରଣ ସୃଷ୍ଟି ହେବା ପରେ ଶେଷ ମୁହୂର୍ତ୍ତରେ ସୁଖୁଙ୍କ ନାମ ବିଧାୟକ ଦଳ ନେତା ଭାବେ ଘୋଷଣା କରାଗଲା। ସୁଖୁଙ୍କ ଅତୀତ ଦେଖିଲେ ସେ ଜଣେ ଡ୍ରାଇଭରଙ୍କ ପୁଅ ଓ ପିଲାବେଳେ କ୍ଷୀର କାଉଣ୍ଟର ଚଳାଉଥିଲେ। ଅର୍ଥାତ୍‌ ଆର୍ଥିକ ଦୃଷ୍ଟିକୋଣରୁ ସୁଖୁ ଥିଲେ ଅତ୍ୟନ୍ତ ଦୁର୍ବଳ। ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଓ ଆଇନ ବିଦ୍ୟାରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିବା ସୁଖୁ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ। ଦକ୍ଷତା ବଳରେ ସେ ହିମାଚଳ ପ୍ରଦେଶ କଂଗ୍ରେସ ଶାଖାର ୬ ବର୍ଷ ସଭାପତି ମଧ୍ୟ ହୋଇଥିଲେ। ୨୦୨୨ ବିଧାନସଭା ନିର୍ବାଚନକୁ ମିଶାଇ ସେ ୪ ଥର ବିଧାୟକ ହେବାର ଗୌରବ ଅର୍ଜନ କରିଛନ୍ତି। କିନ୍ତୁ ଥରେ ମଧ୍ୟ ମନ୍ତ୍ରୀ ହୋଇ ନ ଥିଲେ। ଏକାଥରକେ ମୁଖ୍ୟମନ୍ତ୍ରୀ ହେବା କେବଳ ତାଙ୍କ ସାଙ୍ଗଠନିକ ଦକ୍ଷତା ଯୋଗୁ ସମ୍ଭବ ହୋଇପାରିଛି ବୋଲି କୁହାଯାଉଛି। ଜଣେ ପାର୍ଟି କର୍ମୀ ଭାବେ ତୃଣମୂଳ ସ୍ତରରୁ କାର୍ଯ୍ୟ କରି ଏବେ ମୁଖ୍ୟମନ୍ତ୍ରୀ ହୋଇପାରି ଥିବାରୁ କଂଗ୍ରେସର ପୁରୁଣା ଧାରାରେ ପରିବର୍ତ୍ତନ ଆସିଛି ବୋଲି କୁହାଯାଇପାରେ। ଉଲ୍ଲେଖଯୋଗ୍ୟ ଯେ, ବୀରଭଦ୍ର ସିଂ ହିମାଚଳ ପ୍ରଦେଶର ୬ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଯେତେବେଳେ ଦଳ ଖରାପ ପ୍ରଦର୍ଶନ କରିଥାଏ, ସେତେବେଳେ ସୁଖୁ ସରକାରୀ ଦଳକୁ ସାମ୍ନା କରିଥାଆନ୍ତି। ବୀରଭଦ୍ର ଏକ ରାଜ ପରିବାରରୁ ଆସିଥିବାରୁ ପରାଜୟକୁ ସମ୍ମୁଖୀନ ହୋଇ ନ ଥାଆନ୍ତି। ତାଙ୍କ ପ୍ରତି ବହୁ ବିଧାୟକଙ୍କ ଆନୁଗତ୍ୟ ରହିଥିଲା। କଂଗ୍ରେସ ଆନୁଗତ୍ୟ ରାଜନୀତିରେ ବିଶ୍ୱାସ କରେ ବୋଲି ଦଳ ବାହାରୁ ସମାଲୋଚନା ହୋଇଥାଏ। ୨୦୨୧ରେ ବୀରଭଦ୍ରଙ୍କ ପରଲୋକ ହୋଇଥିଲା। ପରେ ପାର୍ଟି ଭିତରେ କିଛିଟା ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। ଦଳକୁ ଆଗକୁ ନେବାକୁ ହେଲେ ପ୍ରତିଭାଙ୍କ ବଦଳରେ ସୁଖୁଙ୍କ ଆବଶ୍ୟକତା ଅଧିକ ଜରୁରୀ ବୋଲି ହାଇକମାଣ୍ଡ୍‌ ବିଚାର କରିବା ପରେ ସେଠାରେ ସାଧାରଣ ପରିବାରରୁ ଆସିଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ଜାତୀୟ ଦଳ କଂଗ୍ରେସ ଏବେ ଦୁର୍ବଳ ହୋଇପଡ଼ିଛି। କିନ୍ତୁ ଏହା ଭିତରେ ପ୍ରାଣଶକ୍ତି ରହିଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ସୂଚାଇଦେଇଛି। ଦେଶର କୋଣ ଅନୁକୋଣରେ ନିଶ୍ଚିତ ଭାବେ କେଉଁଠି ନା କେଉଁଠି କଂଗ୍ରେସକୁ ସମର୍ଥନ କରୁଥିବା ବ୍ୟକ୍ତି ଅଛନ୍ତି। ଯେହେତୁ ସେମାନଙ୍କ ପାଖରେ ନେତାମାନେ ପହଞ୍ଚତ୍ପାରୁ ନାହାନ୍ତି ସେହି ଅଭାବବୋଧକୁ ଅନ୍ୟ ଦଳଗୁଡ଼ିକ ପୂରଣ କରୁଛନ୍ତି। ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ଅନେକାଂଶରେ ସଫଳତା ପାଇବାରେ ଲାଗିଛି। ଏତିକି ମାତ୍ର ଉଦ୍ୟମରେ କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ଜାଗିଛି। ହିମାଚଳ ପ୍ରଦେଶ କଥା ଦେଖିଲେ ସେଠାକୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବ୍ୟତୀତ କଂଗ୍ରେସର ଅନ୍ୟ କୌଣସି ନେତା ପ୍ରଚାର କାର୍ଯ୍ୟରେ ଯାଇ ନ ଥିଲେ। ତଥାପି ସଫଳତା ମିଳିଲା। ଏହି ସଫଳତା ପଛରେ ସୁଖୁଙ୍କ ସମେତ ରାଜ୍ୟର ଦଳୀୟ କର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମ ରହିଛି। ଏଥିସହିତ ସୁଖୁଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଦ୍ୱାରା କଂଗ୍ରେସ ଦଳ ଭିତରେ ଏକ ସକାରାତ୍ମକ ତରଙ୍ଗ ସୃଷ୍ଟି ହୋଇପାରିଛି। ଏଠାରେ ଏହା ବାରମ୍ବାର ଉଲ୍ଲେଖ କରାଯିବାର କାରଣ ହେଲା, ୨୦୧୮ରେ ରାଜସ୍ଥାନରେ କଂଗ୍ରେସ ଅଧିକ ଆସନ ପାଇବା ପରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ଗୋଷ୍ଠୀ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଟଣାଓଟରା ହୋଇଥିଲା। ହାଇକମାଣ୍ଡ୍‌ଙ୍କ ନିଷ୍ପତ୍ତି ଅନୁଯାୟୀ ଗେହଲଟ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପାଇଲଟଙ୍କ ବିଷୟରେ ଧାରଣା ସୃଷ୍ଟି ହୋଇଥିଲା ଯେ, ଯୁବ ବିଧାୟକମାନେ ତାଙ୍କ ସହିତ ଅଛନ୍ତି। ପରବର୍ତ୍ତୀ ସମୟରେ ପାଇଲଟ ବିଦ୍ରୋହ କରିଥିଲେ। ଗଣମାଧ୍ୟମରେ ଚିତ୍ରଣ କରାଗଲା ଯେ, ତାଙ୍କ ସମର୍ଥକ କଂଗ୍ରେସ ବିଧାୟକମାନେ ଦଳ ଛାଡ଼ି ଭାଜପାରେ ମିଶିବେ ଏବଂ ରାଜସ୍ଥାନରେ ନୂଆ ସରକାର ଗଠନ ହେବ। ପାଇଲଟ ବିଫଳ ହେଲେ। କାରଣ ଯଥେଷ୍ଟ ସଂଖ୍ୟକ ବିଧାୟକ, ସବୁ ପ୍ରକାରର ଚକୋଲେଟ ସତ୍ତ୍ୱେ, ତାଙ୍କ ସହିତ ଭାଜପାକୁ ଯାଇ ନ ଥିଲେ। ରାଜସ୍ଥାନ ଘଟଣାରୁ ଶିକ୍ଷା ପାଇଥିବା କଂଗ୍ରେସ ବାରମ୍ବାର ଜଣଙ୍କୁ କିମ୍ବା ଗୋଟିଏ ପରିବାରରୁ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ଏବେ ଚାହୁଁ ନ ଥିଲା ଭଳି ମନେହେଉଛି। ଅତୀତର ଭୁଲ୍‌ଗୁଡ଼ିକୁ ସୁଧାରିବା ଲାଗି କଂଗ୍ରେସ ଏବେ ଯେଉଁ ରଣକୌଶଳ ଆପଣାଇଛି, ନିଶ୍ଚିତ ଭାବେ ଆଗାମୀ ଦିନରେ ଦଳ ମଜଭୁତ ହେବାର ସଙ୍କେତ ଦେଉଛି। ଏହା ମଧ୍ୟ କୁହାଯାଉଛି ଯେ ହିମାଚଳ ପ୍ରଦେଶରେ ଭାଜପା ଶାସନରେ ଲୋକେ ଅତିଷ୍ଠ ହେବାରୁ ତାହାକୁ ପରିବର୍ତ୍ତନ କରିବାକୁ ଯାଇ କଂଗ୍ରେସକୁ ଭୋଟ ଦେଇଛନ୍ତି। ଅତଏବ ସୁଖୁଙ୍କ ସରକାର ସେଠାରେ ଲୋକଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିପାରିଲେ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri