ଭାରତ ଆସୁଥିବା ଜାହାଜକୁ ଅପହରଣ

ଜେରୁଜେଲମ୍‌,୨୦ା୧୧: ଭାରତ ଆସୁଥିବା ଏକ ପଣ୍ୟବାହୀ ଜାହାଜକୁ ୟେମେନ୍‌ର ହୌଥି ବିଦ୍ରୋହୀମାନେ ରବିବାର ଲୋହିତ ସାଗରର ଶିପିଂ ରୁଟ୍‌ରୁ ଅପହରଣ କରିନେଇଛନ୍ତି। ଇସ୍ରାଏଲ୍‌ ଲିଙ୍କ୍‌ ଥିବା ଏହି ଜାହାଜରେ ୨୫ ଜଣ କର୍ମଚାରୀ ଥିଲେ। ତାଙ୍କୁ ହୌଥି ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବାରୁ ଆଞ୍ଚଳିକ ଉତ୍ତେଜନା ବଢ଼ିବା ଆଶଙ୍କା ପ୍ରକାଶ ପାଇଛି। ଇସ୍ରାଏଲ୍‌ରେ ଗାଜାରେ ଆକ୍ରମଣ ବନ୍ଦ ନ କଲେ ଏହାର ଜାହାଜଗୁଡ଼ିକୁ ଅପହରଣ କରାଯିବ ବୋଲି ହୌଥି ଧମକ ଦେଇଥିଲା। ଭାରତ ଆସୁଥିବା ଜାହାଜର ଇସ୍ରାଏଲ୍‌ ସହ ସମ୍ପର୍କ ଥିବାରୁ ତାହାକୁ ହାଇଜାକ୍‌ କରାଯାଇଛି। ହମାସ୍‌ ବିରୋଧରେ ଯୁଦ୍ଧ ବନ୍ଦ ନ ହେବା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଜଳରାଶିରେ ଇସ୍ରାଏଲ୍‌ ମାଲିକାନାରେ ଥିବା କିମ୍ବା ଏହି ଦେଶ ସହ ସମ୍ପୃକ୍ତ ଜାହାଜଗୁଡ଼ିକୁ ଅପହରଣ ଜାରି ରହିବ ବୋଲି ଇରାନ ସମର୍ଥତ୍ତ ହୌଥି ବିଦ୍ରୋହୀ କହିଛନ୍ତି।
ବାହାମାସ୍‌ ପତାକା ଲାଗିଥିବା ଗାଲାକ୍ସି ଲିଡର ଜାହାଜ ତୁର୍କୀରୁ ଭାରତ ଆସୁଥିଲା। ଜାହାଜର ମାଲିକାନା ବ୍ରିଟେନର ଥିବାବେଳେ ଜାପାନ ଏହାର ଅପରେଟ୍‌ କରୁଥିଲା ବୋଲି ଜଣେ ଇସ୍ରାଏଲୀ ଅଧିକାରୀ କହିଛନ୍ତି। ଇସ୍ରାଏଲ୍‌ର ଜଣେ ବିଲିୟନେୟାରଙ୍କର ଉକ୍ତ ଜାହାଜ ସହ ସମ୍ବନ୍ଧ ରହିଛି। ତେବେ ଏଥିରେ ଥିବା କର୍ମଚାରୀମାନେ ବୁଲ୍‌ଗେରିଆ, ଫିଲିପିନୋ, ମେକ୍ସକୋ ଏବଂ ୟୁକ୍ରେନ୍‌ର ନାଗରିକ। ଜାହାଜରେ ଇସ୍ରାଏଲ୍‌ର କେହି ନ ଥିଲେ। ଏହା ସତ୍ତ୍ୱେ ହୌଥିମାନେ ଜାହାଜକୁ ଅପହରଣ କରିନେଇ କର୍ମଚାରୀମାନଙ୍କୁ ପଣବନ୍ଦୀ ରଖିବା ଘଟଣାକୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ନିନ୍ଦା କରିଛି। ଏହା ଇରାନୀୟ ଆତଙ୍କବାଦୀ କାର୍ଯ୍ୟ ବୋଲି ଇସ୍ରାଏଲ୍‌ କହିଛି। ସାରା ବିଶ୍ୱ ପାଇଁ ଏକ ଏକ ଭୟଙ୍କର ଘଟଣା ବୋଲି ଇସ୍ରାଏଲ୍‌ ସେନା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri